www.samajalive.in
Monday, December 8, 2025
13.1 C
Bhubaneswar

୯ ମିନିଟ୍ ଦୀପ ଜାଳିବା ପଛର ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ କାରଣ

ସମାଜ ପୋର୍ଟାଲ ଡେସ୍କ (ବୈଜୟନ୍ତୀ): ଏପ୍ରିଲ୍ ୫ ତାରିଖ ରାତି ୯ଟାରେ ୯ ମିନିଟ୍‌ ଦୀପ, ମହମବତୀ ଓ ଟର୍ଚ୍ଚ ଲାଈଟ୍ ଜଳାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନିବେଦନ କରିଥିଲେ। ତାଙ୍କ କଥା ମାନି ଦେଶରେ ଅଦିନିଆ ଦୀପାବଳି ପାଳନ କରାଯାଇଛି। କିନ୍ତୁ ଏହା ପଛର ଅନେକ ଧାର୍ମିକ, ବୈଜ୍ଞନିକ କାରଣ ରହିଛି, ଯାହା ସମସ୍ତଙ୍କୁ ଜଣାନଥାଏ। ତେବେ ଆସନ୍ତୁ ଜାଣିବା…..

ଜ୍ୟୋତିଷ ଶାସ୍ତ୍ର ସହିତ ଦୀପ ଜାଳିବାର ସମ୍ପର୍କ

- Advertisement -

ଜ୍ୟୋତିଷ ଶାସ୍ତ୍ରରେ ମୋଦୀ ରାତି ୯ଟା ଓ ୯ ମିନିଟର ସମୟ ବାଛିବା ପଛର କାରଣ ହେଉଛି, ମଙ୍ଗଳ ଗ୍ରହର ପ୍ରଭାବ ଦୁଇଗୁଣ ହେବା। ଏହି ପ୍ରଭାବ ହେତୁ, ଆମର ଦୃଢ ଇଚ୍ଛାଶକ୍ତି ଶକ୍ତି ଏବଂ ଶରୀରର ପ୍ରତିରୋଧ ବୃଦ୍ଧି ହୁଏ। ଏହ ଏପ୍ରିଲ ୫ରେ ଚନ୍ଦ୍ରମା ସିଂହ ରାଶିରେ ରହିବେ। ସିଂହ ହେଉଛି ସୂର୍ଯ୍ୟର ପ୍ରତୀକ, ଯାହାକି ଆଲୋକ ଏବଂ ଶକ୍ତି ସହିତ ସିଧାସଳଖ ଜଡିତ। ଆଲୋକ ଏବଂ ଶବ୍ଦ ଶକ୍ତିର ଏକ ଚମତ୍କାର ମିଶ୍ରଣ।

ବୈଦ୍ୟୁତିକ ଶକ୍ତି ସୃଷ୍ଟି ନ କରିବ

ଜ୍ୟୋତିଷଙ୍କ ମତ ଅନୁଯାୟୀ, ସେହି ସମୟରେ ବୈଦ୍ୟୁତିକ ଉପକରଣ ଜାଳିବା ଠକ୍ ନୁହେଁ। କାରଣ ବୈଦ୍ୟୁତିକ ଉପକରଣ ଶକ୍ତି ଉତ୍ପନ୍ନ ହେବା ଦ୍ବାରା ରାହୁ ସକ୍ରିୟ ହୋଇଥାନ୍ତି। ଯାହା ବର୍ତ୍ତମାନ ସମୟ ପାଇଁ ଉଚିତ୍ ନୁହେଁ।

ସମସ୍ତ ରୋଗ ଦୂର ହୁଏ

ଧାର୍ମିକ ମତ ଅନୁଯାୟୀ, ଅନ୍ଧକାର ଦୂର କରିବା ପାଇଁ ଦୀପ କିମ୍ବା ମହମବତୀ ଜଳାଯାଏ। ଏହା ଦ୍ବାରା ରୋଗ ବେମାରୀ ଦୂର ହୋଇଥାଏ। ଆରୋଗ୍ୟ ଲାଭ ହୁଏ। ଘରେ ନିୟମିତ ଦୀପ ଜାଳିବା ଦ୍ୱାରା ବାତ୍ତାବରଣ ସକାରାତ୍ମକତା ରହିଥାଏ। ଦୀପର ଆଲୋକ ଏବଂ ଘରେ ଥିବା ନକାରାତ୍ମକତାକୁ ଦୂର କରିଥାଏ।

ପରିବେଶକୁ ଶୁଦ୍ଧ କରେ ; ବୈଜ୍ଞାନିକ ମତ

ଦୀପ ଜାଳିବାରେ ଅନେକ ଲାଭ ରହିଛି। ବୈଜ୍ଞାନିକମାନେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଦୀପ ଜାଳିବା ସମଗ୍ର ଘରକୁ ଲାଭ ମିଳେ। ଯେତେବେଳେ ଗାଈର ପବିତ୍ର ଘିଅର ଦୀପ ଜଳାଯାଏ, ତେବେ ଏଥିରେ ଅନେକ ପ୍ରକାରର ଜୀବାଣୁ ମରି ଯାଇଥାନ୍ତି। ସେହିପରି ମହମବତୀ ଜଳିବା ଦ୍ବାରା ବାୟୁମଣ୍ଡଳରେ ଥିବା ଜୀବାଣୁ ଓ କୀଟାଣୁ ନିଆଁରେ ଝାସ ଦେଇ ମୃତ୍ୟୁବରଣ କରିଥାନ୍ତି। ଫଳରେ ବାୟୁମଣ୍ଡଳକୁ ଶୁଦ୍ଧ କରିବା ସହ ପ୍ରଦୂଷଣ ମୁକ୍ତ କରିଥାଏ।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories