www.samajalive.in
Sunday, December 7, 2025
26.1 C
Bhubaneswar

ସତ୍ୟବାଦୀ ପୁଲିସର ଏନକାଉଣ୍ଟର, କାଳୁ ଭୋଳ ଆହତ 

ସାକ୍ଷୀଗୋପାଳ:  ସତ୍ୟବାଦୀ ଥାନା ଅନ୍ତର୍ଗତ ସୁଆଣ୍ଡୋ ବ୍ରିଜ ନିକଟରେ ସାଗର ସ୍ନାନ ମେଳଣ ପଡିଆରେ ସତ୍ୟବାଦୀ ପୁଲିସ ଏନକାଉଣ୍ଟରରେ ପୁରୀ ସଦର ଥାନା ଅନ୍ତର୍ଗତ ବାଟ ଗାଁର କାଳୁ ଭୋଳ ଆହତ ହୋଇଛନ୍ତି।  ୧୦୮ଆମ୍ବୁଲାନ୍ସ ଯୋଗେ ସତ୍ୟବାଦୀ ପୁଲିସ ଆହତ କାଳୁ ଭୋଳଙ୍କୁ ଚିକିତ୍ସା ନିମନ୍ତେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି।
ସତ୍ୟବାଦୀ ପୋଲିସ ସୂତ୍ରରୁ ଜଣାପଡିଛି,ଅପରାଧୀ କାଳୁ ଭୋଳ ସୁଆଣ୍ଡୋ ବ୍ରିଜ ନିକଟରେ ସାଗର ସ୍ନାନ ମେଳଣ ପଡିଆରେ ରହିଛି ବୋଲି ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ଏକ ନିର୍ଭରଯୋଗ୍ୟ ଖବର ପାଇଥିଲେ। ଆଇଆଇସି ଶ୍ରୀ ବେହେରା  ସଦଳବଳେ ସାଗର ସ୍ନାନ ମେଳଣ ପଡିଆରେ ଚଢ଼ାଉ କରିଥିଲେ। ପୁଲିସକୁ ଦେଖି କାଳୁ ଭୋଳ ଖସିଯିବା ନିମନ୍ତେ ଉଦ୍ୟମ କରି ପୋଲିସ ଉପରକୁ ଏକ ରାଉଣ୍ଡ ଗୁଳି ଚଳାଇଥିଲା। ଗୁଳିଟି ପୋଲିସର ଅତି ନିକଟରେ ଖସି ଯାଇଥିଲା। ସତ୍ୟବାଦୀ ଥାନା ଆଇଆଇସି ଏନକାଉଣ୍ଟର କରିଥିଲେ। ଗୁଳିଟି କାଳୁ ଭୋଳଙ୍କର ଡାହାଣ ଗୋଡ଼ରେ ବାଜିଥିଲା। ଫଳରେ କାଳୁ ଭୋଳ ଘଟଣା ସ୍ଥଳରେ ପଡି ଯାଇଥିଲେ।  ସତ୍ୟବାଦୀ ପୁଲିସ ତାଙ୍କୁ ଉଦ୍ଧାର ପରେ ଚିକିତ୍ସା ନିମନ୍ତେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।  କାଳୁ ଭୋଳଙ୍କ ନାମରେ ବିଭିନ୍ନ ଥାନାରେ ୧୮ ଗୋଟି ମାମଲା ରହିଅଛି ବୋଲି ପୁଲିସ ସୂତ୍ରରୁ ଜଣାପଡିଛି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories