www.samajalive.in
Wednesday, December 10, 2025
26.1 C
Bhubaneswar

ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀ: ତଦନ୍ତ କରିବେ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀ

ସମାଜ ଡିଜିଟାଲ ଡେସ୍କ: ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ପର୍ଦ୍ଦାଫାସ କରିବାକୁ ତଦନ୍ତ ଜୋରଦାର ଆରମ୍ଭ ହୋଇଛି । ଏଥିପାଇଁ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଗଞ୍ଜାମ ଜିଲାର ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଏସଆଇ ପରୀକ୍ଷା କେଳେଙ୍କାରୀର ସମସ୍ତ ମାମଲାର ତଦନ୍ତ କରିବେ ରତ୍ନପ୍ରଭା । ସୁପରଭାଇଜିଂ ଅଫିସର ଭାବେ କ୍ରାଇମବ୍ରାଞ୍ଚ ଏସପି ଅନୀଲ ବେଉରିଆଙ୍କୁ ଦାୟିତ୍ୱ ଦିଆଯାଇଛି ।

ପୁଲିସ ଏସଆଇ ପରୀକ୍ଷା ମହାଦୁର୍ନୀତିରେ ଏଯାବତ ପୁଲିସ ୧୧୪ଜଣଙ୍କ ପରୀକ୍ଷାର୍ଥୀ ଓ ୩ଜଣ ଦଲାଲଙ୍କୁ ଗିରଫ କରିଥିବାବେଳେ ରାକେଟ୍‍ ପଛର ମାଷ୍ଟର ମାଇଣ୍ଡ ଏବେ ବି ଫେରାର ଅଛନ୍ତି । କ୍ରାଇମବ୍ରାଞ୍ଚ ଟିମ୍‍ ସିଲିକନ୍‍ ଟେକ୍‍ ଲ୍ୟାବର ମାଲିକଙ୍କ ସମେତ ୫ଜଣଙ୍କୁ ମାରାଥନ୍‍ ଜେରା କରି ଅନେକ ତଥ୍ୟ ହାତେଇଥିବା ସୂଚନା ମିଳିଛି । ସେହିପରି ଭୁବନେଶ୍ୱର ଓ ବ୍ରହ୍ମପୁର ସ୍ଥିତ ପଞ୍ଚସଫୁଟ ଏବଂ ଅନ୍ୟ ୩ଟି ଅଫିସରରେ ଚଢାଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ଅଫିସକୁ ସିଲ୍‍ କରିଛି ।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories