ନୂଆଦିଲ୍ଲୀ: ଦେଶର ମୋଟ ଛଅଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୦୦% କୋଭିଡ ପ୍ରଥମ ପାନ ଟିକାକରଣ ଶେଷ ହୋଇଛି। ଏହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମଧ୍ୟରେ ଦାଦର ଓ ନଗର ହାଭେଲି ଓ ଡାମନ ଓ ଡିୟୁ, ଗୋଆ, ହିମାଚଳ ପ୍ରଦେଶ, ଲଦାଖ, ଲାକ୍ଷାଦ୍ୱୀପ ଏବଂ ସିକିମ ଅନ୍ତର୍ଭୁକ୍ତ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦାଦର ଓ ନଗର ହାଭେଲି ଓ ଡାମନ ଓ ଡିୟୁରେ ୬.୨୬ ଲକ୍ଷ ପାନ ଏବଂ ଲାକ୍ଷାଦ୍ୱୀପରେ ୫୩,୪୯୯ ପାନ ଟିକା ଦିଆଯାଇସାରିଛି। ସେହିଭଳି ହିମାଚଳ ପ୍ରଦେଶରେ ୫୫.୭୪ ଲକ୍ଷ ପାନ, ଲଦାଖରେ ୧.୯୭ ଲକ୍ଷ ଏବଂ ସିକିମରେ ୫.୧୦ ଲକ୍ଷ ପାନ କୋଭିଡ ଟିକାକରଣ ଶେଷ ହୋଇଛି। ଗୋଆରେ ୧୧.୮୩ ଲକ୍ଷ ହିତାଧିକାରୀ କୋଭିଡ ଟିକା ନେଇସାରିଛନ୍ତି।
Popular Categories


