ରେଙ୍ଗାଲିକ୍ୟାମ୍ପ: ଆଜି ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷରେ ଅତାବିରାରେ ଶାନ୍ତି ପୂର୍ଣ୍ଣ ଭାବରେ ସମ୍ପନ୍ନ ହୋଇଯାଇଛି ଆମ୍ବେଦକର ଜୟନ୍ତୀ ଓ ହନୁମାନ ଜୟନ୍ତୀ । ଏଥିପାଇଁ ପୂର୍ବରୁ ଗଠିତ ଶାନ୍ତି କମିଟି ର ନିର୍ଦ୍ଦେଶାନୁସାରେ ଉଭୟ ଜୟନ୍ତୀ ଅତି ଶୃଙ୍ଖଳା ଓ ଭବ୍ୟ ସମାରୋହରେ ପାଳିତ ହୋଇଯାଇଛି। ପ୍ରଥମେ ଭୀମ ଆର୍ମି ପକ୍ଷରୁ ଲାଦର ପାଲି ସ୍ଥିତ ବାବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଓ ପରେ ଶାସ୍ତ୍ରୀ ନଗର ସ୍ଥିତ ହରିଜନ ପଡ଼ାରେ ବାବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ସେଠାରୁ ବିଶାଳ ଶୋଭାଯାତ୍ରା ବାହାରି ଅତାବିରା ତଥା ବିଭିନ୍ନ ଗ୍ରାମ ପରିକ୍ରମା କରି ଅପରାହ୍ନ ୨ ଟାରେ ପୁଣି ପ୍ରତ୍ୟାବର୍ତ୍ତନ କରିଥିଲେ।
ଠିକ୍ ସେହିପରି ବଜରଙ୍ଗ ଦଳ ପକ୍ଷରୁ ମଧ୍ୟ ଶ୍ରୀରାମ ବାବା ମଠରୁ ସନ୍ଧ୍ୟା ୫ ଟାରେ ବିଶାଳ ଶୋଭାଯାତ୍ରା ବାହାରି ଜୟ ଶ୍ରୀରାମ, ଜୟ ହନୁମାନ ଧ୍ବନିରେ ରାମ,ହନୁମାନ,ବ୍ରହ୍ମା ,ନରସିଂହ ,କୃଷ୍ଣ ,ବଳରାମ,ବାଲ ହନୁମାନ ଆଦି ବିଭିନ୍ନ ଭଗବାନ ଙ୍କ ବେଶ ପୋଷାକ ସହ ଅତାବିରା ସହର ପରିକ୍ରମା କରିଥିଲା । ଏହାକୁ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Comments are closed.