www.samajalive.in
Thursday, December 11, 2025
27.1 C
Bhubaneswar

ବଜାରକୁ ଗାଡ଼ି ମନା, ବିନା କାରଣରେ ଘରୁ ବାହାରିଲେ ଅପରାଧିକ କାଯ୍ୟକଳାପ ଭାବେ ଗ୍ରହଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ରବିବାର ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ଟ୍ବିଟ କରି ଜଣାଇବାସହ ସାମାଜିକ ଦୂରତାର ଉଲ୍ଲଂଘନକଲେ ଅପରାଧିକ କାଯ୍ୟକଳାପ ଭାବେ ଗ୍ରହଣ କରାଯାଇ ଦଣ୍ଡବିଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କହିଛନ୍ତି।

ସେହିପରୁ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟୁଇଟ୍ କରି କହିଛନ୍ତି ଯେ, ବଜାର ଅଞ୍ଚଳକୁ କେହି ଗାଡ଼ି ନେଇ ଯାଇପାରିବେନାହିଁ। କୌଣସି ପାସରେ ଗାଡିନେଇ ବଜାରକୁ ଗଲେ ପାସ କାମ ଦେବନାହିଁ। ଯଦି ଗାଡି ନେଇ ଯାଆନ୍ତି ଗାଡିକୁ ସିଜ୍ କରାଯିବ। ପନିପରିବା, ଗ୍ରୋସରୀ ଓ ଔଷଧ ଆବଶ୍ୟକଥିଲେ ଚାଲିଚାଲି ଯିବାକୁ ସେ ପରାମର୍ଶ ଦେଇଛନ୍ତି।

- Advertisement -

ଏଥିସହିତ ମୁଖ୍ୟମନ୍ତ୍ରୀ ଟୁଇଟରେ କହିଛନ୍ତି ଯେ, ସାମାଜିକ ଦୂରତା ଉଲଂଘନ କରିବାକୁ ଅପରାଧ ଭାବେ ଗ୍ରହଣ କରାଯିବ । ଦୋକାନଗୁଡ଼ିକରେ ସାମାଜିକ ଦୂରତା ନିୟମ ପାଳନ ହେଉ ନଥିଲେ ସଂପୃକ୍ତ ଦୋକାନ, ବଜାରକୁ ସିଲ କରାଯିବ । ଅଯଥାରେ ଘରୁ ବାହାରିଲେ କିମ୍ବା ଖଟି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

 

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories