www.samajalive.in
Saturday, December 6, 2025
16.1 C
Bhubaneswar

କାଶ୍ମୀରରେ ଆତଙ୍କବାଦ ବିସ୍ତାର ପାଇଁ ହାଫିଜଠାରୁ କୋଟି କୋଟି ଟଙ୍କା ନେଇଛନ୍ତି ବିଚ୍ଛିନ୍ନତାବାଦୀ ନେତା: ଏନଆଇଏ

ନୂଆଦିଲ୍ଲୀ: କାଶ୍ମୀରରେ ହିଂସା ଏବଂ ଆତଙ୍କବାଦର ବିସ୍ତାର ପାଇଁ ବିଚ୍ଛିନ୍ନତାବାଦୀ ନେତାମାନେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦଠାରୁ କୋଟି କୋଟି ଟଙ୍କା ନେଇଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଏହା ଉପରୁ ପର୍ଦ୍ଦାଫାଶ କରିଛି। ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ, ଶବ୍ବୀର ଅହମ୍ମଦ ଶାହ, ମଶରତ ଆଲମ, ରଶିଦ ଇଞ୍ଜିନିୟର ସମେତ ଅନ୍ୟ କେତେଜଣଙ୍କୁ ହାଫିଜଠାରୁ ପାଣ୍ଠି ମିଳୁଥିଲା ବୋଲି ଏନଆଇଏ ଏହାର ରିପୋର୍ଟରେ ପ୍ରକାଶ କରିଛି।

ୟୁଏପିଏର ନୂଆ ଆଇନ ଅଧୀନରେ ଏନଆଇଏ ଏମାନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିବ। ଏନଆଇଏ ୨୧୪ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରିଛି। ଏସବୁ ବିଚ୍ଛିନ୍ନତାବାଦୀମାନେ ହାଫିଜଠାରୁ ଟଙ୍କା ଆଣି କାଶ୍ମୀରରେ ଆତଙ୍କବାଦୀଙ୍କୁ ଯୋଗାଇବା ସହିତ ପଥରମାଡ଼ ପାଇଁ ପାଣ୍ଠି ସଂଗ୍ରହ କରୁଥିବା ନେଇ ଏନଆଇଏ ନିକଟରେ ଦୃଢ଼ ପ୍ରମାଣ ରହିଛି। ୟାସିନ ମଲିକଙ୍କ ଡିଜିଟାଲ ଡାଏରୀରୁ ଏପରି ତଥ୍ୟ ମିଳିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories