ତାଞ୍ଜାନିଆ: ତାଞ୍ଜାନିଆର ଆର୍ଥିକ ରାଜଧାନୀ ଦାର୍ ଏସ୍ ସଲାମ୍ର ପଶ୍ଚିମ ଦିଗରେ ଅବସ୍ଥିତ ମୋରୋ ଗୋରୋ ସହରର ଏକ ରାସ୍ତାରେ ଗୋଟିଏ ତୈଳବାହୀ ଟ୍ୟାଙ୍କର୍ ଓଲଟି ପଡ଼ିବା ଫଳରେ ବିସ୍ଫୋରଣ ଯୋଗୁଁ ଅତି କମରେ ୬୨ ଜଣ ଲୋକ ପ୍ରାଣ ହରାଇଥିବା ସେଠାକାର ସରକାରୀ ମୁଖପାତ୍ର ହାସନ ଆଵାସ କହିଛନ୍ତି। ମୃତକମାନଙ୍କ ମଧ୍ୟରେ ଅଧିକାଂଶ ଟ୍ୟାକ୍ସି ଡ୍ରାଇଭର ଓ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କର୍ରୁ ତେଲ ସଂଗ୍ରହ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିବା ସ୍ଥାନୀୟ ବାସିନ୍ଦା।
ଦର ଏ ସଲାମ ଠାରୁ ୧୭୫ କିଲୋମିଟର ଦୂର ମୋରୋଗୋର ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ତୈଳବାହୀ ଟ୍ୟାଙ୍କର୍ ଦ୍ରୁତ ଗତିରେ ଯାଉଥିବା ବେଳେ ଶମ୍ଭୁ ବସ ଷ୍ଟେସନ ନିକଟରେ ଏକ ବାଇକ ଆରୋହିକୁ ବଞ୍ଚାଇବାକୁ ଯାଇ ଟ୍ୟାଙ୍କର୍ ଚାଳକ ନିୟନ୍ତ୍ରଣ ହରାଇବା ଫଳରେ ଟ୍ୟାଙ୍କର୍ ଓଲଟି ପଡ଼ିଥିଲା।



