www.samajalive.in
Monday, December 8, 2025
27.1 C
Bhubaneswar

ଖୁବ ଶୀଘ୍ର ଟିକଟକର ବିକଳ୍ପ ଆଣିବ ୟୁଟ୍ୟୁବ ଓ ଫେସବୁକ

ନୂଆଦିଲ୍ଲୀ: ଭାରତରେ ଲୋକପ୍ରିୟ ଚାଇନିଜ୍ ଆପ୍ ଟିକଟକ୍ ଉପରେ ନିଷେଧାଦେଶ ଦିଆଯିବା ପରେ ବର୍ତ୍ତମାନ ଟିକଟକର ବିକଳ୍ପ ଭାବେ ଅନେକ ଆପ ପ୍ଲେ ଷ୍ଟୋରେ ଉପଲବ୍ଧ ଅଛି।  ୟୁଟ୍ୟୁବ୍ ଏବଂ ଫେସବୁକ୍ ମଧ୍ୟ ଏହାର ବିକଳ୍ପ ଆଣିବାକୁ ଯାଉଛନ୍ତି। ବର୍ତ୍ତମାନ ୟୁଟ୍ୟୁବ୍ ଏହାର ବିକଳ୍ପ ଭାବରେ ‘ସର୍ଟସ୍’ ନାମକ ଏକ ଆପ୍ ଲଞ୍ଚ କରୁଛି ଏଥି ସହିତ ଫେସବୁକ ମଧ୍ୟ ’ଲାସୋ’ ନାମର ଏକ ବିକଳ୍ପ ଚୁପଚାପ୍ ବ୍ରାଜିଲରେ ପରୀକ୍ଷା କରୁଛି।

ୟୁଟ୍ୟୁବ୍ ନୂତନ ଆପ୍ ‘ସର୍ଟସ୍’ ମାଧ୍ୟମରେ ଲୋକମାନେ ଛୋଟ ଭିଡିଓ ତିଆରି କରିପାରିବେ ଏବଂ ଟିକଟକ୍ ଭଳି ଅପଲୋଡ୍ କରିପାରିବେ। ଏଥିରେ ୟୁଟ୍ୟୁବ୍ ଲାଇସେନ୍ସପ୍ରାପ୍ତ ଗୀତରେ ଭିଡିଓ ପ୍ରସ୍ତୁତ କରାଯାଇପାରିବ।
ରିପୋର୍ଟ ଅନୁଯାୟୀ, ଟିକଟକ୍ ଯେଉଁଭଳି ଭାବରେ ଅଡିଓ ଏବଂ ମ୍ୟୁଜିକରେ ଭିଡିଓ ପ୍ରସ୍ତୁତ କରାଯାଇଥାଏ, ସେହିଭଳି ୟୁଟ୍ୟୁବ୍ ସର୍ଟରେ କରିହେବ। ଏହା ସବୁଠାରୁ ବଡ ଫିଚର ହେବ ଯେ ୟୁଟ୍ୟୁବର ସମସ୍ତ ଅଡିଓ ଏବଂ ମ୍ୟୁଜିକକୁ ବ୍ୟବହାର କରି ଭିଡିଓ ପ୍ରସ୍ତୁତ କରିହେବ।  କୌଣସି କପିରାଇଟ୍ ସମସ୍ୟା ରହିବ ନାହିଁ ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories