Patra electronics

ରେଳବାଇ ପକ୍ଷରୁ ସ୍ୱଚ୍ଛ ସମ୍ବାଦ କାର୍ଯ୍ୟକ୍ରମ

ସମ୍ବଲପୁର: ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳବାଇ ପକ୍ଷରୁ ୧୬ ସେପ୍ଟେମ୍ବର ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଛି। ଏହି କ୍ରମରେ ୧୭ ତାରିଖ ଶନିବାର ମଣ୍ଡଳ ଅଧିନସ୍ଥ ବିଭିନ୍ନ ମଣ୍ଡଳ ଗୁଡିକରେ ସ୍ୱଚ୍ଛ ସମ୍ବାଦ ପାଳନ କରାଯାଇଛି। ସମ୍ବଲପୁର ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ଙ୍କ ନେତୃତ୍ୱରେ ରେଳ ଷ୍ଟାଡିୟମରୁ ରେଳ ନଗର ଦ୍ୱାର ପର୍ଯ୍ୟନ୍ତ ପ୍ରଭାତ ଫେରି ଆୟୋଜିତ କରାଯାଇ ରେଳ କର୍ମଚାରୀ ମାନଙ୍କୁ ସେମାନଙ୍କ ବାସ୍ଥାନ ପରିସର ପରିଷ୍କାର ପରିଚ୍ଛନ୍ନତା ନିଶ୍ଚିତ କରିବା ପାଇଁ ପ୍ରେରିତ କରାଯାଇଥିଲା। ଏଥି ସହ ସ୍ୱଚ୍ଛତା ଉପରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭିନ୍ନ ଷ୍ଟେସନ ଗୁଡିକରେ ଯାତ୍ରୀ ମାନଙ୍କୁ ସଚେତନ କରାଯାଇ ଆଲୋଚନା କରାଯାଇଥିଲା।

ଷ୍ଟେସନ ଓ ରେଳଗାଡି ଗୁଡିକର ପରିଷ୍କାର ପରିଚ୍ଛନ୍ନତା ବିଷୟରେ ଯାତ୍ରୀ ମାନଙ୍କ ଠାରୁ ମତାମତ ସଂଗ୍ରହ କରାଯାଇଛି। ଷ୍ଟେସନ ଗୁଡିକର ସ୍ୱଚ୍ଛତା ଉପରେ ସଫେଇ ଏଜେନ୍ସି ମାନଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି। ପ୍ଲାଷ୍ଟିକର ଏକକ ବ୍ୟବହାରକୁ ନିରୁତ୍ସାହିତ କରିବା ଏବଂ ବିଭିନ୍ନ ଷ୍ଟେସନ ଗୁଡିକରେ ୫୦ ମାଇକ୍ରୋନରୁ ତଳକୁ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧାଦେଶ ଘୋଷଣା କରାଯାଇଛି। ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ଆୟୋଜିତ ହେଉଥିବା ସ୍ୱଚ୍ଛ ସମ୍ବାଦ କାର୍ଯ୍ୟକ୍ରମ ସମ୍ବଲପୁର ରେଳ ମଣ୍ଡଳର ବିଭିନ୍ନ ଷ୍ଟେସନ ଓ କାର୍ଯ୍ୟାଳୟ ଗୁଡିକରେ ଆୟୋଜିତ ହେବ। ୧୯ ଓ ୨୦ ତାରିଖରେ ମଣ୍ଡଳରେ ସ୍ୱଚ୍ଛ ଷ୍ଟେସନ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.