www.samajalive.in
Saturday, December 6, 2025
26.1 C
Bhubaneswar

ଶନି-ବୁଧଙ୍କ ଓଲଟା ଚଳନ, ଏହି ରାଶିରେ ଲାଗି ରହିବ ସମସ୍ୟା

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଶାସ୍ତ୍ର ଅନୁସାରେ ଶନି ଏବଂ ବୁଧ ଉଭୟଙ୍କର ବିଶେଷ ଗୁରୁତ୍ୱ ରହିଛି । ଏହି ଉଭୟ ଗ୍ରହ ସମୟ ସମୟରେ ରାଶି ଏବଂ ନକ୍ଷତ୍ରର ଭ୍ରମଣ ସହିତ ପଛକୁ ଅର୍ଥାତ ବିପରୀତ ଦିଗରେ ଗତି କରନ୍ତି । ୧୩ ଜୁଲାଇରେ ଶନି ଗ୍ରହ ବିପରୀତ ଦିଗରେ ଗତି କରୁଥିବାବେଳେ ଦୁଇ ଦିନ ପରେ ବୁଧ ମଧ୍ୟ ବିପରୀତ ଦିଗରେ ଗତି କରିବା ଆରମ୍ଭ କରିବେ ।  ପଞ୍ଚାଙ୍ଗ ଅନୁସାରେ ଜୁଲାଇ ମାସରେ ଶନି ଏବଂ ବୁଧଙ୍କ ଓଲଟା ଚାଳନା ଯୋଗୁ ମକର ରାଶିର ଲୋକଙ୍କ କ୍ଷେତ୍ରରେ ସମସ୍ୟା ବୃଦ୍ଧି ପାଇବ । ଆପଣ ଶୀଘ୍ର କିଛି ଭୁଲ ନିଷ୍ପତ୍ତି ନେବେ, ଯାହା ଫଳରେ ଭାରୀ କ୍ଷତି ହେବ । ମଙ୍ଗଳର ଅଶୁଭ ଦୃଷ୍ଟି ଯୋଗୁଁ ଆଘାତ, ବିଦ୍ୟୁତ ଜନିତ ଆଘାତ ଏବଂ ଅଗ୍ନି ଯୋଗୁଁ କ୍ଷତି ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଚିଡିଚିଡା ହୋଇଯିବେ ।

ଚାକିରି କରୁଥିବା ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଛୋଟ ଛୋଟ କଥାରେ ପସିବା ଉଚିତ ନୁହେଁ । ନଚେତ୍‍ ସମ୍ପର୍କ ଏବଂ ପ୍ରତିଛବି ଉଭୟ ଖରାପ ହୋଇପାରେ । ଏହାସହିତ ମକର ରାଶିର ଲୋକଙ୍କୁ ଆହୁରି ଅନେକ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡିବ । ବୈବାହିକ ଜୀବନରେ ବିବାଦ ଦେଖା ଦେଇପାରେ । ମିଛ କହିବାଠାରୁ ଦୂରେଇ ରୁହନ୍ତୁ । ବାପା ମାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories