www.samajalive.in
Monday, December 8, 2025
16.1 C
Bhubaneswar

କୋଭିଡ଼ କଟକଣାରେ ଚାଲିଛି ଘରୋଇ ପିକ୍‌ନିକ୍; ବାରି ଅଗଣାରେ ଜଳୁଛି ଚୁଲି

ସାରନଗରୀ: ଗତବର୍ଷ କରୋନା ମହାମାରୀ ତାହାର କରାଳରୂପ ପ୍ରଦର୍ଶନ କରିବା ଯୋଗୁ ସମସ୍ତ କ୍ଷେତ୍ରରେ କିଛିନା କିଛି ପ୍ରଭାବ ଅନୁଭୂତ ହୋଇଛି । ଲୋକଙ୍କ ଜୀବନଶୈଳୀ ହୋଇଛି ବ୍ୟାପକ ପରିବର୍ତନ। ଜୀବନରେ କିଛିଟା ମୂହୂର୍ତ ଅତିବାହିତ କରିବା ପାଇଁ ପିକନିକ ପାଲଟିଛି ଲୋକଙ୍କ ଆମୋଦପ୍ରମୋଦର ଏକ ନିଆରା ମାଧ୍ୟ । ବର୍ତମାନ ଶୀତ ରୁତୁରେ ପିକନିକ(ବଣଭୋଜି)ର ଆସର କାଁଭାଁ ଦେଖିବାକୁ ମିଳୁଥିବା ବେଳେ, ଘରେ ଅଳ୍ପ ସଦସ୍ୟଙ୍କୁ ନେଇ କୋଭିଡ଼ ନିୟମରେ ଚାଲିଛି ଘରୋଇ ପିକନିକ ମାହୋଲ। ଦକ୍ଷିଣ ରାଉରକେଲା ତଥା ସହରତଳି କିଛି ଗ୍ରାମାଂଚଳରେ ବାସ କରୁଥିବା ଲୋକେ ଘରେ ପରିବାର ସଦସ୍ୟ, ବନ୍ଧୁ ପରିଜନ, ସମ୍ପର୍କୀୟ ମାନଙ୍କ ସହ ଏକାଠି ହୋଇ ନିଜେ ହାତରନ୍ଧା ସୁସ୍ୱାଦୁ ଭୋଜନ ପ୍ରସ୍ତୁତି କରିବା ସହ ସାମାଜିକ ଦୂରତାରେ ପିକନିକ କରିବା ପ୍ରାୟତଃ ଦେଖିବାକୁ ମିଳୁଛି।

ଅପରପକ୍ଷରେ କୌଣସି ପର୍ଯ୍ୟଟନ ସ୍ଥଳରେ ପିକ୍‌ନିକ କଲେ ପ୍ରାକୃତିକ ସୌଦର୍ଯ୍ୟ ସହ ନିରୋଳା ଓ ଏକାନ୍ତ ପରିବେଶର ଯେଉଁ ନିଆରା ଅନୁଭୂତି ଦେଖା ଦେଇଥାଏ, ତାହା ହୁଏତ ଏତେଟା ଅନୁଭବ କରି ହେଉନାହିିଁଁ ବୋଲି ଦକ୍ଷିଣ ରାଉରକେଲାର କିଛି ପରିବେଶବିତ ମତ ଦେଇଛନ୍ତି । ଚଳିତ ନବବର୍ଷରେ ସବୁଠି ବଦଳିଛି ଶୁଭେଚ୍ଛା ବାର୍ତା ଆଦାନ ପ୍ରଦାନର ଶୈଳୀ । ପୂର୍ବରୁ ନୂଆବର୍ଷ ଆସିବା ପରେ ଲୋକେ କରମର୍ଦ୍ଦନ କରି ଓ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ବାର୍ତା ବାଟୁଂଥିବା ବେଳେ, ଏବେକାର ସ୍ଥିତିରେ କୋଭିଡ଼ ନିୟମକୁ କିଛି ଅମାନିଆ ଫୁ କରୁଥିବା ବେଳେ, ଅନେକ ଅନୁସରଣ କରୁଥିବା ଦେଖିବାକୁ ମିିଳିିଛି। ଘର ଅବା ବାରି ଅଗଣାରେ ଜଳୁଛି ଚୁଲି। ସେଠାରେ ବିଭିନ୍ନ ସୁଆଦିଆ ବ୍ୟଜଂନ ପ୍ରସ୍ତୁତି ନିମନ୍ତେ ପିକନିକ କରୁଥିବା ବ୍ୟକ୍ତି ମାନେ କାଠ ଚୁଲି ଅବା ଗ୍ୟାସ ଦ୍ୱାରା ରୋଷଇ କାର୍ଯ୍ୟ ସମ୍ପାଦନ କରୁଛନ୍ତି, ଯାହାକି ଘରୋଇ ପିକ୍‌ନିକରେ ସାମିଲ ବ୍ୟକ୍ତି ମାନଙ୍କୁ ମାନସିକ ଆତ୍ମତୃପ୍ତି ଦେଉଛି ବୋଲି ପ୍ରକାଶ କରିଛନ୍ତି ଦକ୍ଷିଣ ରାଉରକେଲା ଲେବର କଲୋନୀରେ ବାସ କରୁଥିବା ଗୃହିଣୀ ଧୀରଲତା ପରିଡ଼ା ।

- Advertisement -

ଆଜି ନୂଆବର୍ଷର ପ୍ରଥମ ରବିବାରରେ ଦକ୍ଷିଣ ରାଉରକଲାର କିଛି କଲୋନୀରେ ପରିବାର ସଦସ୍ୟ ମାନେ ଘରୋଇ ପିକନିକର ମଜା ଉଠାଇଥିଲେ। ଘର ପ୍ରାଙ୍ଗଣରେ ପିକନିକ ପାଳନ କରିବା ସହ ସଙ୍ଗୀତର ମୂର୍ଚ୍ଛନାରେ ଝୁମି ଉଠିବା ଦେଖିବାକୁ ମିଳିଥିଲା, ହେଲେ ପ୍ରତ୍ୟେକ କ୍ଷେତ୍ରରେ କୋଭିଡ଼ ନିୟମକୁ କଡ଼ାକଡ଼ି ଭାବେ ଅନୁସରଣ କରିଥିଲେ ବହୁ ପରିବାର ସଦସ୍ୟବୃନ୍ । ସେହିପରି ସ୍ଥାନୀୟ ଅଂଚଳର କିଛି କ୍ଲବରେ ଘରୋଇ ରୋଷେଇ ଢାଂଚାରେ ଖାଦ୍ୟ ପ୍ରସ୍ତୁତ କରି ଲୋକେ ପିକନିକ ପାଳିଥିଲେ । ଏହା ସହ ଏଭଳି ପିକନିକରେ ନିଜ ନିଜ ମଧ୍ୟରେ ଭାତୃତ୍ୱ, ଭାଇଚାରାର ବାର୍ତା ବାଣ୍ଟିବା ସହ ନୂତନ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ, ସୁଖ, ସମୃଦ୍ଧି, ପ୍ରଗତି ଓ ନୂତନ ସମ୍ଭାବନାର ଆଣି ଦେଉ ବୋଲି ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । କରୋନା ମହାମାରୀ ଗତବର୍ଷ ଠାରୁ କାୟା ବିସ୍ତାର କରିଥିବା ବେଳେ, ସତର୍କତା ସହିତ ପିକନିକ ପାଳିବା ସମସ୍ତଙ୍କ ପାଇଁ ଅନିବାର୍ୟ୍ୟ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories