www.samajalive.in
Monday, December 8, 2025
14.1 C
Bhubaneswar

ମାତ୍ର ୨୦ ସେବାୟତରେ ହେବ ସ୍ନାନ ନୀତି, ଟିକା ନେଇ ନ ଥିଲେ ମନ୍ଦିର ପ୍ରବେଶ ମନା

ବୌଦ୍ଧ: କେବଳ ପୁରୀ ବ୍ୟତୀତ ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ବନ୍ଦ ରଖାଯିବାକୁ ନିଷ୍ପତି ହୋଇଥିବାବେଳେ ସ୍ୱଳ୍ପ ଭକ୍ତରେ ଠାକୁରମାନଙ୍କ ସ୍ନାନ ନୀତି ସମ୍ପର୍ଣ୍ଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ବ୍ରାହ୍ମଣ ସମାଜର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ସଭାପତି ଗୁରୁ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଠାକୁରମାନଙ୍କ ସ୍ନାନ ନୀତି ପାଳନ ନେଇ ଆଲୋଚନା କରାଯାଇଥିଲା। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମାତ୍ର ୨୦ ଜଣ ସେବାୟତଙ୍କୁ ନେଇ ସ୍ନାନ ନୀତି ପାଳନ କରାଯିବାକୁ ଅନୁମତି ପ୍ରଦାନ କରାଯାଇଥିବା ନେଇ ସମ୍ପାଦକ ଦେବାଶିଷ ପୁରୋହିତ ସୁଚନା ଦେବାପରେ ଉପସ୍ଥିତ ସଦସ୍ୟ ମାନେ ଏ ସଂପର୍କରେ ଆଲୋଚନା କରିଥିଲେ। ତେବେ ୧୮ବର୍ଷରୁ କମ୍ ଓ ୬୦ ବର୍ଷରୁ ଉଦ୍ଧ୍ୱର୍ କୌଣସି ସେବାୟତ ଠାକୁରମାନଙ୍କ ସ୍ନାନ ନୀତିରେ ସାମିଲ ନହେବାକୁ ନିଷ୍ପତି ଗ୍ରହଣ କରାଯିବାସହ ମାତ୍ର ୨୦ ଜଣ ସେବାୟତଙ୍କ ନାମ ତାଲିକା ପ୍ରସ୍ତୁତ କରାଯାଇଥିଲା। ସ୍ନାନ ନିତିରେ ସାମିଲ ହେବାକୁ ସେବାୟତମାନେ ଟିକା ନେଇଥିବା ବାଧ୍ୟତାମୂଳକ ଏବଂ ସମସ୍ତେ ମାସ୍କ ଲଗାଇ ଆସିବାକୁ ଅନୁରୋଧ କରାଯାଇଥିଲା। ସେହିପରି ସ୍ନାନ ନିତି ପରେ ଠାକୁରମାନଙ୍କ ଗଜବେଶ କରାଯିବାକୁ ନିଷ୍ପତି ଗ୍ରହଣ କରାଯିବା ସହିତ ସର୍ବସାଧାରଣ ଦର୍ଶନ ବାରଣ କରାଯାଇଛି। ସ୍ନାନ ନିତିରେ କୌଣସି ସଂକିର୍ତ୍ତନ ଦଳଙ୍କୁ ସାମିଲ ହେବାକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇନାହିଁ। କାଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସାଧାରଣ ଠାକୁରମାନଙ୍କ ନୀତି ପାଳନରେ ବ୍ରାହ୍ମଣ ସମାଜ ଓ ପ୍ରଶାସନକୁ ସହଯୋଗ କରାଯିବାକୁ ନିବଦେନ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories