www.samajalive.in
Wednesday, December 10, 2025
17.1 C
Bhubaneswar

ଇଣ୍ଡିଆନ ଡ଼େଟୋନେଟର୍ସ ମଜଦୁର ସଭା ପକ୍ଷରୁ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ସାରନଗରୀ: ବାଲିଯୋଡି ସ୍ଥିତ ୟୁନିଅନ କାର୍ଯ୍ୟାଳୟ ପରିସରରେ ହିନ୍ଦ ମଜଦୁର ସଭା ସହବନ୍ଧିତ ଇଣ୍ଡିଆନ ଡ଼େଟୋନେଟର୍ସ ମଜଦୁର ସଭା ପକ୍ଷରୁ ଶ୍ରମିକ ତଥା ଠିକା ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ନେଇ କାର୍ଯ୍ୟକାରୀ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ୟୁନିଅନର ସଭାପତି ତଥା ବିଜେଡି ରାଜ୍ୟ ସମ୍ପାଦକ ଆନନ୍ଦ ଚନ୍ଦ୍ର ମହାନ୍ତି ଏହି ସମାବେଶରେ ସଭାପତିତ୍ୱ କରି ଶ୍ରମିକ ମାନଙ୍କର ଉପୁଜୁଥିବାବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ, ଠିକା ଶ୍ରମିକ ମାନଙ୍କ ଦୀର୍ଘମିଆଦୀ ଚୁକ୍ତିନାମା ଦୀର୍ଘଦିନ ହେବ ସରିଯାଇ ଥିଲେ ସୁଦ୍ଧା ପରିଚାଳନା କର୍ତୃପକ୍ଷ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବାରୁ ସେ ଗଭୀର କ୍ଷୋଭ ପ୍ରକାଶ କରିଥିଲ। ମ୍ୟାନେଜେମେଣ୍ଟ ଅତିଶୀଘ୍ର ୟୁନିୟନ ସହିତ ଆଲୋଚନା ମାଧ୍ୟମରେ ମଜୁରି ଚୁକ୍ତିନାମା ସମାପ୍ତ କରିବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ। ସଂଗଠନର ସାଧାରଣ ସମ୍ପାଦକ ଶଶଧର ନାୟକ ଆଇଡିଏଲ ର ବିଭିନ୍ନ ସମସ୍ୟା ଯଥା ଶ୍ରମିକ ମାନଙ୍କୁ ସବୁଦିନେ କାମ ଯୋଗାଇବା, ଛୁଟି ପଇସା ପ୍ରଦାନ କରିବା, ଉନ୍ନତମାନର କ୍ୟାଂଟିନ ବ୍ୟବସ୍ଥା, ଓଭରଟାଇମ ବ୍ୟବସ୍ଥା, ଦରମାର ପେସ୍ଲିପ ପ୍ରଦାନ କରିବା ସର୍ବୋପରି ଚାଟାର୍ଡ ଅଫ୍ ଡିମାଣ୍ଡ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ବୈଠକରେ ୟୁନିୟନର କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ପରିଡା ମଞ୍ଚ ପରିଚାଳନା କରି ନିଜ ବକ୍ତ୍ୟବରେ କହିଲେଯେ, ହିନ୍ଦ ମଜଦୁର ସଭା ଏକ ଅଣରାଜନୈତିକ ସ୍ୱାଧୀନ ଗଣତାନ୍ତ୍ରିକ ଶ୍ରମିକ ସଙ୍ଗଠନ ଅଟେ। ଗତ ୧୯୭୨ ମସିହା ଠାରୁ ଆଇଡିଏଲ ଶ୍ରମିକ ମାନଙ୍କର ଦୀର୍ଘମିଆଦୀ ଚୁକ୍ତିନାମା ଠାରୁ ଆରମ୍ଭ କରି ଶ୍ରମିକ ମାନଙ୍କର କଲ୍ୟାଣ ସାଧନ କରିଆସିଛି ଏଣୁ ହିନ୍ଦ ମଜଦୁର ସଭା ପତାକା ତଳେ ଏକଜୁଟ ହେବାପାଇଁ ସେ ଉପସ୍ଥିତ ଶ୍ରମିକ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ସିଦ୍ଧେଶ୍ୱର ବଳ, ଅନ୍ତର୍ୟ୍ୟାମୀ ବେହୁରିଆ, ସମ୍ପାଦକ ପ୍ରଭାତ ନାୟକ, ବିଶ୍ୱନାଥ ନାୟକ, ବିଜୟ ନାୟକ, କୁଲୁ ସୋରେନ, ଶକୁନ୍ତଳା ମହାକୁଡ଼, ମୁନି ସୋରେନ, ରାମେଶ୍ୱର ନାଗ, ସୋଭାଇ ଟୁଡୁ, ଭଗବାନ ଖଣ୍ଡାଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କାର୍ୟ୍ୟକ୍ରମର ପ୍ରାରମ୍ଭରେ ନୂତନ ବର୍ଷର ଅଭିନନ୍ଦନ ଜ୍ଞାପନ କରାଯିବା ସହ, ଆଇଡିଏଲର ପୂର୍ବତନ କର୍ମଚାରୀ ସ୍ୱର୍ଗତ ରମେଶ ଚନ୍ଦ୍ର ସାମଲ,ସ୍ୱର୍ଗତ ଅଭିରାମ ନାୟକ, ସ୍ୱର୍ଗତ ରାମ ନାଥ, ସ୍ୱର୍ଗତ ପୁରୁଷୋତମମ ଜି ଓ ବୃନ୍ଦାବନ ଜେନାଙ୍କ ବିୟୋଗରେ ସେମାନଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା । ଶେଷରେ ରବୀନ୍ଦ୍ର ନାଥ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories