ମୁମ୍ବଇ : ବାହୁବଳୀ ଷ୍ଟାର ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାହୋ’ର ମୁକ୍ତିଲାଭ ତାରିଖ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଏହା ୧୫ ଅଗଷ୍ଟରେ ମୁକ୍ତିଲାଭ କରିବାର ଥିଲା କିନ୍ତୁ ଏବେ ୩୦ ଅଗଷ୍ଟରେ ପରଦାକୁ ଆସିବ। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ବକ୍ସ ଅଫିସରେ ୧୫ ଅଗଷ୍ଟରେ ମୁକ୍ତିଲାଭ କରୁଥିବା ଅକ୍ଷୟ କୁମାରଙ୍କ ‘ମିଶନ ମଙ୍ଗଲ’ ଓ ଜନ୍ ଆବ୍ରାହମ୍ଙ୍କ ‘ବାଟଲା ହାଉସ’ ସହ ଟକ୍କରରୁ ବର୍ତ୍ତିବା ପାଇଁ ଏହାର ମୁକ୍ତିଲାଭ ତାରିଖ ବଦଳାଇ ଦିଆଯାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ଥରେ ‘ସାହୋ’ର ମୁକ୍ତିଲାଭ ତାରିଖରେ ପରିବର୍ତ୍ତନ ହୋଇସାରିଛି।
ଏହି ଆକ୍ସନ-ଥ୍ରୀଲର ଚଳଚ୍ଚିତ୍ରରେ ପ୍ରଭାସଙ୍କ ବ୍ୟତୀତ ଶ୍ରଦ୍ଧା କୁପର, ଜ୍ୟାକି ଶ୍ରଫ୍, ମନ୍ଦିରା ବେଦୀ, ନୀଲ ନିତିନ ମୁକେଶ, ମହେଶ ମାଞ୍ଜରେକର, ଚଙ୍କି ପାଣ୍ଡେ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ସୁଜିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ତାମିଲ, ତେଲୁଗୁ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ।
ବଦଳିଲା ‘ସାହୋ’ର ମୁକ୍ତିଲାଭ ତାରିଖ
Popular Categories



