www.samajalive.in
Friday, December 12, 2025
23.1 C
Bhubaneswar

ଏସବିଆଇ ମୁଖ୍ୟ ଶାଖାରେ ମଦ ବେପାରୀଙ୍କ ଟଙ୍କା; ଗଣିବାକୁ ଲାଗିବ ୩ରୁ ୪ ଦିନ!

ସମ୍ବଲପୁର: ଆୟକର ଫାଙ୍କିବା ଅଭିଯୋଗରେ ସମ୍ବଲପୁରର ବିଭିନ୍ନ ସ୍ଥାନରେ ବୁଧବାରଠାରୁ ଏକାଧିକ ମଦ ବେପାରୀମାନଙ୍କ ଠିକଣାରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ଅଭିଯାନ ଚାଲିଛି। ଏହି କ୍ରମରେ ଗୁରୁବାର ସମ୍ବଲପୁରର ବଳଦେବ ସାହୁଙ୍କ ଧନୁପାଲିସ୍ଥିତ ମଦଭାଟି ସହିତ ଏହାର ବଡବଜାରଠାରେ ଥିବା କାର୍ଯ୍ୟାଳୟ ଉପରେ ଆୟକର ଟିମ୍‌ ଚଢ଼ଉ କରିଛି। ୩ଟି ସ୍ୱତନ୍ତ୍ର ଦଳ ଏହି ଚଢ଼ଉରେ ସାମିଲ ଥିବା ବେଳେ ଚଢ଼ଉ ସମୟରେ ବସ୍ତାଗୁଡିକ ମଧ୍ୟରେ ଭର୍ତ୍ତି ଥିବା ପୁଳା ପୁଳା ଟଙ୍କା ଜବତ କରିଛି। ଜବତ ହୋଇଥିବା ଟଙ୍କାଗୁଡିକୁ ଭାରତୀୟ ଷ୍ଟେଟ ବ୍ୟାଙ୍କର ସ୍ୱତନ୍ତ୍ର କ୍ୟାସ ଭ୍ୟାନ ଜରିଆରେ ସମ୍ବଲପୁରସ୍ଥିତ ମୁଖ୍ୟ ଶାଖାକୁ ନିଆଯାଇ ଗଚ୍ଛିତ କରାଯାଇ ଗଣା ଚାଲିଛି। ଆୟକର ବିଭାଗର ଅଧିକାରୀ ଓ ମଦ ବ୍ୟବସାୟୀଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ବ୍ୟାଙ୍କ କର୍ମଚାରୀମାନେ ସ୍ୱତନ୍ତ୍ର ଟଙ୍କା ଗଣିବା ଯନ୍ତ୍ର ସାହାଯ୍ୟରେ ବସ୍ତାଗୁଡିକ ମଧ୍ୟରେ ରଖାଯାଇଥିବା ଟଙ୍କାଗୁଡିକୁ ଗଣୁଛନ୍ତି। ଏହି ଟଙ୍କା ଗଣା ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ।

ଅପର ପକ୍ଷରେ ଆୟକର ବିଭାଗର ଚଢ଼ଉ ସମୟରେ ଟିକସ ଫାଙ୍କି ସହିତ ଅନେକ କାଗଜପତ୍ର ସମେତ ବେଶ୍ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଡାଏରୀଗୁଡିକୁ ଜବତ କରି ସାଥିରେ ନେଇଯାଇଛନ୍ତି। ସକାଳ ସମୟରେ ପ୍ରଥମେ ଧନୁପାଲିସ୍ଥିତ ମଦଭାଟିରେ ଗୋଟିଏ ଆୟକର ଦଳ ଚଢ଼ଉ କରିବାର କିଛି ସମୟ ମଧ୍ୟରେ ଅନ୍ୟ ୨ ଦଳ ବଡବଜାରସ୍ଥିତ କାର୍ଯ୍ୟାଳୟରେ ଚଢ଼ଉ କରିଥିଲେ। ସେଠାରେ ଥିବା ଟଙ୍କାଗୁଡିକୁ ଦେଖି ଆୟକର ଅଧିକାରୀ ଜଳକା ହୋଇଯାଇଥିଲେ। ତେବେ ଟଙ୍କା ରଖାଯାଇଥିବା କୋଠାର ଜର୍ଜର ଅବସ୍ଥା ଦେଖି ସେମାନେ ତୁରନ୍ତ ଟଙ୍କାଗୁଡିକୁ କଡା ସୁରକ୍ଷା ବଳୟ ମଧ୍ୟରେ ଏସବିଆଇର କ୍ୟାସ ଭ୍ୟାନ ଜରିଆରେ ବ୍ୟାଙ୍କର କଚେରୀ ଛକସ୍ଥିତ ମୁଖ୍ୟ ଶାଖାକୁ ସ୍ଥାନାନ୍ତରିତ କରିଥିଲେ। ଗୁରୁବାର ଜବତ ହୋଇଥିବା ଟଙ୍କାଗୁଡିକ କେତେ ଅଛି ତାହା ଗଣା ଚାଲିଥିବା ବେଳେ ଅତି କମରେ ୨୫ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଆୟକର ଟିମ୍‌ ଆହୁରି ଟିକସ ଫାଙ୍କି ଟଙ୍କା ମିଳିବାର ସମ୍ଭାବନା ଥିବାରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories