www.samajalive.in
Tuesday, December 9, 2025
16.1 C
Bhubaneswar

ମିଛ ମହିଳାଙ୍କ ଫାଶରେ ଫଶିବା କାଳହେଲା,  ଆନ୍ଧ୍ର  ପ୍ରଦେଶରେ ଏନ୍‌ଆର୍‌ଆଇଙ୍କୁ  ହତ୍ୟା

ହାଇଦ୍ରାବାଦ ..-   ଆନ୍ଧ୍ର ପ୍ରଦେଶରେ ଜଣେ ପ୍ରବାସୀ ଭାରତୀୟଙ୍କୁ   ହତ୍ୟା କରାଯାଇଛି । ଚିଗୁରପତି ଜୟରାମ ନାମକ ବ୍ୟକ୍ତିଙ୍କୁ  ବିଜୟ ଓ୍ୱାଡାର ନନ୍ଦିଆଗାମ ନିକଟରେ ତାଙ୍କ କାରରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଚିଗୁରପତି ଜୟରାମ ଆମେରିକାରେ ଫ୍ଲୋରିଡାରେ ବସବାସ କରନ୍ତି  ।  ସେ ୪ କୋଟି ଚଙ୍କା ଋଣ ନେଇ ଏହାକୁ ପରିଶୋଧ କରୁ ନଥିବାରୁ ତାଙ୍କୁ ହତ୍ୟା  କରାଯାଇଥିବା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି ।

ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ  ତଥା ରିଅଲ୍‌ ଇଷ୍ଟେଟ୍‌ ବ୍ୟବସାୟୀ  ରାକେଶ ରେଡ୍ଡୀ  ଓ ତାଙ୍କ  ଗାଡି ଚାଳକକୁ ପୁଲିସ ଗିରଫ କରିଛି । ଚିଗୁରପତି ଜୟରାମ , ରାକେଶଙ୍କ ଠାରୁ ୪ କୋଟି ଟଙ୍କା  ଋଣ ନେଇଥିଲେ ।  ପରେ ସେ ଟଙ୍କା ପରିଶୋଧ କରି ନ ଥିଲେ ।

- Advertisement -

ଜୟରାମ ରାକେଶଙ୍କର ମୋବାଇଲ ନମ୍ବରକୁ ବ୍ଲକ କରି ଦେଇଥିଲେ । ପରେ ଅନ୍ୟ ଏକ ନମ୍ବରରୁ ତାଙ୍କ ସହ ଜଣେ ମହିଳାଙ୍କ ପରିଚୟ ଦେଇ ଚାଟ୍‌ କରିଥିଲେ । କିଛି ଦିନ ପରେ ସେ(ମିଛ ଚାଟିଂ କରୁଥିବା ମହିଳା) ଜୟରାମଙ୍କୁ ଏକୁଟିଆ ଦେଖା କରିବା ପାଇଁ କହିଥିଲେ । ଜୟରାମ ଏହି ଫାଶରେ ପଡିଯାଇଥିଲେ।  ଏକୁଟିଆ ଦେଖା କରିବାକୁ ଯାଇଥିବା ବେଳେ ତାଙ୍କୁ ରାକେଶ ଓ ତାଙ୍କ ଡ୍ରାଇଭର ଧରି ନେଇ ନିସ୍ତୁକ ମାଡ ମାରିଥିଲେ ।  ୪ କୋଟିକୁ ସୁଧ ମୂଳ କରି ୬ କୋଟି ଟଙ୍କା ମାଗିଥିଲେ । ମାତ୍ର  ଜୟରାମ ୬ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ ।  ରାକେଶ ରାଗରେ ତାଙ୍କ ମୁଣ୍ଡକୁ ଏକ କାନ୍ଥରେ ପିଟି ଦେଇଥିଲେ । ଜୟରାମଙ୍କ  ସେହିଠାରେ ମୃତ୍ୟୁ ହୋଇଥିଲା ।

ଏହାପରେ ଦୁଇ ଜଣ ଜୟରାମଙ୍କ କାର ନେଇ  ବିଜୟଓ୍ୱାଡାରେ ଛାଡିଦେଇଥିଲେ । ସେଠାରେ ଏହାକୁ ଏକ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ । ମାତ୍ର ବିଭିନ୍ନ ଟୋଲ୍‌ ଗେଟ୍‌ର ସିସି ଟିଭି ଫୁଟେଜ୍‌କୁ ସଂଗ୍ରହ କରି ପୁଲିସ ଅଭିଯୁକ୍ତମାନଙ୍କୁ  ଗିରଫ କରିବାରେ ସଫଳ ହୋଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories