www.samajalive.in
Tuesday, December 9, 2025
17.1 C
Bhubaneswar

ଏଣିକି ଜୁନ ୨୫ ‘ସମ୍ବିଧାନ ହତ୍ୟା ଦିବସ’ : ଅମିତ୍ ଶାହା

ନୂଆଦିଲ୍ଲୀ : ୧୯୭୫ରେ ତତ୍କାଳୀନ କଂଗ୍ରେସ ସରକାରଙ୍କ ଦ୍ବାରା ଦେଶରେ ଜାରି କରାଯାଇଥିବା ଜରୁରୀ ପରିସ୍ଥିତିକୁ ନେଇ କେନ୍ଦ୍ରରେ କ୍ଷମତାସୀନ ବିଜେପି ବର୍ତ୍ତମାନ ପ୍ରତିକ୍ରିୟାଶୀଳ ହୋଇଉଠିଛି। ଲୋକସଭା ନିର୍ବାଚନ ସମୟରେ ବିଜେପି ପକ୍ଷରୁ ଜରୁରୀ ପରିସ୍ଥିତିକୁ ଏକ ପ୍ରସଙ୍ଗ ଭାବେ ଉତ୍‌ଥାପନ କରାଯାଇଥିଲା। ତେବେ ପ୍ରତିବର୍ଷ ଜୁନ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ଶୁକ୍ରବାର ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତ ଗେଜେଟ ବିଜ୍ଞପ୍ତିକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିଜର ‘ଏକ୍ସ’ ଆକାଉଣ୍ଟରେ ଅପ୍‌ଲୋଡ କରିଛନ୍ତି। ଶାହା ଲେଖିଛନ୍ତି ଯେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏକଛତ୍ରବାଦ ଶାସନ ଆଭିମୁଖ୍ୟ ନେଇ ୧୯୭୫ ଜୁନ ୨୫ରେ ଜରୁରୀ ପରିସ୍ଥିତି ଘୋଷଣା କରିବା ସହ ଗଣତନ୍ତ୍ରକୁ ତଣ୍ଟି ଚିପି ହତ୍ୟା କରିଥିଲେ। କୌଣସି ଦୋଷତ୍ରୁଟି ନଥାଇ ସରକାର ସେତେବେଳେ ବିରୋଧୀ ନେତାଙ୍କ ସମେତ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଜେଲ୍‌ରେ ପୂରାଇଥିଲେ। ଏଥିସହିତ ଗଣମାଧ୍ୟମର ସ୍ବାଧୀନତାକୁ ମଧ୍ୟ କ୍ଷୁଣ୍ଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କେନ୍ଦ୍ରରେ କ୍ଷମତାସୀନ ମୋଦୀ ସରକାର ପ୍ରତିବର୍ଷ ଜୁନ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିବା ଶାହା କହିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟ ବାରମ୍ବାର ଅଭିଯୋଗ କରୁଥିଲା ଯେ ଏଥର (୨୦୨୪) ସଂଖ୍ୟାଗରିଷ୍ଠତା ହାସଲ କଲେ ବିଜେପି ସରକାର ସମ୍ବିଧାନକୁ ମୂଳପୋଛ କରିଦେବେ। ତେଣୁ ସମ୍ବିଧାନକୁ ସୁରକ୍ଷିତ ରଖିବାକୁ ବିରୋଧୀ ନେତାମାନେ ପ୍ରଚାର ସମୟରେ ହାତରେ ସମ୍ବିଧାନ ପୁସ୍ତିକା ନେଇ ବୁଲୁଥିଲେ ବୋଲି ଶାହା କହିଛନ୍ତି। ଅପରପକ୍ଷରେ ବିଜେପି ସରକାରଙ୍କ ଏଭଳି ନିଷ୍ପତ୍ତିରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ଯଦି ଜୁନ ୨୫କୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ, ତାହାହେଲେ ପ୍ରତିବର୍ଷ ଜୁନ ୪କୁ ‘ମୋଦୀ ମୁକ୍ତି ଦିବସ’ ଭାବେ ମଧ୍ୟ ପାଳନ କରାଯାଉ। ଗତ ଜୁନ ୪ରେ ଲୋକସଭା ନିର୍ବାଚନ ଫଳାଫଳ ଘୋଷିତ ହୋଇଥିଲା। ବିଜେପି ସଂଖ୍ୟାଗରି​ଷ୍ଠତା ହାସଲ କରିନଥିବାବେଳେ ଟିଡିପି ଓ ଜେଡିୟୁ ସମର୍ଥନରେ ସରକାର ଗଠନ କରିଛି। ତେଣୁ ମୋଦୀଙ୍କର ନୈତିକ ପରାଜୟ ଘଟିଥିବାରୁ ଜୁନ ୪କୁ ‘ମୋଦୀ ମୁକ୍ତି ଦିବସ’ ଭାବେ ପାଳନ କରାଯିବା ଉଚିତ ବୋଲି ରମେଶ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories