www.samajalive.in
Monday, December 8, 2025
27.1 C
Bhubaneswar

ବଣ୍ଡା ଘାଟିରେ ଟ୍ରାକ୍ଟର ଓଲଟି ନାବାଳକ ମୃତ, ଜଣେ ଗୁରୁତର

ଖଇରପୁଟ: ମାଲକାନଗିରି ଜିଲା ବଣ୍ଡା ଘାଟିରେ ଟ୍ରାକ୍ଟର ଓଲଟି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ଅପରାହ୍ନରେ ଘାଟିରେ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିଲେ।

ପୁଲିସ ସୂଚନା ଅନୁସାରେ, ଅଣ୍ଡ୍ର।ହାଲ ଗ୍ରାମର ପ୍ରିତମ ଖରା ତାଙ୍କ ନିଜ ଟ୍ରାକ୍ଟରରେ ହିତାଧିକାରୀମାନେ କିଣିଥିବା ପିଡିଏସ୍ ଚାଉଳକୁ ଲଦି ବଜଗୁଡ଼ ଗ୍ରାମକୁ ନେଉଥିଲେ । ତାଙ୍କ ସହିତ ସମ୍ପର୍କୀୟ ପୁତୁରା ପ୍ରଶାନ୍ତ କୁମାର ପାଙ୍ଗି(୧୩) ମଧ୍ୟ ଯାଇଥିଲେ। ଭଜଗୁଡ଼ା ଏବଂ ତୁସେଇପଡା ମଝିରେ ଏକ ବୁଲାଣି ରାସ୍ତାରେ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଟ୍ରାକ୍ଟର ଓଲଟି ପଡିବାରୁ ପ୍ରଶାନ୍ତ ଟ୍ରାକ୍ଟର ଟଲିରେ ଚାପି ହୋଇଯାଇଥିଲେ। ପ୍ରୀତମ କିଛି ଦୂରକୁ ଛିଟିକି ହୋଇ ପଡିଯାଇଥିଲେ। ଖବର ପାଇ ମୁଦୁଲିପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକଙ୍କ ସାହାଯ୍ୟରେ ଟ୍ରାକ୍ଟର ଟଲିରୁ ପ୍ରଶାନ୍ତଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ଏବଂ ଗୁରୁତର ଅବସ୍ଥାରେ ପ୍ରୀତମଙ୍କୁ ଖଇରପୁଟ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ରାତି ବିଳମ୍ବ ହୋଇଯାଇଥିବା ଯୋଗୁ ଶବ ବ୍ୟବଚ୍ଛେଦ ହୋଇପାରିନଥିଲା। ଆଜି ଶବ ବ୍ୟବଚ୍ଛେଦ କରି ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ ଅଧିକ ତଦନ୍ତ ଚାଲିଛି ବୋଲି ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି କହିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories