www.samajalive.in
Tuesday, December 9, 2025
16.1 C
Bhubaneswar

ସାବରିମାଳା ମାମଲା: ନିଷ୍ପତ୍ତି ବଦଳାଇଲା ଟ୍ରାଭାଙ୍କୋର ଦେବସ୍ବମ ବୋର୍ଡ

ନୂଆଦିଲ୍ଲୀ : କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ପ୍ରବେଶ ନେଇ ୨୦୧୮ ସେପ୍ଟେମ୍ବର ୨୮ରେ ଦିଆଯାଇଥିବା ରାୟ ବିରୋଧୀ ସମୀକ୍ଷା ଆବେଦନ ଉପରେ ସୁପ୍ରିମକୋର୍ଟ ବୁଧବାର ରାୟ ସଂରକ୍ଷିତ ରଖିଛନ୍ତି। ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ପୂର୍ବରୁ ବିରୋଧ କରୁଥିବା ଟ୍ରାଭାଙ୍କୋର ଦେବସ୍ବମ ବୋର୍ଡ (ଟିଡିବି) ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିଛି। ସୁପ୍ରିମକୋର୍ଟଙ୍କ ରାୟ ବିରୋଧୀ ସମୀକ୍ଷା ଆବେଦନକୁ ବୋର୍ଡ ବିରୋଧ କରିଛି। ଏଥିସହିତ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଆଯିବ ବୋଲି ବୋର୍ଡ ପକ୍ଷରୁ ନିଷ୍ପତ୍ତି ଦିଆଯାଇଥିବା ଏହାର ବରିଷ୍ଠ ଓକିଲ ରାକେଶ ଦ୍ବିବେଦୀ ଶୁଣାଣି ବେଳେ ପ୍ରକାଶ କରିଛନ୍ତି।
ପ୍ରଧାନବିଚାରପତି ଗୋଗଇଙ୍କ ଅଧ୍ୟକ୍ଷତାରେ ବିଚାରପତି ଆର. ଏଫ୍‌. ନରିମନ, ଏ.ଏମ୍‌. ଖାନୱିଲକର, ଡି. ୱାଇ. ଚନ୍ଦ୍ରଚୂଡ ଏବଂ ଇନ୍ଦୁ ମଲହୋତ୍ରାଙ୍କୁ ନେଇ ଗଠିତ ପୀଠ କେରଳ ସରକାର, ଟ୍ରାଭାଙ୍କୋର ଦେବସ୍ବମ ବୋର୍ଡ (ଟିଡିବି), ନାଏର ସେବା ସମାଜ ଏବଂ ଅନ୍ୟ ମାନଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ ୪ ଘଣ୍ଟାଧରି ସମୀକ୍ଷା ଆବେଦନର ଶୁଣାଣି କରିଛନ୍ତି। ଶୁଣାଣି ବେଳେ ରାଜ୍ୟ ସରକାର ନିଜ ଆଭିମୁଖ୍ୟ କାଏମ ରଖି ମନ୍ଦିରରେ ମହିଳାଙ୍କ ପ୍ରବେଶ ସପକ୍ଷରେ ଯୁକ୍ତି ବାଢିଥିଲେ। ସାବରିମାଳାରେ ପ୍ରଥମ ଥର ପାଇଁ ପ୍ରବେଶ କରି ଇତିହାସ ସୃଷ୍ଟି କରିଥିବା ୫୦ ବର୍ଷ ବୟସରୁ କମ ଦୁଇ ଜଣ ମହିଳାଙ୍କ ପକ୍ଷରୁ ମଧ୍ୟ ସର୍ବୋଚ୍ଚ ଅଦାଲତଙ୍କ ରାୟର ସମୀକ୍ଷା ଆବେଦନକୁ ବିରୋଧ କରି ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଏହି ଧାରାରେ ସାମିଲ ହୋଇଥିଲା ଟିବିଡି। ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟର ସମୀକ୍ଷା କରାଯିବ କି ନାହିଁ ସେଥିନେଇ ପୀଠ ନିଜ ରାୟ ସଂରକ୍ଷିତ ରଖିଛନ୍ତି। ଉଲ୍ଲେଖ ଯେ, ସାବରିମାଳା ସ୍ଥିତ ଭଗବାନ ଆୟପ୍ପାଙ୍କ ମନ୍ଦିରରେ ୧୦ରୁ ୫୦ ବର୍ଷ ବୟସ୍କ ପ୍ରଜନନକ୍ଷମ ମହିଳାଙ୍କ ପ୍ରବେଶ ନିଷେଧ ଥିଲା। ୨୦୧୮ ସେପ୍ଟେମ୍ବର ୨୮ରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ବରେ ୫ ଜଣିଆ ସାମ୍ବିଧାନିକ ପୀଠ ୪:୧ ମତାଧିକ୍ୟ ଭିତ୍ତିରେ ଏହି ମନ୍ଦିରରେ ସବୁ ବୟସର ମହିଳାଙ୍କ ପ୍ରବେଶକୁ ଅନୁମତି ପ୍ରଦାନ କରିଥିଲେ। ମନ୍ଦିରରେ ସମସ୍ତ ମହିଳାଙ୍କୁ ପ୍ରବେଶ ଅନୁମତି ଦେବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଲାଗୁ କରିବାକୁ କେରଳ ସରକାର ତତ୍ପରତା ପ୍ରକାଶ କରିଥିଲେ। ମାତ୍ର ଏହାକୁ ଆୟପ୍ପା ଭକ୍ତମାନେ ବିରୋଧ କରିଥିଲେ। ଏହି ରାୟ ବିରୋଧରେ ୫୬ ସମୀକ୍ଷା ଆବେଦନ ସମେତ ମୋଟ ୬୫ଟି ଆବେଦନ ସୁପ୍ରିମକୋର୍ଟରେ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories