www.samajalive.in
Tuesday, December 9, 2025
16.1 C
Bhubaneswar

ସାକ୍ଷୀ ଗୋପୀନାଥଙ୍କୁ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ

ସାକ୍ଷୀଗୋପାଳ : ପୁରୀଜିଲାର ସାକ୍ଷୀଗୋପାଳ ମନ୍ଦିରରେ ରାସପୂର୍ଣ୍ଣମୀ ଅବସରରେ ମହାପ୍ରଭୁ ସାକ୍ଷୀ ଗୋପୀନାଥଙ୍କ ରାଜ ରାଜେଶ୍ୱର ବେଶ ଶହ ଶହ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି ଭୋର ପାଞ୍ଚଟାରୁ ଦୈନିକ ନୀତିକାନ୍ତି କରାଯାଇଥିଲା ଏହାପରେ ଠାକୁର ହାତରେ ସୁବର୍ଣ୍ଣ ବଂଶୀ ମଥାର ସୁବର୍ଣ୍ଣ କିରୀଟି ପିନ୍ଧି ନାନାଦି ଅଳଙ୍କାର ଭୂଷଣ କରାଯାଇ ଥିଲା ପରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କୁ  ରାଜ ରାଜେଶ୍ଵର ବେଶରେ ଭକ୍ତ ମାନେ ଦର୍ଶନ କରିଥିଲେ ସେହିପରି କାର୍ତ୍ତିକ ପୂର୍ଣ୍ଣିମା ଅବକାଶରେ କଦଳୀ ପଟୁଆ ନିର୍ମିତ ଡଙ୍ଗା ଭସାଇବା ବିଧି ରହିଛି ପ୍ରତ୍ଯୁଷରୁ  ଆବାଳ ବୃଦ୍ଧ ବନିତା ନଦୀ ବା ପୁଷ୍କରିଣୀ ବୁଡ ପକାଇ କଦଳୀ ବାହୁଙ୍ଗା ସୋଲ ତିଆରି ଡଙ୍ଗାରେ ପାନଗୁଆ ଅରୁଆଚାଉଳ ଦୁବ ରଖି ଦୀପ ଲଗାଇ ଭସାଇ ଥିଲେ ଏହି ପରିପ୍ରେକ୍ଷୀରେ ଗ୍ରାମ ଗୁଡିକରେ ଦେବାଦେବୀଙ୍କ ପୀଠରେ ପୂଜାର୍ଚ୍ଚନାପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି ମନ୍ଦିର ମାନଙ୍କରେ ଭାଗବତ, ଗୀତା, ଚଣ୍ଡିପାଠ, ହୋମ  ଯଜ୍ଞ ,ଅଷ୍ଟପ୍ରହରୀ ଆଦି କରାଯାଇଛି

   

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories