www.samajalive.in
Saturday, December 6, 2025
26.1 C
Bhubaneswar

ପଞ୍ଚମୁଖୀ ହନୁମାନ ମନ୍ଦିରରେ ଜୟନ୍ତୀ, ବାଡି ଓ ଗଦା ଖେଳ ପ୍ରଦର୍ଶିତ

ସମ୍ବଲପୁର: ସ୍ଥାନୀୟ ମ୍ୟୁନିସିପାଲିଟି ଛକ ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ଠାରେ ହର୍ଷ ଉଲ୍ଲାସରେ ହନୁମାନ ଜୟନ୍ତୀ ରବିବାର ପାଳିତ ହୋଇଯାଇଛି। ସକାଳୁ ନିର୍ଦ୍ଧାରିତ ସମୟରେ ପହଡ ଖୋଲାଯିବା ସହିତ ମଙ୍ଗଳ ଆଳତି କରାଯାଇଥିଲା। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଶତାଧିକ ଭକ୍ତ ଶ୍ରୀ ହନୁମାନଙ୍କ ଦର୍ଶନ କରିଥିଲେ।

ସନ୍ଧ୍ୟା ସମୟରେ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଭବ୍ୟ ଆଳତି କରାଯାଇଥିଲା। ସମାଜସେବୀ ଶତ୍ରୁଘ୍ନ ଲାଲ ସାହା ଓ ସମ୍ବଲପୁର ପୌର ପରିଷଦର ପୂର୍ବତନ ଉପ ନଗରପାଳ ସିଦ୍ଧାର୍ଥ ସାହା ଏହି ଅବସରରେ ଉପସ୍ଥିତ ରହି ମନ୍ଦିରରେ ମହାଆଳତି କରିଥିଲେ। ମହାଆଳତି ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମନ୍ଦିର ପରିସରରେ ବାଡି ଓ ଗଦା ଖେଳ ପ୍ରଦର୍ଶିତ ହୋଇଥିଲା। ଭକ୍ତ ମାନଙ୍କ ମଧ୍ୟରେ ପଣା ଓ ଭୋଗ ବଣ୍ଟନ କରାଯାଇଥିଲା। ସହରରେ ଶାନ୍ତି ଓ ଶୃଙ୍ଖଳାର ସହିତ ହନୁମାନ ଜୟନ୍ତୀ ଅନୁଷ୍ଠିତ ହୋଇଥିବାରୁ ଜିଲା ପ୍ରଶାସନ ସମେତ ସମସ୍ତଙ୍କୁ ଶ୍ରୀ ସାହା ଧନ୍ୟବାଦ ଜଣାଇଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories