www.samajalive.in
Monday, December 8, 2025
24.1 C
Bhubaneswar

ସଂସଦର ମୌସୁମୀ ଅଧିବେଶନ ୨ୟ ଦିନ ; ବଲିଉଡ଼କୁ ବଦନାମ କରିବାକୁ ଷଡଯନ୍ତ୍ର , ଜୟା ବଚ୍ଚନ

ନୂଆଦିଲ୍ଲୀ : କରୋନା ମହାମାରୀର ସ୍ଥିତିକୁ ନଜରରେ ରଖି ସୋମବାର ଠାରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ୧୮ ତାରିଖ ଯାଏଁ ଚାଲୁ ରହିବ। ଆଜି ଏହାର ୨ୟ ଦିନରେ ପ୍ରଥମେ ରାଜ୍ୟସଭାର ଅଧିବେଶନ ଆରମ୍ଭ ହୋଇଛି। ଲୋକସଭାର ଅଧିବେଶନ ପ୍ରାୟ ୩ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ଯାଏଁ ଚାଲୁ ରହିବ। ଲୋକସଭାରେ ଆଜି ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଭାରତ-ଚୀନ ସୀମାରେ ଚାଲୁଥିବା ବିବାଦ ଉପରେ ବିବୃତ୍ତି ରଖିବେ।
ଏହାସହ ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ , ବଲିଉଡ଼କୁ ବଦନାମ କରିବାକୁ ଷଡଯନ୍ତ୍ର କରାଯାଉଛି ବୋଲି କହିଛନ୍ତି। ସେ କହିଛନ୍ତି, ମନୋରଞ୍ଜନ ଉଦ୍ୟୋଗର ଲୋକଙ୍କୁ ସୋସିଆଲ ମିଡ଼ିଆର ମାଧ୍ୟମରେ ଉତ୍ତେଜିତ କରାଯାଉଛି। ଏହି ଚଳଚ୍ଚିତ୍ର ଜଗତରେ ନିଜ ନାମ ହାସିଲ କରିଥିବା ଲୋକେ ଏହାକୁ ନର୍ଦ୍ଦମା କହିଛନ୍ତି। ମୁଁ ଏଥିରେ ସମ୍ପୂର୍ଣ୍ଣ ଭାବେ ରାଜି ନୁହେଁ। ମୋର ଆଶା ଯେ, ସରକାର ଏପରି ଲୋକଙ୍କୁ ଏହି ପ୍ରକାରର ଭାଷା ପ୍ରୟୋଗ ନକରିବା ପାଇଁ କହିବେ। କେବଳ କିଛି ଖରାପ ଲୋକଙ୍କ ପାଇଁ ଉଦ୍ୟୋଗର ସମ୍ପୂର୍ଣ୍ଣ ଜଗତରକୁ ଖରାପ କହିବା ସଠିକ ନୁହେଁ।

 

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories