www.samajalive.in
Sunday, December 7, 2025
15.1 C
Bhubaneswar

ସଟ୍ଟାଖେଳ ମାୟାରେ ବାୟା ଯୁବପିଢି; ପୁଲିସକୁ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି ସଟ୍ଟା ମାଫିଆ

ଲଡୁଗାଁ: କଳାହାଣ୍ଡି ଜିଲ୍ଲାର ପ୍ରବେଶ ପଥ ଭାବରେ ବେଶ୍ ଜଣାଶୁଣା କୋକସରା ବ୍ଲକ । ଅଞ୍ଚଳରେ ସବୁ ଶ୍ରେଣୀର ଲୋକ ବସବାସ କରନ୍ତି । ଅଧିକାଂଶ ଲୋକ ଗରିବ ତଥା ଦିନ ମଜୁରିଆ। କମ୍ ସମୟ ମଧ୍ୟରେ ଅଧିକ ଟଙ୍କା ରୋଜଗାର କରିବା ନିଶାରେ ଏହି ଶ୍ରେଣୀର ଲୋକମାନେ ସଟ୍ଟାକୁ ନିଜର ପେସା ଭାବେ ଗ୍ରହଣ କରିଛନ୍ତି । କୋକସରାରୁ ଆରମ୍ଭ କରି ରେଙ୍ଗାଲପାଲି, ଗମ୍ଭାରୀଗୁଡ଼ା, ଚିକିଲି, ଲଡୁଗାଁ, ମୋଟେର, ଆମପାଣି, କାଉଡୋଲା, ଡୁଡୁକାଠେଙ୍ଗା ସମେତ ପ୍ରତି ପଞ୍ଚାୟତର ଗ୍ରାମାଞ୍ଚଳରେ ସଟ୍ଟାର ବଜାର ଗରମ ରହିବା ସହିତ ଗାଁଗୁଡ଼ିକୁ ଏହା ଦିନକୁ ଦିନ ମହାମାରୀ ଭଳି ବ୍ୟାପିବାରେ ଲାଗିଛି। ଏହି କାରବାରର ଚେର କୋକସରାରୁ ରାୟପୁର ପର୍ଯ୍ୟନ୍ତ ଲମ୍ବିଥିବା ଆଲୋଚନା ହେଉଛି । ଅଧିକ ଟଙ୍କା ପାଇବା ନିଶାରେ ଗରୀବ ଲୋକେ ନିଜର ସମସ୍ତ କଷ୍ଟୋପାର୍ଜିତ ଧନକୁ ଏହି ସଟ୍ଟା ଖେଳରେ ଲଗାଇ ସର୍ବସ୍ୱାନ୍ତ ହେଉଛନ୍ତି। ଅନେକ ସରକାରୀ ଚାକିରୀଆ, ଯୁବପିଢି ସଟ୍ଟାଖେଳର ମାୟା ଜାଲରେ ପଥଭ୍ରଷ୍ଟ ହୋଇ ସାରିଥିବା ବେଳେ ବାଦ ପଡୁନାହାନ୍ତି ଗରିବ ଖଟିଖିଆ ଶ୍ରମିକ ଶ୍ରେଣୀର ପୁରୁଷ ଓ ଗୃହିଣୀ ମହିଳା। ଏମିତିକି ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀ ମଧ୍ୟ ସଟ୍ଟା ଖେଳୁଥିବା ଅଭିଯୋଗ ହେଉଛି।

କୋକସରା ଥାନା ଅଞ୍ଚଳରେ ମୁଖ୍ୟତଃ ତିନିରୁ ଚାରି ଜଣ ବୁକି ଏହି ଖେଳକୁ ନିୟନ୍ତ୍ରଣ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଏହି ବୁକିମାନେ ପ୍ରାୟ ସମସ୍ତ ଗାଁ ଓ ସମସ୍ତ ସାହିରେ କିଛି କିଛି ଲୋକଙ୍କୁ ଏହି କାମରେ ନିୟୋଜିତ କରି ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଛନ୍ତି। ପୂର୍ବରୁ କାଗଜ କଲମରେ ଏହି ସଟ୍ଟା କାରବାର ଚାଲୁଥିବା ବେଳେ ବର୍ତ୍ତମାନ ଏହା ମୋବାଇଲ ଦ୍ଵାରା ନିୟନ୍ତ୍ରିତ ହେଉଛି। କୋକସରା ବ୍ଲକରେ ସଟ୍ଟା ଖେଳ ଚେର ମାଡି ସାରିଥିବା ବେଳେ ବ୍ଲକର ସମସ୍ତ ପଞ୍ଚାୟତର ଗାଁ ଗଳି କନ୍ଦିରେ ଖୁଲମ ଖୁଲା ବେଧଡ଼କ ଭାବରେ ଚାଲିଛି ଏହି ଖେଳ । ବାଜିରେ ଲାଗୁଛି ଦୈନିକ ଲକ୍ଷ ଲକ୍ଷ ଟଙ୍କା, ହେଲେ ପୁଲିସ ପ୍ରଶାସନ ସବୁ ଜାଣି ମଧ୍ୟ ନଜାଣିଲା ଭଳି ଚୁପ ରହିଥିବାରୁ ବୁଦ୍ଧିଜୀବୀ ମହଲରେ ଚିନ୍ତାର କାରଣ ପାଲଟିଛି । କେଉଁ ନମ୍ବର ଓପନ ଦେବ, କେଉଁ ନମ୍ବର କ୍ଲୋଜ ହେବ ଏହି ଗଣିତର ଅଙ୍କାକଷାରେ ବ୍ୟସ୍ତ ଯୁବବର୍ଗ । ପାନ ଦୋକାନଠୁ ଆରମ୍ଭ କରି ଚା’ ଖଟି ସବୁଠି ସଟ୍ଟାଖେଳର ଚର୍ଚ୍ଚା। ସ୍ମାର୍ଟ ମୋବାଇଲରେ ଚାଲିଛି ସ୍ମାର୍ଟ ଖେଳ । ଏମିତିକି ଅପାଠୁଆ ଲୋକ ମଧ୍ୟ ଗୁଗଲରେ ସଟ୍ଟା ମଟକା ଡଟ କମ ଭଏସ ରେକଡ଼ିଂରେ କହିଲେ ଖୋଲି ଯାଉଛି କୁହୁକ ପେଡି । କୋକସରା ବ୍ଲକରେ ରହିଛି ୨ ଟି ପୁଲିସ ଥାନା ସହ, ୨ଟି ଫାଣ୍ଡି । ତଥାପି ପୁଲିସ ପ୍ରଶାସନର ନୀରବତା କାରଣରୁ ସଟ୍ଟା ମାଫିଆମାନେ ବେଧଡ଼କ ଭାବେ ଖେଳ ଜରିଆରେ ମାଲାମାଲ ହେଉଥିବା ବେଳେ ଗରିବ ଖଟିଖିଆ ଶ୍ରେଣୀର ଲୋକେ ପ୍ରତିଦିନ ସଟ୍ଟା ଖେଳି ସର୍ବସ୍ୱାନ୍ତ ହେଉଛନ୍ତି ।

- Advertisement -

ଅନ୍ୟପଟେ ଯୁବବର୍ଗ ସଟ୍ଟା ଖେଳରେ ହାରିବା ପରେ ଅସାମାଜିକ କାର୍ଯ୍ୟକଳାପ କରିବାକୁ ମଧ୍ୟ ପଛାଉ ନାହାନ୍ତି । ଯାହା ଫଳରେ ଅଞ୍ଚଳରେ ଦୈନନ୍ଦିନ ଚୋରି, ରାହାଯାନୀ, ଲୁଟ, ଡକାୟତି ଭଳି ଘଟଣା ଉଗ୍ର ରୂପ ନେବାରେ ଲାଗିଛି। ଯାହାକୁ ନେଇ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ ପୁଲିସ ପ୍ରଶାସନ ପ୍ରତି ଆସ୍ଥା ଓ ବିଶ୍ୱାସ କମିବାରେ ଲାଗୁଛି। ଏବେ ପୁଲିସର ନାକ ତଳେ ଅବାଧରେ ସଟ୍ଟା ଖେଳ ଚାଲିଛି। ପୁଲିସ ପ୍ରଶାସନ ନିକଟରେ ଖବର ଥିଲେ ମଧ୍ୟ କୌଣସି ଚଢ଼ାଉ କିମ୍ବା କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଫଳରେ ସଟ୍ଟା ମାଫିଆଙ୍କ ଦମ୍ଭ ଦ୍ବିଗୁଣିତ ହୋଇ ପୁଲିସକୁ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି । ପୁଲିସ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories