www.samajalive.in
Sunday, December 14, 2025
26.1 C
Bhubaneswar

ମିର୍ଜାପୁରରେ ସୌରଶକ୍ତି ପ୍ରକଳ୍ପ ଉଦ୍‌ଘାଟନ କଲେ ମୋଦି ଓ ମାକ୍ରନ

ଲକ୍ଷ୍ନୌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍‌ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରନ୍‌ ସୋମବାର ଉତ୍ତରପ୍ରଦେଶର ମିର୍ଜାପୁରଠାରେ ଦେଶର ଅନ୍ୟତମ ସର୍ବବୃହତ ସୌରଶକ୍ତି ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି । ଏହି ୭୫ ମେଗାୱାଟ୍‌ କ୍ଷମତାସମ୍ପନ୍ନ ସୌରପ୍ରକଳ୍ପ ଏକ ଫରାସୀ କମ୍ପାନୀଦ୍ୱାରା ନିର୍ମିତ ହୋଇଛି। ୩୮୨ ଏକର ପରିମିତ ଜମିରେ ସ୍ଥାପିତ ଏହି ସୌରଶକ୍ତି ପ୍ରକଳ୍ପପାଇଁ ୬୫୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଦେଶର ସର୍ବବୃହତ୍‌ ସୌରଶକ୍ତି ପ୍ରକଳ୍ପ ମଧ୍ୟରୁ ଅନ୍ୟତମ ଏହି ପ୍ରକଳ୍ପ ପାଇଁ ୨୦୧୬ ମସିହାରେ ଶିଳାନ୍ୟାସ ହୋଇଥିଲା। ପୂର୍ବରୁ ଶ୍ରୀ ମୋଦି ଫ୍ରାନ୍‌ସ ରାଷ୍ଟ୍ରପତିଙ୍କୁ ବାରାଣାସୀଠାରେ ସ୍ୱାଗତ କରିଥିଲେ ଏବଂ ସେଠାରୁ ଉଭୟ ନେତା ମିର୍ଜାପୁରରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ଉଭୟ ନେତା ବାରାଣାସୀ ଫେରିଆସିଛନ୍ତି। ଶ୍ରୀ ମୋଦି ଓ ମାକ୍ରନ ଗଙ୍ଗାରେ ନୌବିହାର କରିଛନ୍ତି। ଫ୍ରାନ୍‌ସ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଶ୍ରୀ ମୋଦି ମଧ୍ୟାହ୍ନ ଭୋଜନର ମଧ୍ୟ ଆୟୋଜନ କରିଛନ୍ତି।

ଆଜି ଅପରାହ୍ଣରେ ଶ୍ରୀ ମୋଦି ବାରାଣାସୀର ମଦୁଆଦିହ୍‌ ରେଳଷ୍ଟେସନ ଏବଂ ପାଟ୍‌ନା ମଧ୍ୟରେ ଚାଲିବାକୁଥିବା ଏକ ଟ୍ରେନ୍‌ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୂଭାରମ୍ଭ ସହିତ ଶ୍ରୀ ମୋଦି ବାରାଣାସୀର ଡିଏଲ୍‌ଡବ୍ଲ୍ୟୁ ପଡ଼ିଆରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories