www.samajalive.in
Monday, December 8, 2025
24.1 C
Bhubaneswar

ଆସନ୍ତାକାଲି ଅପରାହ୍ଣ ୪ ଯାଏ ସନ୍ଧ୍ୟାଦର୍ଶନ

ପୁରୀ : ଆସନ୍ତାକାଲି ଶୁକ୍ରବାର ଆଡପ ମଣ୍ଡପରେ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ତେବେ ନବମୀ ସନ୍ଧ୍ୟା ଦର୍ଶନ ସନ୍ଧ୍ୟା ୬ଟା ପରିବର୍ତ୍ତେ ଅପରାହ୍ଣ ୪ଟାରେ ବନ୍ଦପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ଏହି ସମୟ ମଧ୍ୟରେ ଆଗ୍ରହୀ ଭକ୍ତମାନେ ଗୁଣ୍ଡିଚା ମନ୍ଦିରକୁ ଯାଇ ଦାରୁବ୍ରହ୍ମଙ୍କ ନବମୀ ଦର୍ଶନ କରିବାକୁ ପ୍ରଶାସନ ପରାମର୍ଶ ଦିଆଯାଇଛି। ଅପରାହ୍ଣ ୪ଟା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବନାହିଁ ବୋଲି ମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି । ସନ୍ଧ୍ୟା ଦର୍ଶନ ବନ୍ଦହେବା ପରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ଦ୍ବିତୀୟ ଭୋଗମଣ୍ଡପ ସମେତ ରାହାସକୁ ଦିଅଁ ବିଜେ କରିବେ। ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଓ ପହୁଡ ଆଳତି କରାଯିବ। ଦଇତାପତିମାନେ ଶ୍ରୀମୁଖ ଖଣ୍ଡୁଆ ଏବଂ ବାହୁଟ କଣ୍ଟ ନୀତି କରିବେ। କୋଠ ସୁଆଁସିଆ ସେବକଙ୍କ ଦ୍ବାରା ଆଡ଼ପ ମଣ୍ଡପରେ ଚାରମାଳ ବନ୍ଧାଯିବ। ଶୁକ୍ରବାର ରାତିରେ ମହାପ୍ରଭୁଙ୍କ କେତେକ ବିଶେଷ ନୀତି ଥିବାରୁ ଅପରାହ୍ଣ ୪ଟାରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯିବ ବୋଲି ଭକ୍ତଙ୍କ ଅବଗତି ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ସେହିପରି ଏଥର ସଅଳ ମହାପ୍ରଭୁଙ୍କ ବାହୁଡା ବିଜେ ନୀତି ହେବ। ପରଦିନ ରଥଉପରେ ପ୍ରଭୁଙ୍କୁ ସୁନାବେଶ କରାଯିବ। ତେଣୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଚତୁର୍ଦ୍ଧା ବିଗ୍ରହଙ୍କ ବାହୁଡା ପହଣ୍ଡି, ଗଜପତିଙ୍କ ଛେରାପହଁରା ଏବଂ ରଥଟଣା ହେବା ସମ୍ଭାବନା ରହିଛି । ପ୍ରଶାସନ ଏବଂ ଦଇତାପତିଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଗତକାଲି ଏ ସମ୍ପର୍କରେ ଆଲୋଚନା କରାଯାଇଛି।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories