ପଲଙ୍କ,ଚଦର ସହ ଜଡିତ ଏହି ବାସ୍ତୁ ଉପାୟ..
ବାସ୍ତୁ ଶାସ୍ତ୍ରରେ କକ୍ଷ ଓ ବିଭିନ୍ନ ଜିନିଷକୁ ନେଇ ବିଭିନ୍ନ ଉପାୟ ବର୍ଣ୍ଣନା କରାଯାଇଛି। ଏହାକୁ ପାଳନ କରିବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହେବା ସହ ଶୁଭଫଳ ମିଳିଥାଏ। ବାସ୍ତୁରେ ପଲଙ୍କ ,ଗଦି ଆଦିକୁ ନେଇ ଅନେକ ତଥ୍ୟ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ..
ଅଧିକାଂଶ ଗଦିରେ ଦିନର ୨୪ ଘଣ୍ଟାରୁ ୮ ଘଣ୍ଟା ବିତାଇଥାଆନ୍ତି। ତେଣୁ ବିଛଣା ସର୍ବଦା ସ୍ୱାସ୍ଥ୍ୟ ଓ ବାସ୍ତୁ ଅନୁଯାୟୀ ହେବା ଉଚିତ।
ଗଦି, ତକିଆ , କମ୍ବଳ ଆଦି ଏକଦମ୍ ଶକ୍ତ ବା ନରମ ହେବା ଉଚିତ ନୁହେଁ। ଏହା ମଧ୍ୟମ ଧରଣର ହେବା ଆବଶ୍ୟକ।
ଗଦି ସର୍ବଦା ଆୟତାକାର କିମ୍ବା ଚାରିକଣିଆ ହେବା ଉଚିତ।
ପଲଙ୍କ ଉପରେ ୨ ଭାଗରେ ଥିବା ଗଦି ବ୍ୟବହାର କରନ୍ତୁ ନାହିଁ।
ବ୍ୟବହାର କରୁଥିବା ଚାଦର ଗୋଲାପି, ହାଲକା ହଳଦିଆ, ନାରଙ୍ଗୀ କିମ୍ବା ହାଲକା ମାଟିଆ ରଙ୍ଗର ହେବା ଆବଶ୍ୟକ।
ଖଟ, ଗଦି ସର୍ବଦା ଦକ୍ଷିଣ-ପଶ୍ଚିମ ଦିଗକୁ ହେବା ଉଚିତ।
ଗଦି, ଚଦର ସର୍ବଦା ସଫାସୁତୁରା ରହିବା ଆବଶ୍ୟକ। ଗଦି,ତକିଆ, ଚଦର, ପରଦା ଆଦିକୁ ଅପରିଷ୍କାର ରଖନ୍ତୁ ନାହିଁ। ଏହାକୁ ସବୁବେଳେ ସଫା ରଖନ୍ତୁ।
ଭଙ୍ଗା ଖଟରେ ଶୁଅନ୍ତୁ ନାହିଁ।
Comments are closed.