www.samajalive.in
Sunday, December 7, 2025
26.1 C
Bhubaneswar

ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ

ସମ୍ବଲପୁର  : ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅର୍ନ୍ତଗତ ପାଣିମୁରା ପଞ୍ଚାୟତର ତାଲବ, ଡିମିରୁକୁଦା, ଗରିଆଖମଣ, ଜରୋସିଂହା, କାଳୋ, କେଛୁବିଲ ଗ୍ରାମବାସୀ ମାନେ ଅଞ୍ଚଳକୁ ସ୍ଥାୟୀ ରାସ୍ତା ନିର୍ମାଣ ଦାବି କରିଛନ୍ତି। ଜିଲା ପ୍ରଶାସନକୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ତାଲବ ଠାରୁ ଗରିଆଖମଣ ଏବଂ ଡିମିରୁକୁଦା ରୁ ଧଳପୁର ପର୍ଯ୍ୟନ୍ତ ପ୍ରାୟ ୧୪ କିମି ରାସ୍ତାରେ ଲୋକ ମାନେ ଯାତାୟାତରେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ବର୍ଷା ସମୟରେ ନାଳ ନର୍ଦ୍ଦମା ଗୁଡିକ ବଢ଼ି ଯାଉଥିବାରୁ ଯାତାୟାତ କରି ପାରୁ ନାହାନ୍ତି। ଏଣୁ ଅଞ୍ଚଳବାସୀଙ୍କ ଅସୁବିଧା ଦୂର କରିବା ପାଇଁ ଉଭୟ ରାସ୍ତାକୁ କଂକ୍ରିଟ ରାସ୍ତା ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି। ପ୍ରଦତ୍ତ ଦାବିପତ୍ରରେ ପ୍ରସନ୍ନଜିତ ତିର୍କୀ, ଅମ୍ରିତା କେରକେଟା, ସୁଧା କେରକେଟା, ସୁଲେମାନ ମିଞ୍ଜ, ନିକଲାସ ବାଡା, ଗୋବର୍ଦ୍ଧନ ଦେହୁରୀ, କୁଳମଣି ଦେହୁରୀ, ତ୍ରିଲୋଚନ ନାୟକ, ମୀତା ଦେହୁରୀ, ନାଥ ଦେହୁରୀ, ରୂପେଇ ନାୟକ, ସୁଜାତା ଦେହୁରୀ, ତୁଳା ନାଏକ, ସୁନୀତା ନାଏକ ସମେତ ଅନେକ ଅଞ୍ଚଳବାସୀଙ୍କ ଦସ୍ତଖତ ରହିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories