www.samajalive.in
Thursday, November 13, 2025
18.1 C
Bhubaneswar

ଅନୈତିକ କାର୍ଯ୍ୟକୁ କେନ୍ଦ୍ରକରି ହତ୍ୟା ;  ଅଭିଯୁକ୍ତ ଅଟକ

ଗୁଣପୁର : ଜଣେ  ବିବାହିତ ପୁରୁଷ ଅନ୍ୟଜଣେ ବିବାହିତା ମହିଳାଙ୍କ ସହ ଅନୈତିକ ସମ୍ପର୍କକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ଖବର ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଗୁଡ଼ାରୀ ପୋଲିସ ମୃତ ବ୍ୟକ୍ତିର ଶବ ଜବତ କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଛେଦ ନିମନ୍ତେ ପଠାଇଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଗୁଡ଼ାରୀ ଥାନା ଅଧିନସ୍ତ ରାଡୁ ଗ୍ରାମର ଜି. ଜନାର୍ଦ୍ଧନ ନାମକ ବିବାହିତ ବ୍ୟକ୍ତି ଡେରିଗାଁ ଗ୍ରାମର ଜଣେ ବିବାହିତା ମହିଳାଙ୍କ ସହଗତ ୩ବର୍ଷ ଧରି ଅନୈତିକ ସମ୍ପର୍କ ରଖିଥିଲା। ଏହି ଘଟଣାକୁ ନେଇ ଡେରିଗାଁ ଗ୍ରାମର କିଛି  ଭଦ୍ରବ୍ୟକ୍ତି ଏହି ଅନୈତିକ କାର୍ଯ୍ୟରୁ ନିବୃତ ରହିବା ପାଇଁ ଜନାର୍ଦ୍ଧନକୁ ବୁଝାଇ ଥିଲେ ମଧ୍ୟ ସେ ଏହି ଅନୈତିକ କାର୍ଯ୍ୟରୁ ନିବୃତ ହେଉ ନ ଥିଲା। ଏପରିକି ଜନାର୍ଦ୍ଧନ ଜଣେ ବିତଶୀଳ ବ୍ୟକ୍ତି ହୋଇଥିବାରୁ ଡେରିଗାଁ ଗ୍ରାମରେ ତାଙ୍କର ଆଧିପତ୍ୟ ଜାହିର ରଖି ଆସୁଥିଲା। ଅନ୍ୟ ପକ୍ଷରେ ଉକ୍ତ ମହିଳା ମଧ୍ୟ ଜଣେ ପୂର୍ବତନ ସରପଞ୍ଚଙ୍କ ସମ୍ପର୍କୀୟ ହୋଇଥିବାରୁ ତାଙ୍କର ମଧ୍ୟ ସେଠାରେ ଦବଦବା ରହିଥିଲା। ଏପରି ସ୍ଥଳେ ଏହି ଘଟଣାକୁ ଗ୍ରାମବାସୀ ନୀରବରେ ରହିବାକୁ ବାଧ୍ୟ ହେଉଥିଲେ। କିଛିଦିନ ପୂର୍ବେ ଡେରିଗାଁ ଗ୍ରାମର ଆର. ତ୍ରିପତି ନାମକ ବ୍ୟକ୍ତି ଜନାର୍ଦ୍ଧନକୁ ଏହି କାର୍ଯ୍ୟରୁ ନିବୃତ୍ତ ରହିବାକୁ ବୁଝାସୁଝା କରିଥିଲେ। କିନ୍ତୁ ଜନାର୍ଦନ ତାଙ୍କ ବ୍ୟକ୍ତି ଗତ କାର୍ଯ୍ୟରେ ମୁଣ୍ଡ ନପୁରାଇ ବାକୁ ତ୍ରିପତିକୁ ଧମକ ଦେଇଥିଲେ। ଏପରିକି ଆଗାମୀ ଦିନରେ ଆଉ କେବେ ଏଥିରେ ହସ୍ତକ୍ଷେପ କଲେ ପ୍ରାଣରେ ମାରିଦେବାକୁ ମଧ୍ୟ ଜନାର୍ଦ୍ଧନ ଧମକ ଦେଇଥିଲେ। କିନ୍ତୁ ଆଜି ଦିନ ୧୧ରେ ତ୍ରିପତି ଡେରିଗାଁ ଗ୍ରାମର ଦୈନିକ ବଜାର ତଥା ମୁଖ୍ୟ ରାଜପଥରେ ଜନାର୍ଦ୍ଦନକୁ ପୁଣି ଏହି ଅନୈତିକ କାର୍ଯ୍ୟରୁ ନିବୃତ୍ତ ରହିବାକୁ ବୁଝାଇଥିଲେ। କିନ୍ତୁ ଜନାର୍ଦ୍ଧନ ଉତକ୍ଷିପ୍ତ ହୋଇ ତ୍ରିପତିକୁ ନିର୍ଧୁମ ପ୍ରହାର କରି ଲହୁଲୁହାଣ କରିଦେଇ ଥିଲେ। ଘଟଣା ସ୍ଥଳେ ହିଁ ତ୍ରିପତିର ପ୍ରାଣ ବାୟୁ ଉଡିଯାଇଥିବା ପୁଲିସ କହିଛି।
ଖବର ପାଇ ଗୁଡ଼ାରୀ ପୁଲିସ ଘଟଣା ସ୍ଥଳେ ପହଞ୍ଚି ତ୍ରିପତିଙ୍କ ମୃତଦେହ ଜବତ କରି ଗୁଣପୁର ଚିକିତ୍ସାଳୟକୁ ପଠାଇଛି। ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟ ପି. ସ୍ୱପ୍ନାଙ୍କ ଅଭିଯୋଗ କ୍ରମେ ଗୁଡ଼ାରୀ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଜନାର୍ଦ୍ଧକୁ ଅଟକ ରଖିଛି। ଏନେଇ ଖୁବଶୀଘ୍ର ହତ୍ୟା ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଗୁଡ଼ାରୀ ପୋଲିସ ସୂଚନା ଦେଇଛି। ପ୍ରକାଶ ଥାଉକି ଜନାର୍ଦ୍ଧନ ପୂର୍ବରୁ ଏକାଧିକ ମହିଳାଙ୍କୁ ବିବାହ କରିଥିବା ବେଳେ ଗୋଟିଏ ପରିବାର ରାଡୁ ଗ୍ରାମରେ ଅନ୍ୟ ଏକ ପରିବାର ଆନ୍ଧ୍ର ପ୍ରଦେଶରର ପାତପାଟନମରେ ରହିଥିବା ପୁଲିସ ଅନୁସନ୍ଧାନରୁ ଜଣା ପଡ଼ିଛି। ଅନ୍ୟ ପକ୍ଷରେ ଡେରିଗାଁ ଗ୍ରାମର ଏହି ମହିଳା ମଧ୍ୟ ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ।

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories