www.samajalive.in
Saturday, December 13, 2025
15.1 C
Bhubaneswar

ନିଶା କାରବାର ବିରୋଧରେ ପୁଲିସର ବଡ଼ ଅଭିଯାନ: ୩୩ ଗିରଫ, ୧୬ ହଜାର ୩ଶହ କଫ ସିରପ ଜବତ

ସମ୍ବଲପୁର: ହୋଲି ପର୍ବ ସମୟରେ ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିଶା କାରବାର ଉପରେ ଅଙ୍କୁଶ ଲଗାଇବାକୁ ବଡ ଅଭିଯାନ ଚଳାଇଛି ପୁଲିସ। ଏହି କ୍ରମରେ ସମ୍ବଲପୁରର ୨ଟି ସ୍ଥାନରେ ଚଢ଼ଉ କରି ପୁଲିସ ଜଣେ ମହିଳାଙ୍କ ସମେତ ୩୩ ଜଣଙ୍କୁ ଗିରଫ କରିବା ସହିତ ୧୬ ହଜାର ୩ ଶହ ନିଶାକଫ ସିରପ ଜବତ କରିବା ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ସମ୍ବଲପୁରର ନିଶା ବିରୋଧୀ ଅଭିଯାନ ଇତିହାସରେ ଏହା ସବୁଠାରୁ ବଡ଼ ସଫଳତା।

ପ୍ରଥମ ଘଟଣାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ସଦର ଥାନା ଅଞ୍ଚଳ ଅର୍ନ୍ତଗତ ନିଲଡୁଙ୍ଗୁରୀଠାରେ ଏକ ଟ୍ରକକୁ ଅଟକା ଯାଇ ତଲାସୀ କରାଯାଇଥିଲା। ତଲାସୀ ସମୟରେ ଉକ୍ତ ଟ୍ରକରେ ବସ୍ତାଗୁଡିକ ମଧ୍ୟରେ ହଜାର ହଜାର ନିଶା କଫ ସିରପ ଲଦା ହୋଇଥିବାର ଦେଖି ପୁଲିସ ଦଳ ମଧ୍ୟ ଚକିତ ହୋଇଥିଲା। ଏ ସମ୍ପର୍କରେ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ କହିଛନ୍ତି ଯେ, ଟ୍ରକରୁ ନିଶା କଫ ସିରପ ଜବତ ହେବା ସହିତ ଘଟଣାର ଅଧିକ ତଦନ୍ତ ସମୟରେ ନିଶା କାରବାରରେ ବ୍ୟବହୃତ ହେଉଥିବା ଆହୁରି ଗୋଟିଏ ମହେନ୍ଦ୍ର ବୋଲେରୋ, ୨ଟି ଅଟୋ ରିକ୍ସା, ସ୍କୁଟି ଓ ଗୋଟିଏ ବୁଲେଟକୁ ଜବତ କରାଯାଇଛି। ଏଥି ସହ ୧୧ଟି ମୋବାଇଲ ଫୋନ, ୨୦ ହଜାର ଟଙ୍କା ଏବଂ ଏକ ଡାଏରୀ ଜବତ କରାଯାଇଛି।

- Advertisement -

ଏହି ଘଟଣାରେ ସଂପୃକ୍ତ ୨୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ଅନେକଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାଗୁଡିକରେ ମାମଲା ରହିଛି। ଏହି ଘଟଣାରେ ସମ୍ବଲପୁର, ବରଗଡ଼ ଓ ସୋନପୁର ଜିଲାର ଅଭିଯୁକ୍ତମାନେ ସାମିଲ ରହିଛନ୍ତି। ଏହି ଘଟଣାରେ ସଦର ପୁଲିସ ଥାନାରେ ମାମଲା ସଂଖ୍ୟା ୭୮/୨୦୨୪ ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି ଅଦାଲତକୁ ଚାଲାଣ କରାଯାଇଛି।

ସେହିଭଳି ଦ୍ୱିତୀୟ ଘଟଣାରେ ଟାଉନ ଥାନା ଅନ୍ତର୍ଗତ ସାହୁ କଲୋନୀରୁ ପୁଲିସ ଚଢ଼ଉ କରି ୫ ହଜାର ୫ ଶହ ନିଶା କଫ ସିରପ ଜବତ କରିବା ସହିତ ଜଣେ ମହିଳା ଓ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏ ସମ୍ପର୍କରେ ସଦର ଏସଡିପିଓ ତୁଫାନ ବାଗ କହିଛନ୍ତି ଯେ, କିଛି ଦିନ ତଳେ ଅଇଁଠାପାଲି ଥାନାଞ୍ଚଳରେ ବେଆଇନ ଭାବରେ ନିଶା କଫ ସିରପ କାରବାରରେ ସଂପୃକ୍ତ ସମ୍ବଲପୁରର କୁଖ୍ୟାତ ନିଶା ବେପାରୀ ନିଖିଲ ମୁଣ୍ଡାକୁ ପୁଲିସ ଧରିଥିଲା। ତାକୁ ଜେରା ସମୟରେ ସେ ଟାଉନ ଥାନା ଦଲେଇପଡ଼ା ନିବାସୀ ରୋହନ ଖାନ ଓରଫ ଅବଦୁଲ ନଦିମଙ୍କଠାରୁ ବେଆଇନ ଭାବରେ ନିଶା କଫ ସିରଫ ଆଣି ବିକ୍ରି କରୁଥିବାର ପୁଲିସକୁ କହିଥିଲା। ଏଣୁ ପୁଲିସ ତୁରନ୍ତ ରୋହନ ଖାନକୁ ଧରିବା ସହିତ ଟାଉନ ଥାନା ମାମଲା ସଂଖ୍ୟା ୯୩/୨୦୨୪ ଜରିଆରେ ଗିରଫ କରି ରବିବାର ଅଦାଲତକୁ ଚାଲାଣ କରିଛି। ଏଥି ସହ ରୋହନ ଖାନକୁ ଜେରା ସମୟରେ ସେ ହୋଲି ପର୍ବ ଓ ନିର୍ବାଚନକୁ ଧ୍ୟାନରେ ରଖି ପଶ୍ଚିମବଙ୍ଗର ହୁଗୁଳି ଜିଲାର ସୌରଭ ନାମକ ଜଣେ ବ୍ୟକ୍ତିଙ୍କୁ ଅଗ୍ରିମ ଟଙ୍କା ପଇଠ କରି ବିପୁଳ ମାତ୍ରାରେ ନିଶାକଫ ସିରପ ପଠାଇବା ପାଇଁ କହିଥିବାର ପୁଲିସକୁ କହିଥିଲା। ଏଣୁ ପୁଲିସ ଉକ୍ତ ସୂଚନା ସହିତ ନିଜର ଗୁଇନ୍ଦା ସୂଚନା ସହିତ ସଦର ଥାନା ଅର୍ନ୍ତଗତ ନିଲଡୁଙ୍ଗୁରୀ ଅଞ୍ଚଳରେ ଏକ ଟ୍ରକରେ ନିଶାକଫ ସିରପ ସମ୍ବଲପୁର ମଧ୍ୟକୁ ଚାଲାଣ ସମୟରେ ଧରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଆଉ କିଛି ଗାଡି ଜରିଆରେ ନିଶା କଫ ସିରପ ସାହୁ କଲୋନୀ ଅଞ୍ଚଳକୁ ପହଞ୍ଚିଥିବାର ଖବର ପାଇ ପୁଲିସ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଟ୍ରକ, ଏକ ଦାମୀକିଆ କାର, ମାରୁତି ୮୦୦ କାର ଏବଂ ଗୋଟିଏ ହିରୋ ମୋଟର ସାଇକେଲରୁ ୨୩ଟି ଜରି ବସ୍ତା ମଧ୍ୟରେ ସମୁଦାୟ ୫୫୨୦ଟି ନିଶା କଫ ସିରପ ବୋତଲ ଓହ୍ଲାଉଥିବାର ଦେଖିଥିଲା। ଏଣୁ ପୁଲିସ ଗାଡିଗୁଡିକ ସମେତ ନିଶାକଫ ସିରପ ଏବଂ ଅଭିଯୁକ୍ତମାନଙ୍କୁ ଧରିଥିଲା। ଅଭିଯୁକ୍ତଙ୍କ ନିକଟରୁ ୫ଟି ମୋବାଇଲ ଫୋନ ମଧ୍ୟ ଜବତ ପୁଲିସ କରିଛି। ଏଥି ସହ ଅଭିଯୁକ୍ତ ମହିଳା ତଥା ସାହୁ କଲୋନୀ ନିବାସୀ ପିଙ୍କି ମେହେର ଓରପ ଶକୁନ୍ତଳା (୨୯), ସିକ୍ରାପାଲି ନିବାସୀ ବିରେନ୍ଦ୍ର କୁମାର ସାହୁ (୩୧), ଶିବ ନାରାୟଣ ଦଣ୍ଡସନା (୨୩), ପଡ଼ିଆବାହାଲ ନିବାସୀ ସତ୍ୟମ ନାୟକ (୩୦), ଗୋବିନ୍ଦତୋଲା ନିବାସୀ ରୋହିତ କୁମାର ଅଗ୍ରୱାଲ (୨୨), ଦେବଗଡ଼ ଜିଲା ନିବାସୀ ଅଶୋକ ପାତ୍ର (୨୮) ଏବଂ ପଶ୍ଚିମବଙ୍ଗ ରାଜ୍ୟର ୨୪ ପ୍ରଗଣା ଜିଲା ନିବାସୀ ରଣଧୀର କୁମାର ତିୱାରୀ (୩୫)ଙ୍କୁ ଗିରଫ କରାଯାଇଛି। ଏ ସମ୍ପର୍କରେ ଟାଉନ ଥାନାରେ ମାମଲା ସଂଖ୍ୟା ୧୧୮/୨୦୨୪ ରୁଜୁ କରାଯାଇ ଗିରଫ ଅଭିଯୁକ୍ତମାନଙ୍କୁ ଅଦାଲତକୁ ଚାଲାଣ କରାଯାଇଛି ବୋଲି ଏସଡିପିଓ ଶ୍ରୀ ବାଗ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୯ ଅକ୍ଟୋବର ୨୦୨୩ ମସିହାରେ ଅନୂରୁପ ଭାବରେ ସମ୍ବଲପୁରକୁ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଦଶହରା ଓ ଅନ୍ୟାନ ପର୍ବ ଉପଲକ୍ଷେ ଅବୈଧ ଭାବେ ବିକ୍ରି ପାଇଁ ୧୮ଟି ବସ୍ତାରେ ୫୪ ଶହ ନିଶାକଫ ସିରପ ଅଣାଯାଇଥିଲା। ଖବର ପାଇ ଧନୁପାଲି ପୁଲିସ ସେ ସମୟରେ ସ୍ଥାନୀୟ ସିଟି ରେଳ ଷ୍ଟେସନ ନିକଟରେ ଥିବା ଝାଙ୍କରପଡ଼ାଠାରେ ଚଢ଼ଉ କରି ଏକ କ୍ୟାବିନରେ ମହଜୁଦ ରଖାଯାଇଥିବା ଉକ୍ତ ବିପୁଳ ନିଶା କଫ ସିରପ ଜବତ କରିବା ୬ ଜଣ ଚାଲାଣକାରୀଙ୍କୁ ଧରିବା ପରେ ଏକ ଗୁପ୍ତ ଡାଏରୀ ଜବତ କରିଥିଲା। ଏଣୁ ଧନୁପାଲି ଥାନାରେ ମାମଲା ସଂଖ୍ୟା ୩୩୦/୨୦୨୩ ରୁଜୁ କରି ସେ ସମୟରେ ପୁଲିସ ସହରର ବିଭିନ୍ନ ସ୍ଥାନରୁ ସମୁଦାୟ ୩୨ ଜଣଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଥିଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories