ମଧ୍ୟାହ୍ନର ମୁଖ୍ୟ ଖବର

ଜାତୀୟ ଖବର

କର୍ଣ୍ଣାଟକ ବିଧାନ ସଭାରେ ଆସ୍ଥା ଭୋଟ ପାଇଁ ଆଲୋଚନା ଜାରି

ବେଙ୍ଗାଲୁର – କର୍ଣ୍ଣାଟକ ବିଧାନସଭାରେ କୁମାରସ୍ୱାମୀ ସରକାରଙ୍କ ଆସ୍ଥା ଭୋଟ୍‌ ପାଇଁ ଆଲୋଚନା ଜାରି ରହିଛି  । ଦିନ ଗୋଟାଏ ୩୦ ସମୟରେ ଆସ୍ଥା ଭୋଟ କରିବା ପାଇଁ ବାଚସ୍ପତିଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ ।

ଇସଲାମିକ୍‌ ବ୍ୟାଙ୍କ ନାମରେ ୩୦ ହଜାର ମୁସଲିମ୍‌ଙ୍କୁ ଠକିଥିବା ମନସୁର୍‌ ଖାନ ଗିରଫ

ନୂଆଦିଲ୍ଲୀ . – ଇସଲାମିକ୍‌ ବ୍ୟାଙ୍କ ନାମରେ ୩୦ ହଜାର ମୁସଲିମ୍‌ଙ୍କ ଠାରୁ ହଜାର ହଜାର କୋଟି ଟଙ୍କା ଠକି ନେଇଥିବା ମନ୍‌ସୁନ୍‌ ଖାନ୍‌କୁ ଦିଲ୍ଲୀ ବିମାନ ବନ୍ଦରରୁ ଗିରଫ କରାଯାଛି। ମନସୁର୍‌ ଖାନ୍‌ ଆଇଏମ୍‌ଏ ବା ଆଇ ମନିଟାରି ଏଡଭାଇଡି ଜ୍ବେଲ୍ସ୍‌ ନାମକ ଏକ ସଂସ୍ଥା ଖୋଲିଥିଲା । ଶୁକ୍ରବାରରେ ସେ ଦୁବାଇରୁ ଦିଲ୍ଲୀ ପହଞ୍ଚିଥିଲା । ଏହାପରେ ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡିର ଅଧିକାରୀମାନେ ତାଙ୍କୁ ଦିଲ୍ଲୀ ବିମାନ ବନ୍ଦରରୁ ନିଜ ହେପାଜତକୁ ନେଇଛନ୍ତି । ପ୍ରବର୍ତ୍ତନ ନିର୍ଦେଶାଳୟ ସହ ଏସ୍‌ଆଇଟି ବି ମନସୁର୍‌ ନାମରେ ଲୁକ୍‌ ଆଉଟ୍‌ ବିଜ୍ଞପ୍ତି ଜାରି କରିଥିଲେ ।

ରାଜନୀତିରେ ଏନକାଉଣ୍ଟର ସ୍ପେଶାଲିଷ୍ଟ

ମୁମ୍ବଇ .- ପ୍ରଦୀପ ଶର୍ମା । ନାଁ ଶୁଣିଲେ ଅପରାଧୀମାନେ ଥରି ଉଠନ୍ତି । ଅପରାଧୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟ ହୁଏ । ମୁମ୍ବାଇରେ ୧୦୦ରୁ ଅଧିକ ଏନ୍‌କାଉଣ୍ଟର କରିସାରିଛନ୍ତି । ଏବେ ପ୍ରଦୀପ ଶର୍ମା ଚାକିରିରୁ ଇସ୍ତଫା ଦେଇଛନ୍ତି। ସେ ରାଜନୀତିରେ ଯୋଗ ଦେବା ସହ ଆଗାମୀ ବିଧାନସଭା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଛି । ପ୍ରଦୀପ ଶର୍ମା ଶିବସେନାରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି

ଅନ୍ତର୍ଜାତୀୟ
ଆନିମେସନ୍‌ ଷ୍ଟୁଡିଓରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ; ୩୩ମୃତ, ୩୫ଗୁରୁତର

କ୍ୟୋଟୋ : ଜାପାନର ​‌ୟୋଟୋଠାରେ ଥିବା ଏକ ଆନିମେସନ୍‌ ଷ୍ଟୁଡିଓରେ ଗୁରୁବାର ଅଗ୍ନିକାଣ୍ଡ ଘଟି ୩୩ଜଣ ପ୍ରାଣ ହରାଇଛନ୍ତି ଓ ୩୫ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଦୁର୍ଘଟଣା ସମୟରେ ଷ୍ଟୁଡିଓରେ ପ୍ରାୟ ୭୦ ଜଣ ଥିଲେ। ଶ୍ବାସରୁଦ୍ଧ ହୋଇ ଓ ପୋଡ଼ିଯାଇ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ।

ଆଞ୍ଚଳିକ
ଶ୍ବଶୁରଙ୍କ ଛୁରା ମାଡରେ ଜ୍ବାଇଁ ଆହତ

ଗଞ୍ଜାମ: ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଶ୍ବଶୁରଙ୍କ ଛୁରା ମାଡରେ ଜ୍ବାଇଁ ଆହତ ହୋଇଥିବା ଅଭିଯୋଗ ହୋଇଛି । ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଘଟଣା ଘଟିଛି । ଶ୍ବଶୁରଙ୍କ ଛୁରା ମାଡରେ ଯୁବକଙ୍କ ପେଟ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ଜଣଙ୍କ ହେଉଛନ୍ତି ଦିଗପହଣ୍ଡି ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ସଞ୍ଜୟ ଗୌଡ଼ ।

ପରମ୍ପରାକୁ ବିପରୀତ କରି ପିତାଙ୍କୁ ମୁଖାଗ୍ନି ଦେଲେ ଝିଅ

ଭୁବନେଶ୍ୱର : ପିତାମାତାଙ୍କ ଶେଷ ସମୟରେ ମୃତ୍ୟୁ ପରେ ତାଙ୍କୁ ମୁଖାଗ୍ନି ସହ ପ୍ରତିବର୍ଷ ପିଣ୍ଡଦାନ କରିବା, ଏହି କାରଣରୁ ବର୍ତ୍ତମାନ ସମୟରେ ମଧ୍ୟ ପୁଅକୁ ହିଁ ଗୁରୁତ୍ୱ ଦିଆଯାଏ। ମାତ୍ର ଏହି ଭାବନା ଓ ପରମ୍ପରା ବହୁ ସମୟରୁ ସମାଜରେ ଚାଲି ଆସୁଥିଲେ ମଧ୍ୟ ମାଲକାନଗିରି ଜିଲାରେ ଶୁକ୍ରବାର ଠିକ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି। ପିତାଙ୍କ ଶେଷକୃତ୍ୟ ପାଇଁ ପୁଅର ଅଭାବକୁ ଦୁଇ ଝିଅ ପୂରଣ କରିଛନ୍ତି। ପୁଅ ଭଳି ବାପାଙ୍କ ମୃତଦେହକୁ କାନେ୍ଧଇବା ସହ ମୁଖାଗ୍ନି ମଧ୍ୟ ଦେଇଛନ୍ତି।

prayash

ଭିଜିଲାନ୍ସ ଜାଲରେ ଡ଼ିଏଫଓ

ବ୍ରହ୍ମପୁର : ଗଞ୍ଜାମ ଜିଲା ବ୍ରହ୍ମପୁର ଡ଼ିଏଫଓ ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଣାପଡ଼ିଛି। ଡ଼ିଏଫଓ ଆଶିଷ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଡ଼ିଏଫଓଙ୍କ ବ୍ରହ୍ମପୁର ବାସଭବନ, କାର୍ଯ୍ୟାଳୟ, ଦିଗପହଣ୍ଡି ରେଞ୍ଜ ଅଫିସ, ଖଲ୍ଲିକୋଟ ରେଞ୍ଜ ଅଫିସ ଓ ଭୁବନେଶ୍ୱରରେ ଥିବା ଏକ ଆପାର୍ଟମେଣ୍ଟରେ ତଦନ୍ତ ଜାରି ରହିଛି। କଟକ ସ୍ୱତନ୍ତ୍ର ଭିଜିଲାନ୍ସ ସେଲ୍‍ ଡ଼ିଏଫଓଙ୍କ ୯ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଥିବା ସୂଚନା ମିଳିଛି।

ଚାଷୀ ଆତ୍ମହତ୍ୟା ଅଭିଯୋଗ

ବଲାଙ୍ଗୀର : ବଲାଙ୍ଗୀର ସଦର ଥାନା ବରକାନୀ ଗାଁରେ ଶୁକ୍ରବାର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଫସଲ ନଷ୍ଟ ହେବାରୁ ସେ ଜୀବନ ହାରିଥିବା ପରିବାର ଲୋକେ କହିଛନ୍ତି। ସୂଚନା ଅନୁଯାୟୀ, ଚାଷୀ ଜଣକ ୪ ଏକର ଜମିରେ ଚାଷ କରିଥିଲେ। ମାତ୍ର ବର୍ଷାର ଅଭାବରୁ ଚଳିତ ବର୍ଷ ବର୍ଷା ଅଭାବରୁ ସମସ୍ତ ଫସଲ ନଷ୍ଟ ହୋଇଯାଇଥିଲା।

କ୍ରୀଡା

ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରେ ଜାଫର ଓ ପଙ୍କଜ

ଭୁବନେଶ୍ବର : ଭାରତୀୟ ଦୃ‌ଷ୍ଟିହୀନ କ୍ରିକେଟ ଦଳ ଜୁଲାଇ ୨୦ରୁ ୨୭ ପର୍ଯ୍ୟନ୍ତ ଜାମାଇକା ବିପକ୍ଷରେ କ୍ରିକେଟ ସିରିଜ୍‌ ଖେଳିବ। ଏଥିପାଇଁ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଆସୋସିଏସନ ପକ୍ଷରୁ ଭାରତୀୟ ଦଳ ମନୋନୟନ କରାଯାଇଛି। ଏହି ଦଳରେ ଓଡ଼ିଶାରୁ ୨ଜଣ ଖେଳାଳି- ଅଲ୍‌ରାଉଣ୍ଡର ମହମ୍ମଦ ଜାଫର ଇକବାଲ୍‌ ଓ ପଙ୍କଜ ଭୂଏ ସ୍ଥାନ ପାଇଛନ୍ତି। ଭାରତୀୟ ଦଳ ପକ୍ଷରୁ ନିୟମିତ ଖେଳି ଆସୁଥିବା ପଙ୍କଜ ଓ ଜାଫର ପ୍ରଥମଥର ପାଇଁ ଜାମାଇକା ବିପକ୍ଷରେ କ୍ରିକେଟ ସିରିଜ୍ ଖେଳିବେ। ଜାମାଇକା ବିପକ୍ଷରେ ଭାରତ ୨୦, ୨୧ ଓ ୨୫ରେ ୩ଟି ଏକଦିବସୀୟ ଓ ୨୪ ଓ ୨୭ ଜୁଲାଇରେ ୨ଟି ଟି୨୦ ମ୍ୟାଚ ଖେଳିବ। ଏଥିପାଇଁ ଭାରତୀୟ ଦଳ ଗୁରୁବାର ଜାମାଇକା ଗସ୍ତକରିଛି।

ରାଜ୍ୟଗୋଷ୍ଠୀ ଟିଟି: ଭାରତୀୟ ପୁରୁଷ ଓ ମହିଳା ଦଳ ସେମିରେ

କଟକ : ଓଡ଼ିଶାମାଟିରେ ଚମକିଛନ୍ତି ଭାରତୀୟ ଟେବୁଲ ଟେନିସ୍ ଖେଳାଳି। ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଦୃଢ଼ତାର ସହ ପଦକ ଜିତିବା ଆଡ଼କୁ ଅଗ୍ରସର ହେଉଛନ୍ତି। କଟକର ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡ଼ିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚମ୍ପିଆନସିପ୍‌ରେ ଭାରତର ପୁରୁଷ ଓ ମହିଳା ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ସୁପର ଏଇଟ୍‌ସ ଲିଗ୍ ପର୍ଯ୍ୟାୟରେ ୩ଟିଯାକ ମ୍ୟାଚ୍‌ ଜିତି ଭାରତର ଉଭୟ ଦଳ ଶେଷ ୪ଟି ଦଳ ମଧ୍ୟରେ ସ୍ଥାନ ସୁରକ୍ଷିତ କରି ପାରିଛନ୍ତି।

ବକ୍ସିଂ ଲଢ଼ିବାକୁ ଆମିରଙ୍କୁ ବିଜେନ୍ଦ୍ରଙ୍କ ଆହ୍ବାନ

ନୂଆଦିଲ୍ଲୀ : ଭାରତୀୟ ପେସାଦାର ବକ୍ସର ବିଜେନ୍ଦ୍ର ସିଂହ ବ୍ରିଟିଶ୍‌ ବକ୍ସର ଆମିର ଖାନ୍‌ଙ୍କୁ ବକ୍ସିଂ ମ୍ୟାଚ୍‌ ଲଢ଼ିବାକୁ ଆହ୍ବାନ ଦେଇଛନ୍ତି। ବିଜେନ୍ଦ୍ର ପେସାଦାର ବକ୍ସିଂ କ୍ୟାରିୟରରେ ଖେଳିଥିବା ସମସ୍ତ ୧୧ଟି ମ୍ୟାଚ୍‌ ଜିତିଥିବା ବେଳେ ଆମିର ଜଣେ ତାରକା ବକ୍ସର ଭାବେ ପରିଗଣିତ। ଆମିର ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ବ୍ରିଟେନ୍‌ର ନାଗରିକ ଅଛନ୍ତି। କିଛିଦିନ ତଳେ ଆମିର ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ବିଜେନ୍ଦ୍ର ତାଙ୍କୁ ଡରୁଥିବା କହିଥିଲେ। ଏହାର ଜବାବରେ ବିଜେନ୍ଦ୍ର କହିଛନ୍ତି ଆମିରଙ୍କ ବିପକ୍ଷରେ ବକ୍ସିଂ ଲଢ଼ିବାକୁ ସେ ପ୍ରସ୍ତୁତ। ଯେତେବେଳେ ଯେଉଁଠି ଆମିର ଲଢ଼ିବାକୁ ଚାହିଁବେ ସେ ମନା କରିବେ ନାହିଁ।

ଇଣ୍ଡୋନେସିଆ ଓପନ୍ ବ୍ୟାଡ୍‌ମିଣ୍ଟନ କ୍ବାର୍ଟରରେ ସିନ୍ଧୁ

ଜାକର୍ତ୍ତା : ଏଠାରେ ଚାଲିଥିବା ସମ୍ମାନଜନକ ଇଣ୍ଡୋନେସିଆ ଓପନ୍ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍‌ସ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ତାରକା ଖେଳାଳି ପି.ଭି. ସିନ୍ଧୁ। ବୁଧବାର ୫ମ ସିଡ୍ ସିନ୍ଧୁ ୩ୟ ରାଉଣ୍ଡ ମୁକାବିଲାରେ ଅଣିସିଡେଡ୍‌ ଡେନ୍‌ମାର୍କର ମିଆ ବ୍ଲିଚ୍‌ଫେଲ୍‌ଡଙ୍କୁ ୩ଟି ଗେମ୍‌ର କଡ଼ା ମୁକାବିଲା ପରେ ପରାସ୍ତ କରିଛନ୍ତି। ଏହି ମୁକାବିଲା ୧ ଘଣ୍ଟା ୨ ମିନିଟ ଧରି ଚାଲିଥିଲା। ଏଥି​‌େ​‌ର ସିନ୍ଧୁ ୨୧-୧୪, ୧୭-୨୧, ୨୧-୧୧ରେ ପରାସ୍ତ କରିଛନ୍ତି।

kalyan agarbati

Comments are closed.