www.samajalive.in
Monday, December 8, 2025
16.1 C
Bhubaneswar

‘ସମ୍ଭବ’ ପ୍ରକଳ୍ପକୁ ଗିଳିବ ‘ଶିଳ୍ପପାର୍କ’ : ଜୀବିକା ହରାଇବେ ଶ୍ରମଜୀବୀ

ନୂଆପଡ଼ା (ସୀମାଞ୍ଚଳ ମହାପାତ୍ର) : ୧୯୯୩ରେ କଲାହାଣ୍ଡି ଜିଲାରୁ ଅଲଗା ହୋଇ ନୂତନ ଜିଲା ରୂପେ ସ୍ୱତନ୍ତ୍ର ପରିଚୟ ପାଇଥିବା ନୂଆପଡ଼ା ଆଜିବି ଶିଳ୍ପବିହୀନ ଜିଲା ହୋଇରହିଛି। ଇସ୍ପାତ ନଗରୀ ରାଉଲକେଲାରୁ ଛତିଶଗଡ଼ର ଜଗଦଲପୁର ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ୱେ ପ୍ରସ୍ତବାକୁ ନେଇ ଜିଲା ପାଇଁ ନୂତନ ସମ୍ଭାବନା ସୃଷ୍ଟି ହୋଇଛି। ଉକ୍ତ ପ୍ରସ୍ତାବ ଅନୁସାରେ ଏଠାରେ ଏକ ଶିଳ୍ପପାର୍କ ପ୍ରତିଷ୍ଠା କରାଯିବ। ତେବେ ଏଥିରେ ୧୯୯୨ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ସ୍ଥାପିତ ‘ସମ୍ଭବ’ ପ୍ରକଳ୍ପ ଏଥିରେ ସାମିଲ ହେବ ବୋଲି ଜଣାପଡ଼ିବା ପରେ ତାକୁ ନେଇ ବିବାଦ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ ପ୍ରସ୍ତାବିତ ଶିଳ୍ପପାର୍କରେ କୋମନା ବ୍ଲକ ତରବୋଡ଼ ପଞ୍ଚାୟତର ୧୩୨ ଏକର ପରିମିତ ଅଞ୍ଚଳରେ ରହିଛି ‘ସମ୍ଭବ’ ପ୍ରକଳ୍ପ। ସେଠାରେ ଆମ୍ରପଲି, ଦ​​‌ସେ‌ରୀ, ଆଖୁରସ, ବାଇଗଣପଲେଇ ପରି ବିଭିନ୍ନ ପ୍ରଜାତିର ସୁସ୍ୱାଦୁ ଆମ୍ବଚାରା ରୋପଣ କରାଯାଇଥିଲା ା ଯାହାକି ବର୍ତ୍ତମାନ ସମୟରେ ଫଳନ୍ତି ଅବସ୍ଥାରେ ରହିଛି ଓ ପ୍ରତିବର୍ଷ ତରବୋଡ଼ ପଞ୍ଚାୟତକୁ ଲକ୍ଷଲକ୍ଷ ଟଙ୍କା ରାଜସ୍ୱ ଆକାରରେ ପ୍ରଦାନ କରୁଛି। ୨୦୧୦-୧୧ ମସିହାରେ ତତ୍କାଳୀନ ଜିଲାପାଳ ପ୍ରଦୀପ କୁମାର ହୋତା ସେହି ଅଞ୍ଚଳକୁ ଏକ ସବୁଜ ସୁନ୍ଦର ଆମ୍ବତୋଟାରେ ରୂପାନ୍ତରିତ କରିବା ଲକ୍ଷ୍ୟରେ ସେଠାରେ ଜଳବିଭାଜିକା ଓ ଉଦ୍ୟାନ ବିଭାଗକୁ ମନରେଗା ଯୋଜନାରେ ଆମ୍ବ ଚାରା ଲଗାଇବାକୁ ନିର୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ସେଠାରେ ଉଦ୍ୟାନ ବିଭାଗକୁ ପାଖାପାଖି ୪୦ଏକର ଜମିରେ ନର୍ସରି କରିବା ପାଇଁ ପ୍ରଦାନ କରାଯାଇଥିଲା। ସେଠାରେ ପିଜୁଳି, ସାନ୍ତରା, ଅମୃତଭଣ୍ଡା, ଲେମ୍ବୁ ଆଦି ସହ ବିଭିନ୍ନ ଫୁଲଗଛ ରହିଛି ା ଏହି ନର୍ସରୀରେ ପ୍ରାୟ ୫୦ ଜଣ ଶ୍ରମଜୀବୀ ନିଜ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି।
ବର୍ତ୍ତମାନ ଶିଳ୍ପପାର୍କ ପାଇଁ ରାଜ୍ୟ ସରକାର ଉକ୍ତ ଜମି ଇଡକୋକୁ ହସ୍ତାନ୍ତର କରିବା ପାଇଁ ନିର୍ଦେଶ ଦେଇଥିବାରୁ ନିୟୋଜିତ ଶ୍ରମଜୀବୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ତା’ ଛଡ଼ା ଏହା କାର୍ଯ୍ୟକାରୀ ହେଲେ ଉକ୍ତ ୫୦୦୦ ଆମ୍ବଗଛ ସହ ଫଳ ଓ ଫୁଲ ଉଦ୍ୟାନ ବଳି ପଡ଼ିବ ା ଏହା ସଂପୃକ୍ତ ଅଞ୍ଚଳର ପରିବେଶ ପାଇଁ ଭୟଙ୍କର ବିପଦ ସୃଷ୍ଟି କରିବ ବୋଲି ସ୍ଥାନୀୟ ପରିବେଶପ୍ରେମୀ ଏହାର ବିରୋଧ କରୁଥିବା ବେଳେ ଉକ୍ତ ଶ୍ରମଜୀବୀମାନେ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।
ଏ ସମ୍ପର୍କରେ ଜିଲାପାଳ ସ୍ୱାଧାଦେବ ସିଂଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ‘ନୂଅାପଡ଼ା ଏକ ଶିଳ୍ପବିହୀନ ଜିଲା। ସେଥିପାଇଁ ସରକାର ଶିଳ୍ପପାର୍କ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ଏଥି ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ କରାଯାଇପାରି ନାହିଁ। ତେବେ ବର୍ତ୍ତମାନ ସୁଦ୍ଧା ଇଡ୍‌କୋକୁ ଜମି ହସ୍ତାନ୍ତରଣ ହୋଇନାହିଁ। ତା’ଛଡ଼ା ଉଦ୍ୟାନ ବିଭାଗ ଦ୍ୱାର ପରିଚାଳିତ ନର୍ସରୀ ପାଇଁ ଦିଆଯାଇଥିବା ଜାଗା ସେମାନଙ୍କ ନାମରେ ପଟ୍ଟା ମଧ୍ୟ ହୋଇନାହିଁ। ତେଣୁ ଉଦ୍ୟାନ ବିଭାଗକୁ ଅନ୍ୟତ୍ର ଜାଗା ପ୍ରଦାନ କରାଯାଇପାରେ ା ଯୋଉଁମାନେ ସେଠାରେ କାର୍ଯ୍ୟ କରୁଛନ୍ତି ସମସ୍ତେ ମନରେଗାରେ କାମ କରୁଛନ୍ତି, ତେଣୁ ଜୀବିକା ହରାଇବାର ପ୍ରଶ୍ନ ଉଠୁନାହିଁ। ସେମାନଙ୍କୁ ମନରେଗାରେ ନିୟୋଜିତ କରାଯାଇପାରିବ ଏବଂ ଏହାଛଡ଼ା ସମପରିମାଣ ଜମିରେ ନୂତନ ଆମ୍ବ ତୋଟା ସୃଷ୍ଟି କରାଯାଇପାରିବ ା ପୁଣି, ଶିଳ୍ପପାର୍କ ସ୍ଥାପନ ନହେବା ଯାଏ ଗୋଟିଏ ବି ଆମ୍ବଗଛ କଟାଯିବ ନାହିଁ ବୋଲି ଜିଲାପାଳ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories