www.samajalive.in
Monday, December 8, 2025
14.1 C
Bhubaneswar

ଜିଲା କଂଗ୍ରେସ ଉପ ସଭାପତି ଅଶୋକ ବେରିହାଙ୍କ ପରଲୋକ

ସମ୍ବଲପୁର: ସମ୍ବଲପୁର ଜିଲା କଂଗ୍ରେସ ଉପ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ବେରିହାଙ୍କର ଶୁକ୍ରବାର ମଧ୍ୟରାତ୍ରି ପ୍ରାୟ ସାଢ଼େ ୧୨ଟାରେ ପ୍ରାୟ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ବିଗତ କିଛି ଦିନ ହେବ ଅସୁସ୍ଥ ଥିବା ଅଶୋକ ଭୁବନେଶ୍ୱର ସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ପରଲୋକକୁ ଗମନ କରିଛନ୍ତି। ସେ ତାଙ୍କର ପଛରେ ଧର୍ମପତ୍ନୀ, ଦୁଇ ଝିଅ ଜ୍ୱାଇଁ ଏବଂ ପରିବାରବର୍ଗଙ୍କୁ ଛାଡି ଯାଇଛନ୍ତି। ସମ୍ବଲପୁରର ଦଲେଇପଡା ନିବାସୀ ସ୍ୱର୍ଗତ ଅଶୋକ ଏକାଧାରରେ ଜଣେ ରାଜନେତା ହେବା ସହିତ ସମାଜସେବୀ ମଧ୍ୟ ଥିଲେ। ଛାତ୍ରାବସ୍ଥାରୁ ତାଙ୍କର ସମାଜସେବା ଓ ରାଜନୀତି ପ୍ରତି ରୂଚି ରହିଥିଲା। ସେ ସମ୍ବଲପୁର ମ୍ୟୁନିସିପାଲିଟୀର ପୂର୍ବତନ କାଉନସେଲର ରହିଥିଲେ। ଏହା ସହ ଆଜୀବନ କଂଗ୍ରେସ ସଦସ୍ୟ ରହିଥିବା ବେଳେ ପ୍ରଦେଶ କଂଗ୍ରେସ କମିଟୀର ସଚିବ, କଂଗ୍ରେସ ଟିକଟରେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପାଇଁ ପ୍ରତିଯୋଗିତା ମଧ୍ୟ କରିଥିଲେ। ଏହା ସହିତ ସେ ଓଡିଶା ସାଂସ୍କୃତିକ ସମାଜ, ଇସକଫ, ଲାୟନ୍ସ କ୍ଲବ, ଅନ୍ତରାମ ବେରିହା କ୍ଲବ ସମେତ ଅନେକ ସାଂସ୍କୃତିକ ଅନୁଷ୍ଠାନ ଗୁଡିକର ସଦସ୍ୟ ମଧ୍ୟ ଥିଲେ। ତାଙ୍କର ମୃତ୍ୟୁ ଖବର ମିଳିବା ପରେ ସମ୍ବଲପୁରରେ ଶୋକର ଛାୟା ଖେଳି ଯାଇଛି। ଶନିବାର ଅପରାହ୍ନରେ ତାଙ୍କର ପାର୍ଥିବ ଶରୀର ସମ୍ବଲପୁରରେ ପହଞ୍ଚିବା ପରେ କଂଗ୍ରେସ ଦଳିୟ ପତାକା ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇ କଂଗ୍ରେସର ନେତା ଓ କର୍ମୀ ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ଥାନୀୟ ରାଜଘାଟ ଠାରେ କୋଭିଡ ନିୟମାନୁଯାୟୀ ଅଳ୍ପ ସଂଖ୍ୟକ ବ୍ୟକ୍ତିଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଜିଲା କଂଗ୍ରେସ ଉପ ସଭାପତି ଅଶୋକଙ୍କ ପରଲୋକରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଜୟଦେବ ଲେଙ୍କା, ପ୍ରସାଦ ହରିଚନ୍ଦନ, ବରିଷ୍ଠ ନେତା ପ୍ରକାଶ ଦେବତା, ପିସିସି ସଦସ୍ୟ ସୁରେଶ୍ୱର ମିଶ୍ର, ଜିଲା କଂଗ୍ରେସ କମିଟୀ ସଭାପତି ଅଶ୍ୱିନୀ ଗୁରୁ, ଆସଫ ଅଲ୍ଲୀ ଖାନ, ସୁଧିର କୁମାର ପଣ୍ଡାଙ୍କ ସମେତ ଦଳୀୟ ନେତା ଓ କର୍ମୀ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories