www.samajalive.in
Saturday, December 6, 2025
26.1 C
Bhubaneswar

ଛୋଟ ଜିନିଷର ବଡ କରାମତି

ଘର ସଫା କରିବା ନିମନ୍ତେ ଝାଡ଼ୁ ଆବଶ୍ୟକ ହୋଇଥାଏ। ଏହା ବିନା ଘର ଦ୍ୱାର ସଫା ସୁତୁରା କରିବା ଯେପରି ଅସମ୍ଭବ। ମାତ୍ର ଏହି ଝାଡ଼ୁ ଘରେ ରଖିବା ଓ ବ୍ୟବହାରରେ କିଛି ନିୟମ ରହିଛି। ଯାହାକୁ ମାନିଲେ ଆପଣଙ୍କ ମଙ୍ଗଳ ହେବା ସହ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ।
ଝାଡ଼ୁକୁ ମା’ଲକ୍ଷ୍ମୀଙ୍କ ରୂପ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେଣୁ ଏହାକୁ ସାମନାରେ ନ ରଖି ଲୁଚାଇ ରଖିବା ଉଚିତ।
ଝାଡ଼ୁକୁ ପଶ୍ଚିମ ଦିଗରେ ଏକ କୋଣରେ ରଖିବା ଉଚିତ। ଏହା ଦ୍ୱାରା ଧନ ହାନି ହୋଇ ନ ଥାଏ।
ରୋଷେଇ ଘରେ ଝାଡ଼ୁ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଘରର ସଦସ୍ୟମାନଙ୍କର ହେହ ଖରାପ ହୋଇଥାଏ।
ରାତିରେ ଝାଡ଼ୁକୁ ଘରର ଅଗଣାରେ ରଖିବା ଦ୍ୱାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ। ମାତ୍ର ଏହାକୁ ଘର ଅଗଣାରେ କେବଳ ରାତିରେ ହିଁ ରଖାଯାଏ।
ଶନିବାର ଦିନ ଝାଡ଼ୁକୁ ଘରକୁ କିଣି ଆଣନ୍ତୁ ନାହିଁ। ଏହା ଦ୍ୱାରା ଘରେ ଅଶାନ୍ତି ବଢିଥାଏ। ସୂର୍ୟ୍ୟ ଅସ୍ତ ପରେ ଝାଡ଼ୁ କରନ୍ତୁ ନାହିଁ। ଏହା ଦ୍ୱାରା ଘରେ ଧନ ହାନି ହୋଇଥାଏ।
ଝାଡ଼ୁ କରିବା ବେଳେ ଏହାକୁ ଗୋଡ଼ରେ ମାରନ୍ତୁ ନାହିଁ, ଏପରି କଲେ ମା’ଲକ୍ଷ୍ମୀଙ୍କର ଅବମାନନା ହୋଇଥାଏ।
କୌଣସି ପିଲାଙ୍କୁ କିମ୍ବା ପଶୁଙ୍କୁ ଝାଡ଼ୁରେ ମାରନ୍ତୁ ନାହିଁ, ଏହା ଦ୍ୱାରା ଘରେ ଅଶାନ୍ତି ଲାଗି ରହେ ।
ଘରର କୌଣସି ବ୍ୟକ୍ତି ବାହାରକୁ ଗଲେ ସଙ୍ଗେ ସଙ୍ଗେ ଝାଡ଼ୁ କରନ୍ତୁ ନାହିଁ, ଏପରି କଲେ କାର୍ୟ୍ୟରେ ସଫଳତା ମିଳେ ନାହିଁ।
ଝାଡ଼ୁକୁ ଠିଆ କରି ରଖନ୍ତୁ ନାହିଁ, ଏହା ଦ୍ୱାରା ଶତ୍ରୁତା ବଢିଥାଏ।
ପରୁଣା ଘରୁ ନୂଆ ଘରକୁ ଗଲେ ପୁରୁଣା ଝାଡ଼ୁ ସାଙ୍ଗରେ ନିଅନ୍ତୁ ନାହିଁ, ଏପରି କଲେ ଅଶୁଭ ହୋଇଥାଏ।
ଏହି ସବୁ ନିୟମ ମାନିବା ଦ୍ୱାରା ଶୁଭ ଫଳ ମିଳିଥାଏ ବୋଲି ଆପଣ ନିଜେ ଅନୁଭବ କରି ପାରିବେ।
ଯଦି କୌଣସି ଝାଡୁକୁ ଧୋଇବାକୁ ଚାହୁଁଛନ୍ତି ତେବେ କେବଳ ପାଣି ଦ୍ୱାରା ହିଁ ଧୁଅନ୍ତୁ। ଅନ୍ୟ କୌଣସି ଦ୍ରବ୍ୟ ବ୍ୟବହାର କରି ଝାଡୁ ଧୁଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରର ସଦସ୍ୟଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories