୫୫ଫୁଟ ସମୁଦ୍ର ତଳେ ସ୍କୁବା ଡାଇଭିଂ: କମାଲ କଲେ ଓଡ଼ିଆ ବାପା-ଝିଅ
ସମାଜ ଡିଜିଟାଲ ଡେସ୍କ: ଦୁବାଇ ନିବାସୀ ଓଡ଼ିଆ ବାପା-ଝିଅ ଗଭୀର ସମୁଦ୍ର ତଳେ ସ୍କୁବା ଡାଇଭିଂ କରି କମାଲ କରିଛନ୍ତି। ୫୫ଫୁଟ ଗଭୀର ସମୁଦ୍ର ତଳେ ଥିବା ଉଡାଜାହାଜ ଭିତରକୁ ସ୍କୁବା ଡାଇଭିଂ କରିଛନ୍ତି ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ତାଙ୍କ ୧୩ ବର୍ଷର ଛଇଅ ତିସ୍ୟା ପାଣିଗ୍ରାହୀ। ସ୍କୁବା ଡାଇଭିଂ କରି ଜୋର୍ଡାନର ଅକାବା ନିକଟ ଲୋହିତ ସାଗରରେ ବୁଡି ରହିଥିବା ହରକୁଲସ-ସି ୧୩୦ ଏୟାରକ୍ରାଫ୍ଟ ଭିତରକୁ ପ୍ରବେଶ କରିଥିଲେ। ଆକାବା ଉପକୂଳରୁ ୩୦୦ମିଟର ଦୂରରେ ହରକୁଲସ ସି-୧୩୦ ବିମାନକୁ ୨୦୧୭ରେ କୃତ୍ରିମ ପ୍ରବାଳ ପ୍ରାଚୀର ସୃଷ୍ଟି କରିବା ଉଦ୍ଦେଶ୍ୟରେ ସମୁଦ୍ର ଗର୍ଭରେ ବୁଡାଇ ଦିଆଯାଇଥିଲା ।
Comments are closed.