ସମ୍ବଲପୁର: ସମ୍ବଲପୁର ରିଂ ରୋଡ଼ ର କଡ଼ରୁ ଏକ ବିଲୁଆ ଉଦ୍ଧାର ହୋଇଛି l ସମ୍ବଲପୁର ଜ଼ିଲ୍ଲାପାଲଙ୍କ କାର୍ଯ୍ୟାଳୟ ପଛ ପଟେ ଥିବା ଏକ ଡ୍ରେନ ଭିତରେ ବିଲୁଆଟି ପଡିଥିବାର ଦେଖିବାକୁ ମିଳିଥିଲା l ତୁରନ୍ତ ଅଗ୍ନିଶମ ବିଭାଗ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିଲେ l ବହୁ କଷ୍ଟରେ ବିଲୁଆକୁ ଉଭୟ ବିଭାଗ ଧରିଥିଲେ l ତେବେ ବିଲୁଆକୁ ଧରିବା ପରେ ବନ ବିଭାଗର ଏକ ସ୍ୱତନ୍ତ୍ର ଗାଡି ଯୋଗେ ବିଲୁଆକୁ ଏନକ୍ଲୋଜରେ ସମ୍ବଲପୁର ଚିଡ଼ିଆଖାନାକୁ ନେଇଥିଲେ l ସେଠାରେ ବିଲୁଆର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ବନ ବିଭାଗ କହିଛି l ତେବେ ସମ୍ବଲପୁରରେ ବିଲୁଆ ଉଦ୍ଧାର ହେବା ଏହା ପ୍ରଥମ ଘଟଣା ବୋଲି ବନ ବିଭାଗ କହିଛି l
Popular Categories



