www.samajalive.in
Monday, December 8, 2025
24.1 C
Bhubaneswar

ଜାମ୍ମୁ କାଶ୍ମୀରରେ ମାସକରେ ୩୪ ଆତଙ୍କବାଦୀ ନିପାତ, ୮ ସୁରକ୍ଷା କର୍ମୀ ସହିଦ୍‍

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଭାରତୀୟ ସୁରକ୍ଷା ବାହିନୀଙ୍କୁ ଆତଙ୍କବାଦୀ ନିିରୋଧୀ ଅଭିଯାନରେ ବଡ଼ ସଫଳତା ମିଳିଛି। ମାସକ ମଧ୍ୟରେ ସୁରକ୍ଷା ବାହିନୀଙ୍କ ଗୁଳିରେ ୩୪ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ତେବେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ୮ ଜଣ ଯବାନ ସହିଦ୍‍ ହୋଇଛନ୍ତି ଓ ୧୩ ଜଣ ସ୍ଥାନୀୟ ନାଗରିକ ପ୍ରାଣ ହରାଇଛନ୍ତି। ଜାମ୍ମୁ କାଶ୍ମୀର ପୁଲିସ୍‍ ଏଡିଜି (ଆଇନ ଶୃଙ୍ଖଳା) ମୁନିର ଖାନ ରବିବାର ଉପରୋକ୍ତ ସୂଚନା ଦେଇଛନ୍ତି। ସେ ଏହି ସଫଳତା ପାଇଁ ଭାରତୀୟ ସୁରକ୍ଷା ବାହିନୀଙ୍କୁ ପ୍ରଶଂସା କରିଛନ୍ତି।
ଭାରତୀୟ ସୁରକ୍ଷା ବାହିନୀଙ୍କ ପକ୍ଷରୁ ଆତଙ୍କବାଦୀଙ୍କ ବିରୋଧରେ ‘ଅଲ ଆଉଟ’ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ କ୍ରମରେ ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୨୭ ମଧ୍ୟରେ ମୋଟ ୫୫ ଜଣଙ୍କ ମୃତ୍ୟୁ ଘଟିଛି।
ସେପ୍ଟେମ୍ବର ୨୪ରେ ସୁରକ୍ଷା କର୍ମୀଙ୍କ ଗୁଳିରେ କୁପୱାଡ଼ା ତଙ୍ଗଧର ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୩ ଆତଙ୍କବାଦୀ ନିହତ ହୋଇଥିଲେ। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ଯବାନ ସହିଦ୍‍ ହୋଇଥିଲେ।
ସେପ୍ଟେମ୍ବର ୨୫ରେ ବାରମୁଲାର ସୋପାରାଠରେ ୨ ଜଣ ଆତଙ୍କବାନୀ ନିହତ ହୋଇଥିଲେ।
ସେପ୍ଟେମ୍ବର ୨୭ରେ ଶ୍ରୀନଗର ନୁରବାଗଠାରେ ଜଣେ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ଘଟିଥିଲାବେଳେ ବଡ଼ଗାଓଁଠାରେ ୨ ଜଣ ଆତଙ୍କବାଦୀ ଓ କାଞ୍ଜିଗୁଡ଼ାଠାରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ।
ସେପ୍ଟେମ୍ବର ୩୦ରେ ସୋପିଆନାରେ ଜଣେ ପୁଲିସ୍‍ କର୍ମୀଙ୍କୁ ଆତଙ୍କବାଦୀ ହତ୍ୟା କରିଥିଲେ।
ଅକ୍ଟୋବର ୫ରେ ଶ୍ରୀନଗର ହବକଦଲ ଅଞ୍ଚଳରେ ୩ ଜଣ ପୁଲିସ୍‍ କର୍ମୀଙ୍କୁ ହତ୍ୟା କରିଥିଲେ।
ଅକ୍ଟୋବର ୬ରେ ସୋପାରାରେ ଜଣେ ଦୋକାନୀଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ।
ଅକ୍ଟୋବର ୧୧ରେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ହଦୱାଡ଼ାଠାରେ ପିଏଚ୍‍ଡି ଛାତ୍ର ତଥା ଆତଙ୍କବାଦୀ ମନାନ ୱାନି ସମେତ ୨ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ସେହିଦିନ ସୋପିଆନାରେ ମୁସଲିମ୍‍ ଲିଗର ଜଣେ କର୍ମକର୍ତ୍ତାଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ।
ଅକ୍ଟୋବର ୧୩ରେ ପୁଲୱାମାଠାରେ ହିଜବୁଲ ମୁଜାହିଦ୍ଦିନର ଜଣେ ଆତଙ୍କବାଦୀ ନିହତ ହୋଇଥିଲା ବେଳେ ସୋପାରାଠାରେ ଜଣେ ପୁଲିସ୍‍ କର୍ମୀ ସହିଦ୍‍ ହୋଇଥିଲେ।
ଅକ୍ଟୋବର ୧୭ରେ ଶ୍ରୀନଗର ଫତେହ କଦଲଠାରେ ଲସ୍କର-ଇ-ତୋଇବାର କମାଣ୍ଡର ମେହରାଜୁଦ୍ଦିନ ସମେତ ୩ ଆତଙ୍କବାଦୀ ନିହତ ହୋଇଥିଲେ।
ଅକ୍ଟୋବର ୧୮ରେ ପୁଲୱାମାଠାରେ ଜଣେ ଆତଙ୍କବାଦୀ, ୧୯ରେ ବାରମୁଳାଠାରେ ୨ ଆତଙ୍କବାଦୀ, ୨୦ରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।
ଅକ୍ଟୋର ୨୧ରେ କୁଳଗାମରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା ବେଳେ ଗୁଳି ବିନିମୟ ଓ ବିସ୍ଫୋରଣରେ ୭ ସ୍ଥାନୀୟ ଲୋକ ପ୍ରାଣ ହରାଇଥିଲେ। ଉକ୍ତ ଦିନ ତ୍ରାଲଠାରେ ଏସ୍‍ଏସ୍‍ବିର ଜଣେ ଯବାନ ସହିଦ୍‍ ହୋଇଥିଲେ।
ଅକ୍ଟୋବର ୨୪ରେ ଶ୍ରୀନଗର ନୌଗାମରେ ୨ ଆତଙ୍କବାଦୀ, ୨୫ରେ ବାରମୁଲାରେ ୨ ଆତଙ୍କବାଦୀ ଓ ଅନନ୍ତନାଗଠାରେ ୪ ଆତଙ୍କବାଦୀ ନିହତ ହୋଇଥିଲେ। ସେହି ଦିନ ଆତଙ୍କବାଦୀଙ୍କ ଗୁଳିରେ ଓ ପଥର ପିଙ୍ଗାଳୀଙ୍କ ପଥର ମାଡ଼ରେ ୩ ଜଣ ଯବାନ ସହିଦ୍‍ ହୋଇଥିଲେ।
ଅକ୍ଟୋବର ୨୬ରେ ସୋପାରାଠାରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲା ବେଳେ ଜଣେ ଯବାନ ସହିଦ୍‍ ହୋଇଥିଲେ।
ଅକ୍ଟୋବର ୨୭ରେ ଆତଙ୍କବାଦୀଙ୍କ ଗୁଳିରେ ବଡ଼ଗାମ ୱାଗୁରାଠାରେ ଜଣେ ସିଆଇଏସ୍‍ଏଫ ଯବାନ ସହିଦ୍‍ ହୋଇଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories