www.samajalive.in
Wednesday, December 10, 2025
18.1 C
Bhubaneswar

ସରକାରୀ ନିର୍ଦ୍ଦେଶକୁ ଅବମାନନା କଲେ କଠୋର କାର୍ଯ୍ୟାନୁଷ୍ଠାନ : ସମ୍ବଲପୁର ଜିଲା ପ୍ରଶାସନ 

ସମ୍ବଲପୁର :କରୋନା ଭୂତାଣୁ ବିଶ୍ୱରେ ମହାମାରୀ ରୂପ ନେବା ପରେ ଏହାର ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ଦେଶରେ ଏବେ ଲକ ଡାଉନ କରାଯାଇଛି। ସାମାଜିକ ଦୂରତ୍ୱ ରକ୍ଷା କରୋନା ସଂକ୍ରମଣକୁ ରୋକିବାର ଏକ ପ୍ରମୁଖ ଉପାୟ ହୋଇଥିବାରୁ ଏହା ଉପରେ ସରକାର ଓ ପ୍ରଶାସନ ଏବେ ବହୁ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ବାରମ୍ବାର ପରାମର୍ଶ ପରେ ସୁଦ୍ଧା ଜନତା ପରିବା ବଜାର ଓ ସାପ୍ତାହିକ ହାଟ ଗୁଡିକରେ ଭିଡ ଜମାଇବା ଏବଂ ସାମାଜିକ ଦୂରତ୍ୱ ରକ୍ଷାରେ ଅବହେଳା ଯୋଗୁଁ ସମ୍ବଲପୁର ପ୍ରଶାସନ କଡା ପଦକ୍ଷେପ ନେଇଛି। ରାଜଧାନୀ ଭୂବନେଶ୍ୱର ଠାରେ ଗୋଟିଏ ଦିନରେ ୧୬ଟି କରୋନା ପଜିଟିଭ ବାହାରିବା ଫଳରେ ତୁରନ୍ତ ସମ୍ବଲପୁର ଜିଲା ପ୍ରଶାସନ ତରଫରୁ କଡା ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ସମ୍ବଲପୁର ଜିଲାପାଳ ଶୁଭମ ସକ୍ସସେନାଙ୍କ ଦ୍ୱାରା ଜାରି ସୂଚନାନୁଯାୟୀ, କରୋନା ଭୂତାଣୁକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ଏକ ବିଶ୍ୱ ମହାମାରୀ ରୂପେ ଘୋଷଣା କରାଯାଇଛି। ଭାରତ ସରକାର ଓ ଓଡିଶା ସରକାର ମଧ୍ୟ ଏହାକୁ ବିଜ୍ଞାପିତ ଜାତୀୟ ବିପତ୍ତି ରୂପେ ଘୋଷଣା କରି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ନିୟମ ଓ ମାର୍ଗଦର୍ଶିକା ଜାରି କରିଛନ୍ତି, ଯେଉଁ ଥିରେ କି ସାମାଜିକ ଦୂରତ୍ୱକୁ ବଜାୟ ରଖିବାକୁ ପ୍ରାଧାନ୍ୟ ଦିଆଯାଉଛି। ଏଣୁ ଜିଲାର ସମସ୍ତ ଦୋକାନୀ, ବିକ୍ରେତା ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ ନିର୍ଦ୍ଦେଶ ଦିଆଯାଉଛି ଯେ, ସେମାନେ ନିଜର ବ୍ୟବସାୟ କେନ୍ଦ୍ର ଗୁଡିକୁ ଖୋଲା ରଖିବା ଓ ପରିଚାଳନା କରିବା ସମୟରେ ମାର୍ଗଦର୍ଶିକରେ ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ପାଳନ କରି ସାମାଜିକ ଦୂରତ୍ୱ ବଜାୟ ରଖିବା ଦିଗରେ ଅଧିକ ଯତ୍ନବାନ ହେବେ। ନଚେତ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ନିୟମ ଉଲ୍ଲଂଘନକାରୀଙ୍କ ଦୋକାନ / ବ୍ୟବସାୟିକ ପ୍ରତିଷ୍ଠାନ କୁ ସିଲ କରିଦିଆଯାଇ ଆଇନ ମତେ ମୋକଦ୍ଦମା ରୁଜୁ କରାଯିବ ବୋଲି ଜିଲାପାଳ ସୂଚାଇ ଦେଇଛନ୍ତି। ଏଣୁ ସୋମବାର ଠାରୁ ସମ୍ବଲପୁର ଜିଲାରେ ଲକ ଡାଉନକୁ ଆହୁରୀ କଡାକଡି ଭାବରେ ଲାଗୁ କରିବା ପାଇଁ ପ୍ରଶାସନ ଓ ପୁଲିସ ଜୋର ଦେବ ବୋଲି ଜଣାପଡିଛି। ବିଳମ୍ବରେ ହେଉ ପଛେ ପ୍ରଶାସନ ଭୁବନେଶ୍ୱରରେ ଗୋଟିଏ ଦିନରେ ଏତେ ସଂଖ୍ୟକ କରୋନା ପଜିଟିଭ ବାହାରିବା ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୂଚନା ଦେଇଥିବାରୁ ସଚେତନ ନାଗରିକ ମହଲରେ ଏହାକୁ ସ୍ୱାଗତ କରାଯାଉଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories