ସାଧାରଣତଃ ଆମ ମନ ଦୁଃଖ ହେଲେ ଆମେ କାନ୍ଦି ଥାଉ କିମ୍ବା ମନ ଦୁଃଖ କରି ଏକୁଟିଆ ବସି ରହୁ। ମାତ୍ର ଏପରି କରିବା ଦ୍ୱାରା ଦୁଃଖ ଦୂର ହୋଇନଥାଏ। ଏକ ଗବେଷଣାରୁ ଜଣାଯାଇଛି ଯେ, ଦୁଃଖର ଲାଘବ ପାଇଁ ଏକ ସରଳ ଓ ସହଜ ଉପାୟ ରହିଛି। ତାହା ହୁଏତ ସଭିଏଁ ଜାଣିନଥିବେ। ମନଦୁଃଖ ଥିବା ସମୟରେ ଆପଣ ବଜାରକୁ ଯାଇ ବୁଲିବା ଓ ପୋଷାକ ତଥା ଅନ୍ୟାନ୍ୟ ଦ୍ରବ୍ୟ କିଣିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଦୋକାନ ବଜାରରେ ବିଭିନ୍ନ ଦ୍ରବ୍ୟ କିଣିବା ଦ୍ୱାରା ଧ୍ୟାନ ଅଧିକ ସେହି ଦିଗ ପ୍ରତି ଯାଇଥାଏ। ଏହା ଛଡ଼ା ଝିଅ ମାନେ ନିଜର ପୋଷାକ, ଚପଲ, ପ୍ରସାଧନ ଦ୍ରବ୍ୟ କିଣିବା ସମୟରେ ସେମାନେ ଅନ୍ୟ କୌଣସି କଥା ମନକୁ ଆସିନଥାଏ। ସେମାନେ କିପରି ଭଲ ଓ ସୁନ୍ଦର ଦ୍ରବ୍ୟ କିଣିପାରିବେ ସେଥିପ୍ରତି ଅଧିକ ଧ୍ୟାନ ଦେଇଥାଆନ୍ତି। ତେଣୁ ମନ ଦୁଃଖ ଥିବା ସମୟରେ ବଜାରକୁ ଯିବା ଯେପରି ରୋଗର ଔଷଧ ଭଳି କାର୍ଯ୍ୟ କରିଥାଏ। ଏହା ସହ ଭାରାକ୍ରାନ୍ତ ମନ ହାଲକା ହୋଇଥାଏ।
Popular Categories



