www.samajalive.in
Sunday, December 7, 2025
18.1 C
Bhubaneswar

କରୋନା ବିଜେତା ଶତାୟୁ ମହିଳା: କହିଲେ- ମୁଁ କାହାକୁ ଡ଼ରେ ନାହିଁ

କର୍ଣ୍ଣାଟକର ଜଣେ ୧୧୦ ବର୍ଷ ବୟସର ମହିଳା କରୋନାକୁ ପରାଜିତ କରିବାକୁ ସକ୍ଷମ ହୋଇଛନ୍ତି । ସେ କରୋନା ମୁକ୍ତ ହେବା ପରେ ଡ଼ାକ୍ତରଖାନାରୁ ମୁକ୍ତି ପାଇଛନ୍ତି । ଏହି ଘଟଣା ଚିତ୍ରଦୁର୍ଗ ଅଞ୍ଚଳର ଏବଂ ଏହି ମହିଳାଙ୍କର ୫ ପୁଅ, ୧୭ ନାତି, ୨୨ ଅଣନାତି ଓ ନାତୁଣୀ ଅଛନ୍ତି । ସମ୍ପୃକ୍ତ ମହିଳାଙ୍କ ନାମ ସିଦ୍ଧମା ଓ ତାଙ୍କ ପରିବାରର କିଛି ସଦସ୍ୟଙ୍କ ସହ ସେ କରୋନା ସଂକ୍ରମିତ ହୋଇ ୨୭ ଜୁଲାଇରେ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ ।

ଦୁର୍ବଳ ହୋଇ ପଡ଼ିଥିବା ସିଦ୍ଧମାଙ୍କୁ ଯେତେବେଳେ ଡ଼ାକ୍ତରଖାନାରୁ ବାହାରକୁ ଅଣାଗଲା, ସେଠାରେ ଉପସ୍ଥିତ ଡ଼ାକ୍ତର ଓ ସ୍ବାସ୍ଥ୍ୟକର୍ମୀ ତାଙ୍କର ବିପୁଳ ଅଭିନନ୍ଦନ ଜ୍ଞାପନ କରିଥିଲେ । ତାଙ୍କୁ ଯେତେବେଳେ ପଚରାଗଲା ଯେ ସେ କରୋନାକୁ ଡ଼ରୁଛନ୍ତି କି? ସେ ଉତ୍ତର ଦେଇଥିଲେ- ମୁଁ କାହାକୁ ଡ଼ରୁନାହିଁ ।

- Advertisement -

ସିଦ୍ଧମାଙ୍କ ସୁସ୍ଥ ହେବାକୁ ନେଇ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ବେଶ୍ ଖୁସି । ଜିଲା ସ୍ବାସ୍ଥ୍ୟ ଅଧିକାରୀ ବସାଭା ରାଜୁ କହିଛନ୍ତି ଯେ ଏହି ବୟସ୍କ ମହିଳା କରୋନା ମୁକ୍ତ ହେବା ଆମ ପାଇଁ ବଡ଼ ପ୍ରେରଣା । ଏହା ଏକ ରେକର୍ଡ଼, ସେ ଜଣେ ପୁଲିସ କର୍ମଚାରୀଙ୍କ ମା’ ଓ ପୁଲିସ ଆବାସରେ ରହୁଛନ୍ତି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories