ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଅଜିତ ମହାନ୍ତିଙ୍କରବିବାର ମଧ୍ୟାହ୍ନରେ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ବେଙ୍ଗାଲୁରୁରେ ଚିକିତ୍ସା ପରେ ତାଙ୍କୁ ୧୫ ଦିନ ତଳେ ଏମ୍ସକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସ୍ବର୍ଗତ ଅଜିତ ମହାନ୍ତି ଦୀର୍ଘ ୩୫ ଧରି ସାମ୍ବାଦିକ ଭାବେ କାର୍ଯ୍ୟ କରି ଆସୁଥିଲେ।
ସେ ଦୈନିକ ଧରିତ୍ରୀ ଓ ସମୟ ସମେତ ଅନେକ ଗଣମାଧ୍ୟମ ସଂସ୍ଥା ସହ ଜଡ଼ିତ ଥିଲେ। ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ସ୍ବର୍ଗତ ଅଜିତ ମହାନ୍ତିଙ୍କ ପରଲୋକ ଖବର ଶୁଣି ସାମ୍ବାଦିକତା ମହଲରେ ଶୋକର ଛାୟା ଖେଳି ଯାଇଛି। ତାଙ୍କର ଅମର ଆତ୍ମାର ସଦଗତି ପାଇଁ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଛି।



