www.samajalive.in
Sunday, December 7, 2025
16.1 C
Bhubaneswar

ଘର ଘର ବୁଲି ସର୍ଭେ ଆରମ୍ଭ

ଟିଟିଲାଗଡ଼ : ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ କରୋନା ସଂକ୍ରମଣର ବୃଦ୍ଧି ପରିପ୍ରେକ୍ଷୀରେ ପ୍ରଶାସନ ତଥା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ତତ୍ପରତା ପ୍ରକାଶ ପାଇଛି। ଏନେଇ ଗତ କିଛି ଦିନ ହେଲା ଉପଜିଲାପାଳ ତଥା ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ସୋମେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟେହ ସଚେତନତା ବୈଠକ ସହ ମହମାରୀ ମୁକାବିଲା ନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ପୌର ପରିଷଦ ପକ୍ଷରୁ ଏନେଇ ସ୍ୱତନ୍ତ୍ର କଣ୍ଟେ୍ରାଲ ରୁମ କାର୍ଯ୍ୟ ଆରମ୍ଭ କରିଛି। ଖୋଦ ଉପଜିଲାପାଳ ପୌର କାର୍ଯ୍ୟାଳୟରେ ପର୍ଯ୍ୟାୟ କ୍ରମେ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ଆଶା ଦିଦିଙ୍କ ସହ ବୈଠକ କରି ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି। ଏନେଇ ଆଜି ଠାରୁ ସହରରେ ଯୁଦ୍ଧକାଳୀନ ଭିତିରେ ୭ ଦିନିଆ ଡୋର ଟୁ ଡୋର କ୍ୟାମ୍ପେନ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ଆଶା ଆଦିଙ୍କୁ ନେଇ ଗଠିତ ୩ ଜଣିଆ ୨୮ଟି ଟିମ ସହରର ପ୍ରତ୍ୟେକ ୱାର୍ଡର ଘରକୁ ଘର ଯାଇ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ଆରମ୍ଭ କରିଛନ୍ତି। ସ୍ୱାସ୍ଥ୍ୟ ଟିମ ପକ୍ଷରୁ ଘରର ସମସ୍ତ ସଦସ୍ୟଙ୍କ ବିବରଣୀ, ଫୋନ ନମ୍ବର ଲିପିବଦ୍ଧ ସହ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ତଥ୍ୟ ନିଆଯାଉଛି। ଏହି ଟିମର ରିପୋର୍ଟକୁ ତର୍ଜମା ପରେ ଅନ୍ୟ ଏକ ଟିମ ଅସୁସ୍ଥ ଚିହ୍ନଟ ଲୋକଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିବେ। ଆବଶ୍ୟକ ହେଲେ କୋଭିଡ ଟେଷ୍ଟ ସହ ଡାକ୍ତରୀ ପରାମର୍ଶ କ୍ରମେ ଚିକିତ୍ସା ବ୍ୟବସ୍ଥା କରାଯିବ। ଏନେଇ ନାଗରିକ କୌଣସି ସଙ୍କୋଚ ନକରି ନିଜ ପରିବାର ସମ୍ପର୍କରେ ନିର୍ଭୁଲ ତଥ୍ୟ ପ୍ରଦାନ କରିବାକୁ ପୌର ପରିଷଦ ପକ୍ଷରୁ ନିବେଦନ କରାଯାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories