www.samajalive.in
Sunday, December 14, 2025
26.1 C
Bhubaneswar

ସମ୍ବଲପୁର ଶୀତଳଷଷ୍ଠୀ : ମହାଦେବ-ପାର୍ବତୀଙ୍କ ନିର୍ବନ୍ଧ ସଂପନ୍ନ

ସମ୍ବଲପୁର  : ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଅବସରରେ ଶୁକ୍ରବାର ସନ୍ଧ୍ୟାରେ ଦେବାଧିଦେବ ମହାଦେବ ଓ ଜଗଜ୍ଜନନୀ ପାର୍ବତୀଙ୍କ ନିର୍ବନ୍ଧ ବା ପତରପେଁଡ଼ି ସଂପୂର୍ଣ୍ଣ ଲୋକାଚାରରେ ସଂପନ୍ନ ହୋଇଛି। ନନ୍ଦପଡ଼ାର ବମ୍‍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ଲୌକିକ ବିବାହ ପାଇଁ ନିର୍ବନ୍ଧ ବୁଧବାର ରାତିରେ ସଂପନ୍ନ ହୋଇ ଗୁରୁବାର ନୃସିଂହ ନିଉତା ବା ଦେବ ନିମନ୍ତ୍ରଣ ହୋଇସାରିଛି। ଶିବ ବିବାହ ଆୟୋଜନ କରୁଥିବା ଅନ୍ୟ ସମସ୍ତ ଶିବାଳୟରେ ଶୁକ୍ରବାର ସନ୍ଧ୍ୟାରେ ଶିବ-ପାର୍ବତୀଙ୍କ ନିର୍ବନ୍ଧ ସରିଛି। ଆସନ୍ତାକାଲି ଦେବ ନିମନ୍ତ୍ରଣ କରାଯିବ। ୧୬ ତାରିଖ ଦେବନିମନ୍ତ୍ରଣ, ୧୭ ତାରିଖ ବରାନୁଗମନ ଓ ପାଣିଗ୍ରହଣ, ୧୮ ତାରିଖ ମଧ୍ୟରାତ୍ରରୁ ମୁଖ୍ୟ ଶୋଭାଯାତ୍ରା ଆରମ୍ଭ, ୧୯ ତାରିଖ ଦିନତମାମ ମୁଖ୍ୟ ଶୋଭାଯାତ୍ରା ପରିକ୍ରମା ଓ ସନ୍ଧ୍ୟାରେ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ ସହିତ ଶୀତଳ ଷଷ୍ଠୀ ସମାପିତ ହେବ। ଶୀତଳଷଷ୍ଠୀ ଅବସରରେ ସମ୍ବଲପୁର ଶିବମୟ ତଥା ଉତ୍ସବମୁଖର ହୋଇଉଠିଛି।
ଶିବ ବିବାହ କ୍ରମରେ ବାବାଙ୍କ ନିର୍ବନ୍ଧ ପାଇଁ ଶୁକ୍ରବାର ସନ୍ଧ୍ୟାରେ ଶିବାଳୟଗୁଡ଼ିକରୁ କନ୍ୟା ଅନ୍ୱେଷଣରେ ବାହାରିଥିଲେ ସପ୍ତଋଷି। ବରପକ୍ଷ ଏକ ଭବ୍ୟ ପଟୁଆରରେ ଶୋଭାଯାତ୍ରା ପରିକ୍ରମା କଲା ବେଳେ ସମ୍ବଲପୁର ସହର ଉତ୍ସବ ମୁଖର ହୋଇ ଉଠିଥିଲା। ଏହି କ୍ରମରେ ଝାଡ଼ୁଆପଡ଼ାର ଶ୍ରୀ ଲୋକନାଥ, ମୁଦିପଡ଼ାର ଶ୍ରୀ ଜାଗେଶ୍ୱର, ବାଲିବନ୍ଧାର ଶ୍ରୀ ସୋମନାଥ, ବଡ଼ବଜାରର ଶ୍ରୀ ଶ୍ରୀ ଶୀତଳେଶ୍ୱର, ଠାକୁରପଡ଼ାର ଶ୍ରୀ ଗୁପ୍ତେଶ୍ୱର, ସାକ୍ଷୀପଡ଼ାର ଓଙ୍କାରେଶ୍ୱର, ବୁଢ଼ାରଜାର ଶ୍ରୀ ପାହାଡ଼େଶ୍ୱର, କୁମ୍ଭାରପଡ଼ା ଦାନୀବନ୍ଧର ଶ୍ରୀ ରାମେଶ୍ୱର, ଗୋବିନ୍ଦତୋଲାର ସ୍ୱପ୍ନେଶ୍ୱର ଓ ସିନ୍ଦୁରପଙ୍କର ଶ୍ରୀ ତାରକେଶ୍ୱର ବାବାଙ୍କ ନିର୍ବନ୍ଧ ଶୁକ୍ରବାର ସଂପନ୍ନ ହୋଇଛି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories