www.samajalive.in
Sunday, December 7, 2025
26.1 C
Bhubaneswar

‘ସମାଜ’କୁ ପ୍ରଥମ ଓଡ଼ିଆ ସମ୍ବାଦପତ୍ର ଡ଼ୋମେନ ମାନ୍ୟତା- ’ସମାଜ (ଡ଼ଟ୍) ଭାରତ’

ଭୁବନେଶ୍ଵର: ଶତାୟୁ ଓଡ଼ିଆ ସମ୍ବାଦପତ୍ର ‘ସମାଜ’କୁ ମିଳିଛି ଆଉ ଏକ ମାନ୍ୟତା । ‘ସମାଜ.ଭାରତ’ ପ୍ରଥମ ଓଡ଼ିଆ ଡ଼ୋମେନ ମାନ୍ୟତା ପାଇଛି । ଓଡ଼ିଆ ସହ ବଙ୍ଗଳା, ଦେବନାଗରୀ, ଗୁଜୁରାଟୀ, ଗୁରୁମୁଖୀ, କନ୍ନଡ଼, ମାଲୟଲୀ, ତାମିଲ ଓ ତେଲୁଗୁ ଭାଷାକୁ ଇଣ୍ଟରନେଟ୍ ଡ଼ୋମେନରେ ସ୍ଥାନୀତ କରାଯାଇଛି । ଆଇସିଏଏନ୍ଏନ୍ (The Internet Corporation for Assigned Names and Numbers) ଓଡ଼ିଆ ଭାଷାକୁ ଡ଼ୋମେନରେ ସ୍ଥାନ ଦେବା ପରେ ପ୍ରଥମ ଓଡ଼ିଆ ସମ୍ବାଦପତ୍ର ଭାବରେ ‘ସମାଜ’ ଏଥିରେ ପଞ୍ଜିକୃତ ହୋଇଛି । ଭାରତ ସରକାରଙ୍କ  ନିକ୍ସି ( National Internate Exchange of India) ଦ୍ବାରା ଓଡ଼ିଶାର ଅଧିକୃତ ସଂସ୍ଥା suryanandan.net ଏହାକୁ ପ୍ରସ୍ତୁତ କରିଛନ୍ତି । 

ଭାରତରେ ଆଇସିଏଏନ୍ଏନ ତତକାଳୀନ ମୁଖ୍ୟ ଭାବରେ କାର୍ଯ୍ୟ କରୁଥିବା ସମୀରାନ ଗୁପ୍ତାଙ୍କ ସୂଚନା ଅନୁସାରେ ବିଶ୍ଵରେ ୪୮% ଲୋକ ଇଂରାଜୀ ଭାଷାଭାଷୀ ଓ ସେମାନେ ଇଣ୍ଟରନେଟ ବ୍ୟବହାର ସମୟରେ ଇଂରାଜୀ ଭାଷା ବ୍ୟବହାର କରନ୍ତି। ମାତ୍ର ଅବଶିଷ୍ଟ ୫୨% ଲୋକ ନିଜ ଭାଷାରେ ଇଣ୍ଟରନେଟ୍ ସୂଚନା ପାଆନ୍ତି ନାହିଁ । ସେଥିପାଇଁ ବିଭିନ୍ନ ଆଞ୍ଚଳିକ ଭାରତୀୟ ଭାଷାର ଡ଼ୋମେନ ପ୍ରସ୍ତୁତ କରାଯାଇଛି ଏବଂ ଏହା ସାଧାରଣ ଲୋକଙ୍କ ନିମନ୍ତେ ଉପଯୋଗୀ ହୋଇ ପାରିବ ବୋଲି ଗୁପ୍ତା କହିଛନ୍ତି ।

- Advertisement -

ଅନୁରୂପ ଭାବରେ ସୂର୍ଯ୍ୟନନ୍ଦନ (ଡ଼ଟ୍) ନେଟ୍ ଅଧିକାରୀ ଶ୍ରୀ ପ୍ରଶାନ୍ତଙ୍କ ସୂଚନା ଅନୁସାରେ ଓଡ଼ିଆ ଡ଼ୋମେନ ସୃଷ୍ଟି ହେବା ଫଳରେ ଜଣେ ସାଧାରଣ ବ୍ୟକ୍ତି ଓଡ଼ିଆ ଲିପି ବ୍ୟବହାର କରି ଇଣ୍ଟରନେଟ୍ ବ୍ୟବହାର କରିପାରିବ । ଏହା ସହ ଛୋଟ ନାମରେ ଡ଼ୋମେନ୍ ପ୍ରସ୍ତୁତ ହୋଇ ପାରିବ ଏବଂ ଭବିଷ୍ୟତରେ ଯେବେ ଗୁଗଲ୍ ସର୍ଚ ଇଞ୍ଜିନରେ ଓଡ଼ିଆ ଭାଷାରେ ବିଭିନ୍ନ ତଥ୍ୟ ଉପଲବ୍ଧ ହେବ ସେତେବେଳେ ପଞ୍ଜିକୃତ ଡ଼ୋମେନଗୁଡ଼ିକୁ ପ୍ରାଥମିକତା ଦିଆଯିବ ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories