ଶନିବାର ରାଶିଫଳ (୦୭.୧୦.୨୦୨୩)

ମେଷ: ଆୟୁଷ୍ମାନ୍‌ ହେବେ। ରୂପବାନ୍‌, ବିଦ୍ବାନ୍‌ ଓ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଦେବ, ଗୁରୁ, ଦ୍ବିଜ ଭକ୍ତ ହୋଇପାରନ୍ତି। ସ୍ବାଭିମାନୀ ଓ କର୍ମପରାୟଣ ହେବେ। ପୁତ୍ରବାନ୍‌ ହୋଇପାରନ୍ତି। ସମ୍ମାନିତ ହେବେ।
ବୃଷ: ମିତବ୍ୟୟୀ ହୋଇପାରନ୍ତି। ଆଳସ୍ୟ ପରାୟଣ ହେବେ। ଉଦାର ସ୍ବଭାବ ସମ୍ପନ୍ନ ହେବେ। ଲୋଭାସକ୍ତ ହେବେ। କାର୍ଯ୍ୟ ସମ୍ପାଦନରେ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି। ମଧୁର କଥାରେ ପରକୁ ଆପଣାର କରିବେ।
ମିଥୁନ: ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ପରାକ୍ରମୀ ହେବେ। ରାଜତୁଲ୍ୟ ସୌଭାଗ୍ୟର ଅଧିକାରୀ ହେବେ। ଧାର୍ମିକ ଭାବନା ସମ୍ପନ୍ନ ହୋଇପାରନ୍ତି। ଧନାଗମ ହେବ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି।
କର୍କଟ: ସତ୍‌କର୍ମୀ ହେବେ। ସମସ୍ତଙ୍କର ପ୍ରିୟପାତ୍ର ହୋଇପାରନ୍ତି। ମାତୃପିତୃ ଭକ୍ତ ହେବେ। ସଫଳ ଭବିଷ୍ୟ ବକ୍ତା ହୋଇପାରନ୍ତି। ସତ୍ୟବାଦୀ ହେବେ। ଶ୍ରେ​‌ଷ୍ଠ ମାନ୍ୟତା ପ୍ରାପ୍ତ ହେବେ। ଧନବାନ୍‌ ହେବେ।
ସିଂହ: ରାଜତୁଲ୍ୟ ଧନସମ୍ପଦଯୁକ୍ତ ହୋଇପାରନ୍ତି। ସୁଖୀ ହେବେ; ମାତ୍ର କୃପଣ ସ୍ବଭାବର ହୋଇପାରନ୍ତି। ପବିତ୍ର ହୃଦୟବାନ୍‌ ବ୍ୟକ୍ତିଭାବେ ସର୍ବ ନମସ୍ୟ ହେବେ। ଯଶସ୍ବୀ, ଭାଗ୍ୟଶାଳୀ ଓ ପୁତ୍ରବାନ୍‌ ହେବେ।
କନ୍ୟା: କର୍ମଚଞ୍ଚଳ ରହିବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଧନଲାଭରୁ ବଞ୍ଚିତ ହୋଇପାରନ୍ତି। ଜ୍ୟୋତିଷ ବିଦ୍ୟାଜ୍ଞାତା ହେବେ। ମନୋରଞ୍ଜନ ଧର୍ମୀ ହେବେ। ଅଳ୍ପକେ ସନ୍ତୁଷ୍ଟ ହୋଇପାରନ୍ତି।
ତୁଳା: ରୂପବାନ୍‌ ହେବେ। ପତ୍ନୀ ପ୍ରେମୀ ହୋଇପାରନ୍ତି। ଧୈର୍ଯ୍ୟବାନ୍‌ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଜ୍ୟୋତିଷ ଶାସ୍ତ୍ର ପ୍ରତି ରୁଚି ରହିବ। ପତ୍ନୀ ପତିବ୍ରତା ଓ ଧାର୍ମିକ ପ୍ରବୃତ୍ତିର ହେବେ। ଶ୍ବଶୁର ଘରୁ ଧନ ପ୍ରାପ୍ତ ହେବେ।
ବିଛା: ଶତ୍ରୁ ବିଜୟୀ ହେବେ। ମଧୁର ଭାଷୀ ହୋଇପାରନ୍ତି। ଉଦାର ପ୍ରକୃତିର ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଜଣେ ବିବେକୀ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ।
ଧନୁ: ଶାସ୍ତ୍ରଜ୍ଞାତା ହେବେ। ବନ୍ଧୁ, ସହଦୋର ସମସ୍ତଙ୍କର ପ୍ରିୟପାତ୍ର ହେବେ। ଆଧ୍ୟାତ୍ମବାଦୀ ହେବେ। ଜ୍ୟୋତିଷ ଶାସ୍ତ୍ର ପ୍ରତି ରୁଚି ରହିବ। ଲୋକପ୍ରିୟ ହେବେ। ସନ୍ତତିବାନ୍‌ ହେବେ। ଉତ୍ତମ ମିତ୍ରଯୁକ୍ତ ହେବେ।
ମକର: ଧନସମ୍ପଦଯୁକ୍ତ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ। ମନ ପ୍ରସନ୍ନ ରହିବ। ଉଦ୍ୟୋଗୀ ହେବେ। ପିତାମାତାଙ୍କର ଆଜ୍ଞାପାଳନକାରୀ ହେବେ। ରାଜମାନ୍ୟ ମିଳିବ। ପରିବାର ପ୍ରତି ସ୍ନେହଭାବ ରହିବ।
କୁମ୍ଭ: ଆସ୍ତିକ ହେବେ। ପରୋପକାରୀ ହେବେ। ପ୍ରବାସୀ ହୋଇପାରନ୍ତି। ଯାନବାହନଯୁକ୍ତ ହେବେ। ଉଚ୍ଚାଭିଳାଷୀ ହେବେ। ସତ୍‌ ପରାୟଣ ହୋଇପାରନ୍ତି। ନିଜ ଧନକୁ ଉଚିତ୍‌ କାର୍ଯ୍ୟରେ ବ୍ୟୟ କରିପାରନ୍ତି।
ମୀନ: ମନ ପ୍ରସନ୍ନ ରହିବ। ଉତ୍ତମ ପତ୍ନୀଙ୍କ ସହଯୋଗ ମିଳିବ। ରତ୍ନ ବ୍ୟବସାୟ ଲାଭପ୍ରଦ ହେବ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁର ଭାଷୀ ହୋଇପାରନ୍ତି। ସମ୍ପତ୍ତି ଓ ସନ୍ତତିବାନ୍‌ ହେବେ। ସଦାଚାରୀ ହେବେ।

Comments are closed.