www.samajalive.in
Tuesday, December 9, 2025
16.1 C
Bhubaneswar

ବିଶ୍ବ ବ୍ୟାଡମିଣ୍ଟନ୍ ଚମ୍ପିଆନସିପ୍‌; ସାଇନା-ସିନ୍ଧୁ ସେମିଫାଇନାଲ?

ନୂଆଦିଲ୍ଲୀ : ଆସନ୍ତା ସପ୍ତାହରେ ସୁଇଜରଲାଣ୍ଡର ବାସେଲ୍‌ରେ ଆୟୋଜିତ ହେବ ବିଶ୍ବ ବ୍ୟାଡମିଣ୍ଟନ୍‌ ଚମ୍ପିଆନସିପ୍‌। ଏଥିରେ ଭାରତୀୟ ମହିଳା ବ୍ୟାଡମିଣ୍ଟନ୍‌ ଖେଳାଳି ସାଇନା ନେହୱାଲ୍ ଓ ପିଭି ସିନ୍ଧୁ ଭାଗ ନେବେ। ଯଦି ଉଭୟ ଖେଳାଳି ସେମାନଙ୍କ ପ୍ରାରମ୍ଭିକ ପର୍ଯ୍ୟାୟ ମ୍ୟାଚ୍‌ ଜିତନ୍ତି ତେବେ ସେମିଫାଇନାଲରେ ଉଭୟଙ୍କ ମଧ୍ୟରେ ମୁକାବିଲା ହେବ।
କିଛିଦିନ ତଳେ ବିଶ୍ବ ବ୍ୟାଡମିଣ୍ଟନ୍‌ ମହାସଂଘ ତରଫରୁ ଖେଳସୂଚୀ ପ୍ରକାଶ ପାଇଥିଲା। ତେବେ ମହିଳା ସିଙ୍ଗଲ୍‌ସର ଖେଳସୂଚୀରେ କେତେକ ତ୍ରୁଟି ଦେଖାଯିବାରୁ ଖେଳସୂଚୀ ସଂଶୋଧନ କରାଯାଇଥିଲା। ଏହି ଚମ୍ପିଆନସିପ୍‌ ନିମନ୍ତେ ୫ମ ସିଡ୍‌ ସିନ୍ଧୁ ପ୍ରଥମ ରାଉଣ୍ଡରେ ବାଏ ପାଇଛନ୍ତି। ଦ୍ବିତୀୟ ରାଉଣ୍ଡରେ ସିନ୍ଧୁଙ୍କ ମୁକାବିଲା ଚାଇନିଜ୍‌ ତାଇପେର ପାଇ ୟୁ ପୋ ଏବଂ ବୁଲେରିଆର ଲିଣ୍ଡା ଜେଟ୍‌ଚିରିଙ୍କ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ବିଜେତା ସହ ହେବ। ଅନ୍ୟପକ୍ଷରେ ୮ମ ସିଡ୍‌ ସାଇନା ପ୍ରଥମ ରାଉଣ୍ଡରେ ବାଏ ପାଇଥିବା ବେଳେ ଦ୍ବିତୀୟ ରାଉଣ୍ଡରେ ତାଙ୍କ ମୁକାବିଲା ନେଦରଲାଣ୍ଡ୍‌ସର ସୋରାୟା ଡି ଇଜବର୍ଜଜେନ୍‌ ଓ ସୁଇଜରଲାଣ୍ଡର ସାବରିନା ଜା​‌େ​‌କ୍ବଟ୍‌ଙ୍କ ମଧ୍ୟ‌େ‌ର ହେବାକୁ ଥିବା ମ୍ୟାଚ୍‌ର ବିଜେତାଙ୍କ ସହ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories