www.samajalive.in
Wednesday, December 10, 2025
26.1 C
Bhubaneswar

ବୌଦ୍ଧ ଓକିଲ ସଂଘର ସଭାପତି ହେଲେ ଶାନ୍ତନୁ କୁମାର ମହାପାତ୍ର

ବୌଦ୍ଧ – ରାଜ୍ୟରେ ଶନିବାର ସାରା ଦିନ ଓକିଲ ସଂଘ ଗୁଡିକର ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ବୌଦ୍ଧର ସିଭିଲ ଓ କ୍ରିମିନାଲ ଓକିଲ ସଂଘର ନିର୍ବାଚନ ମଧ୍ୟ ସଂଘ ପରିସରରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଂଘର କେବଳ ସଭାପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଅନ୍ୟ ପଦବୀ ଗୁଡିକ ନିଦ୍ୱର୍ନ୍ଦର ନିର୍ବାଚିତ ହୋଇଥିଲେ । ନିର୍ବାଚନରେ ସଭାପତି ଭାବେ ଶାନ୍ତନୁ କୁମାର ମହାପାତ୍ର ଓ ପ୍ରଶନ୍ନ ସାହୁ ପ୍ରତିଦ୍ୱନ୍ଦୀ ରହିଥିଲେ । ଶନିବାର ସକାଳ ୮ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା । ନିର୍ବାଚନରେ ନିର୍ବାଚନ ଅଧିକାରୀ ଭାବେ କୃଷ୍ଣଚନ୍ଦ୍ର ମେହେର ଦାୟିତ୍ୱ ତୁଲାଇଥିଲେ । ସମୁଦାୟ ୬୫ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୋଟ ଗଣତିରେ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଶାନ୍ତନୁ କୁମାର ମହାପାତ୍ର ବିଜୟୀ ହୋଇଥିଲେ । ସଂଘର ଉପସଭାପତି ଭାବେ ବିଭୁପ୍ରସାଦ କ୍ଷେତୀ, ସାଧାରଣ ସମ୍ପାଦକ ନିକୁଞ୍ଜ ମାଧବ ବେହେରା, ସହ ସମ୍ପାଦକ ବିକାଶ ରଞନ ସାହୁ, ଓ କୋଷାଧକ୍ଷ୍ୟ ଭାବେ ବିକାଶ ଅଗ୍ରୱାଲା ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ପ୍ରକାଶ ଥାଉକି ଚଳିତ ବର୍ଷ ପ୍ରଥମ ଥର ପାଇଁ ଉକ୍ତ ସଂଘର ନିର୍ବାଚନ ହୋଇଥିଲା । ଶ୍ରୀ ମହାପାତ୍ର ପଞ୍ଚମ ଥର ପାଇଁ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories