www.samajalive.in
Saturday, December 13, 2025
15.1 C
Bhubaneswar

ବାତ୍ୟା ପାଇଁ ୬ ଜିଲାକୁ ୬ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ବ

ଭୁବନେଶ୍ବର : ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରଭାବିତ ହେବାକୁ ଥିବା ୬ଟି ଜିଲାକୁ ପୂର୍ବରୁ ସମ୍ପୃକ୍ତ ଜିଲାର ଜିଲାପାଳ ଭାବେ କାର୍ଯ୍ୟ କରିସାରିଥିବା ୬ ଜଣ ବରିଷ୍ଠ ଆଇଏଏସଙ୍କୁ ପଠାଯାଇଛି । ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଯୋଗୁଁ ପ୍ରଭାବିତ ହେବାକୁ ଥିବା ୬ଟି ଜିଲାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସହ ବାତ୍ୟା ସଂକ୍ରାନ୍ତ କାର୍ଯ୍ୟର ତଦାରଖ ନିମନ୍ତେ ୬ଜଣ ବରିଷ୍ଠ ଆଇଏଏସଙ୍କୁ ନିୟୋଜିତ କରାଯାଇଛି । ଏହି ଅଫିସରମାନେ ୨୩ତାରିଖ ସୁଦ୍ଧା ସେମାନଙ୍କୁ ଆବଂଟିତ ଜିଲାକୁ ନିଶ୍ଚିତ ଭାବେ ଯିବେ । ସେଠାରେ ରହି ତଦାରଖ କାର୍ଯ୍ୟ କରିବେ । ସମ୍ଭାବ୍ୟ ପ୍ରଭାବିତ ଜିଲା ବାଲେଶ୍ୱର ପାଇଁ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଭଦ୍ରକ ପାଇଁ ତ୍ରିଲୋଚନ ମାଝୀ, ପୁରୀ – ବଳବନ୍ତ ସିଂ,  ମୟୂରଭଞ୍ଜ ପାଇଁ ଭିନିତ୍ ଭରଦ୍ବାଜ, ଜଗତସିଂହପୁର ଜିଲା ପାଇଁ ଯାମିନୀ ଷଡଙ୍ଗୀ ଓ କେନ୍ଦ୍ରାପଡ଼ା ଜିଲା ପାଇଁ ସମର୍ଥ ବର୍ମାଙ୍କୁ ନିଯୁକ୍ତି ଦିଆଯାଇଛି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories