www.samajalive.in
Monday, December 8, 2025
14.1 C
Bhubaneswar

ବିବାହ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ କଥା

ହସ୍ତରେଖା ବିଷେଶଜ୍ଞଙ୍କ ମତରେ ଯେଉଁମାନଙ୍କର ହସ୍ତରେ ଶୁକ୍ର, ବୃହସ୍ପତି, ମଙ୍ଗଳ ଆଦିଙ୍କ ସ୍ଥାନ ଖୁବ ପ୍ରଭାବିତ ରହିଥାଆନ୍ତି। ସେମାନେ ପ୍ରେମ ବିବାହ କରିବାର ସମ୍ଭାବନା ଅଧିକ ରହିଥାଏ।
ଆମ ହସ୍ତରେ ଥିବା ରେଖାମାନଙ୍କ ଠାରୁ ଏହା ମଧ୍ୟ ଜାଣିହୋଇଥାଏ ଯେ, ଯଦି ଆପଣଙ୍କ ଅନ୍ୟ ରେଖା ତୁଳନାରେ ବିବାହ ରେଖା ଖୁବ ସାନ କିମ୍ବା ବଡ଼ ଥାଏ, ତେବେ ଆପଣଙ୍କ ବିବାହ ଘରର ନିକଟରେ ହେବାର ସମ୍ଭାବନା ଥାଏ।
ଯଦି ଆପଣଙ୍କ ହସ୍ତରେ ବୃହସ୍ପତି ରେଖା ଶନିଙ୍କ ଆଡ଼କୁ ଢଳି ରହେ, ତେବେ ଜାଣନ୍ତୁ ଆପଣଙ୍କ ବିବାହ ବିଳମ୍ବରେ ହେବ।
ହସ୍ତରେ ଥିବା ବୁଧ ପର୍ବତ ରେଖାରୁ ମଧ୍ୟ ବ୍ୟକ୍ତିଙ୍କର ପ୍ରେମ ବିବାହ ହେବ ବୋଲି ଜଣାପଡ଼ିଥାଏ। ହସ୍ତରେ ବୃହସ୍ପତି ଓ ଶୁକ୍ରଙ୍କର ସ୍ଥିତିରୁ ମଧ୍ୟ ଆପଣଙ୍କ ସାଥିର ଗୁଣ ବିଷୟରେ ଜାଣି ହୋଇଥାଏ।
ଯେଉଁମାନଙ୍କର ବୃହସ୍ପତି ରେଖା ହୃଦୟ ରେଖା ଠାରୁ ଦୂରରେ ରହେ, ସେମାନଙ୍କର ବିବାହ ମଧ୍ୟ ବିଳମ୍ବରେ ହୋଇଥାଏ।
ଯେବେ ବିବାହ ପାଇଁ ଆପଣଙ୍କୁ ଦେଖିବା ପାଇଁ ଲୋକେ ଆସନ୍ତି ,ସେହି ସମୟରେ ଆପଣଙ୍କ ମୁଖକୁ ଉତ୍ତର ଦିଗ ଆଡ଼କୁ କରି ବସନ୍ତୁ।
ବିବାହ ଯୋଗ୍ୟ ଯୁବକ- ଯୁବତୀଙ୍କ କକ୍ଷରେ ସୁନ୍ଦର ସୁନ୍ଦର ଫଟୋ ଲଗାନ୍ତୁ। ମାତ୍ର କାନ୍ଦୁଥିବା ପିଲାମାନଙ୍କ ଫଟୋ ଲଗାନ୍ତୁ ନାହିଁ।
ଯଦି ଆପଣ ପ୍ରେମବିବାହ କରୁଛନ୍ତି ଓ ଆପଣଙ୍କୁ ଦୁଃସ୍ୱପ୍ନ ଆସୁଛି ତେବେ ନିଜ ତକିଆ ତଳେ ହାତର ଆଙ୍ଗୁଠିରେ‘ଓଁ’ ଲେଖନ୍ତୁ।
ଘରର ମୁଖ୍ୟଦ୍ୱାରରେ ଦର୍ପଣ ଲଗାନ୍ତୁ ନାହିଁ। କାରଣ ମୁଖ୍ୟଦ୍ୱାରରେ ଦର୍ପଣ ଲଗାଇବା ଦ୍ୱାରା ବିବାହରେ ସମସ୍ୟା ସୃଷ୍ଟି ହୋଇଥାଏ।
ବିବାହ ପାଇଁ ଆପଣଙ୍କୁ ଦେଖିବାକୁ ଆସୁଥିବା ଅତିଥିଙ୍କୁ ଗୃହରେ ସର୍ବଦା ପଶ୍ଚିମ ଦିଗରେ ବସାନ୍ତୁ।
ଯଦି ଘରର ମୁଖ୍ୟଦ୍ୱାର ସମ୍ମୁଖରେ କିଛି ଖୁମ୍ବ, ବୃକ୍ଷ, ଖୋଲା ହୋଇଥିବା ନଳା ଥାଏ ତେବେ ମଧ୍ୟ ବିବାହ ପାଇଁ ସମସ୍ୟା ସୃଷ୍ଟି ହୋଇଥାଏ। ଏହି କାରଣରୁ ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories