www.samajalive.in
Saturday, December 6, 2025
26.1 C
Bhubaneswar

ଭାରତକୁ ଖୁବ୍ ଶୀଘ୍ର ମିଳିବ ରୁଷ୍ ନିର୍ମିତ ମାରାତ୍ମକ ଏସ୍-୪୦୦ କ୍ଷେପଣାସ୍ତ୍ର ପ୍ରଣାଳୀ

ନୂଆଦିଲ୍ଲୀ: ଭାରତକୁ ଖୁବ୍ ଶୀଘ୍ର ଅତ୍ୟାଧୁନିକ ଭୂପୃଷ୍ଠରୁ ଆକାଶକୁ ଭେଦ କରି ପାରୁଥିବା କ୍ଷେପଣାସ୍ତ୍ର ପ୍ରଣାଳୀ ଏସ-୪୦୦ ମିଳିବ । ଗୁରୁବାର ରୁଷ ସରକାର ଏ ସମ୍ପର୍କରେ ଘୋଷଣା କରିଛନ୍ତି । ରୁଷରେ ଏହି ମିଶନରେ କାର୍ଯ୍ୟ କରୁଥିବା ଉପ ମୁଖ୍ୟ ରୋମାନ ବାବୁସିକାନ ଅନଲାଇନ ମିଡ଼ିଆକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଭାରତ ଓ ରୁଷ ପ୍ରାୟ ୧ ବିଲିଅନ ଡ଼ଲାରର ଯୁଦ୍ଧାସ୍ତ୍ର ଚୁକ୍ତି କରିଛନ୍ତି ଏବଂ ଏହି ସାମଗ୍ରୀ ଯୋଗାଇ ଦେବା ପାଇଁ ରୁଷ ଅତ୍ୟନ୍ତ କଠୋର ପରିଶ୍ରମ କରୁଛି ବୋଲି ରୋମାନ କହିଛନ୍ତି । ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ବ୍ୟତୀତ ଭାରତୀୟ ସେନା ପାଇଁ ୨୨୬ଟି  କାମୋଭ ୨୦୦ ଯୁଦ୍ଧ ବିମାନ ମଧ୍ୟ ପ୍ରସ୍ତୁତ କରିବ ରୁଷ ।

ଭାରତ ଏବଂ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ମୂଳ ବିନିମୟ ଏବଂ ସହଯୋଗ ଚୁକ୍ତି (ବେକା) ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ରୁଷର ମୂଳ ପ୍ଲାଟଫର୍ମଗୁଡିକର କାର୍ଯ୍ୟରେ ପ୍ରଭାବ ପକାଇବ କି ବୋଲି ପଚରାଯିବାରୁ ସେ ସିଧାସଳଖ ଉତ୍ତର ଦେଇ ନାହାଁନ୍ତି।ତେବେ ଭାରତ ଓ ରୁଷ ମଧ୍ୟରେ ପ୍ରତିରକ୍ଷା କାରବାର ଉପରେ କୌଣସି ବାହ୍ୟ ଶକ୍ତି ହସ୍ତକ୍ଷେପ କରିପାରିବ ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି, ଆମେ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଏବଂ ଆମେରିକା ଏବଂ ଅନ୍ୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଅତି ନିକଟରୁ ଦେଖୁଛୁ। କିନ୍ତୁ ଏଥି ସହିତ ଆମେ ନିଶ୍ଚିତ ଯେ ଅନ୍ୟ ଦେଶ ସହ ଭାରତର ବିକାଶ ସମ୍ପର୍କ ରୁଷ ସ୍ୱାର୍ଥରେ ବାଧକ ହେବ ନାହିଁ।
ବାବୁଶିକାନ୍ କହିଛନ୍ତି ଯେ ଭାରତ ସହ ଆମର ପ୍ରତିରକ୍ଷା ସହଯୋଗ  କୌଣସି ପ୍ରତିବନ୍ଧକ ଏବଂ ବିଦେଶୀ ହସ୍ତକ୍ଷେପ ଦ୍ୱାରା ପ୍ରଭାବିତ ନୁହେଁ, କାରଣ ଏହା ଉଭୟ ଦେଶର ଜାତୀୟ ସ୍ୱାର୍ଥକୁ ପ୍ରତିଫଳିତ କରୁଛି ଏବଂ ଆମର ସମ୍ପର୍କରେ ଅଗ୍ରଗତି ଉପରେ ଆମେ ନିଶ୍ଚିତ। ଏସ-୪୦୦ କ୍ଷେପଣାସ୍ତ୍ର ପ୍ରଣାଳୀ ୨୦୨୧ ସୁଦ୍ଧା ଭାରତକୁ ପ୍ରଦାନ କରାଯିବ । ସେହିପରି ଭାରତ ଓ ରୁଷ ମିଳିତ ଉଦ୍ୟମରେ ୭୦୦୦୦୦ ଏକେ ୪୭-୨୦୩ ରାଇଫଲ ମଧ୍ୟ ଉତ୍ପାଦନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories